ଚ୍ୟାଲେଞ୍ଜିଂ ଭୂମିକାରେ ଲିପିକା

Advertisment

୨୦୧୭ରେ ମୁକ୍ତିଲାଭ କରିଥିବା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ପୁଣିଥରେ’ରେ ପ୍ରଥମେ ବଡ଼ପରଦାରେ ନଜର ଆସିଥିଲେ ଲିପିକା ସେନାପତି। ଅରିନ୍ଦମ ଓ ଏଲିନା ଏଥିରେ ନାୟକନାୟିକା ଥିବା ବେଳେ ଲିପିକାଙ୍କୁ ନାୟକଙ୍କ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଥିଲା।

୨୦୧୭ରେ ମୁକ୍ତିଲାଭ କରିଥିବା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ପୁଣିଥରେ’ରେ ପ୍ରଥମେ ବଡ଼ପରଦାରେ ନଜର ଆସିଥିଲେ ଲିପିକା ସେନାପତି। ଅରିନ୍ଦମ ଓ ଏଲିନା ଏଥିରେ ନାୟକନାୟିକା ଥିବା ବେଳେ ଲିପିକାଙ୍କୁ ନାୟକଙ୍କ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଥିଲା।

00

୨୦୧୭ରେ ମୁକ୍ତିଲାଭ କରିଥିବା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ପୁଣିଥରେ’ରେ ପ୍ରଥମେ ବଡ଼ପରଦାରେ ନଜର ଆସିଥିଲେ ଲିପିକା ସେନାପତି। ଅରିନ୍ଦମ ଓ ଏଲିନା ଏଥିରେ ନାୟକନାୟିକା ଥିବା ବେଳେ ଲିପିକାଙ୍କୁ ନାୟକଙ୍କ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଥିଲା। ତେବେ ଇତିମଧ୍ୟରେ କେତେକ ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି ଲିପିକା। ସେ ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଉହାନ୍‌ରୁ ଓଡ଼ିଶା’ରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଅଭିଜିତଙ୍କୁ ଦେଖିବାକୁ ମିଳିଥିଲା। ତା’ପରେ ସେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ପ୍ରେମ ଏଟିଏମ୍’ରେ ସେ ନାୟିକା ଭୂମିକାରେ ଅଭିନୟ କରିଥିଲେ। 

ଲିପିକା ୨୦୨୩ରେ ମୁକ୍ତିଲାଭ କରିଥିବା ‘ତୁ ଯେ ସେଇ ନୀଳନୟନା’ରେ ସମ୍ବିତଙ୍କ ବିପକ୍ଷରେ ନାୟିକା ହୋଇଥିଲେ। ୨୦୨୪ରେ ମୁକ୍ତିଲାଭ କରିଥିବା ସନ୍ତୋଷ ବିଶ୍ବାଳଙ୍କ ନିର୍ଦ୍ଦେଶିତ ‘ତୁ ମୋ କମ୍‌ଜୋରୀ’ରେ ରାକେଶଙ୍କ ବିପକ୍ଷରେ ନଜର ଆସିଥିଲେ ଲିପିକା। ଏବେ ଲିପିକାଙ୍କ ହାତରେ ବେଶ୍‌ କେତୋଟି ଓଡ଼ିଆ ସିନେମା ରହିଛି। ସେମଧ୍ୟରୁ ‘ଶିମ୍‌ଲୀ’ ଅନ୍ୟତମ। ଏଥିରେ ତାଙ୍କୁ ଜଣେ ଆଦିବାସୀ ଯୁବତୀ ଭୂମିକାରେ ଦେଖିବାକୁ ମିଳିବ। ସେ ଆଗରୁ ଏଭଳି ଚରିତ୍ରରେ ଅଭିନୟ କରି ନ ଥିଲେ। ସେଥିପାଇଁ ‘ଶିମ୍‌ଲୀ’ର ଟାଇଟଲ୍ ରୋଲ୍ ତାଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ବୋଲି ଲିପିକା କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe