ଜନ-ସାହିତ୍ୟ ବିପ୍ଳବୀ ମହେନ୍ଦ୍ର ମେଘାଣୀ

Advertisment
ଜନ-ସାହିତ୍ୟ ବିପ୍ଳବୀ ମହେନ୍ଦ୍ର ମେଘାଣୀ

Twitter

ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଲାଗିଥିବା ଜଣେ ବର୍ଷୀୟାନ ପୁରୁଷ ହେଲେ ଗୁଜରାତ ଅନ୍ତର୍ଗତ ଭାୱନଗରର ମହେନ୍ଦ୍ର ମେଘାଣୀ। ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ହେଲା ସେ ଦେଶୀ-ବିଦେଶୀ ସାହିତ୍ୟକୁ ଗୁଜରାତୀ ପାଠକଙ୍କ ପାଖରେ ପହଞ୍ଚାଇଚାଲିଛନ୍ତି। ତାଙ୍କର ରଚନା ଏବ˚ ପ୍ରକାଶନ ଯାତ୍ରା ଆରମ୍ଭ ହୋଇଥିଲା ଗୁଜରାତୀ ସାହିତ୍ୟ ପତ୍ରିକା ‘ମିଲାପ’ରୁ। ପତ୍ରିକାର ଲୋକପ୍ରିୟତା ବଢ଼ିବା ପରେ ସେ ପାଠକଙ୍କୁ ଶସ୍ତାରେ ସାହିତ୍ୟ ଯୋଗାଇବା ପାଇଁ ପ୍ରକାଶନ ସ˚ସ୍ଥାଟିଏ ଗଢ଼ିବା ପାଇଁ ଇଚ୍ଛା କରିଥିଲେ ଏବ˚ ଜନ୍ମ ନେଇଥିଲା ‘ଲୋକ ମିଲାପ ଟ୍ରଷ୍ଟ୍‌’।

୨୦୦୩ରେ ବହୁ ଭାରତୀୟ ଏବ˚ ବିଦେଶୀ ଲେଖକଙ୍କ ଲେଖାକୁ ମହେନ୍ଦ୍ର ନିଜେ ଗୁଜରାତୀ ଭାଷାରେ ଅନୁବାଦ କରି ନିଜର ପ୍ରଥମ ବହି ଛାପିଥିଲେ। ୬୫୨ ପୃଷ୍ଠାର ବହିଟିକୁ ମାତ୍ର ୭୫ ଟଙ୍କାରେ ପାଠକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ଗୋଟିଏ ବର୍ଷରେ ପଚାଶ ହଜାର କପି ବିକ୍ରି ହୋଇଯାଇଥିଲା। ମୂଲ୍ୟ କମ୍‌ ରହିଲେ ସମସ୍ତେ କିଣିବେ ଏବ˚ ପଢ଼ିବେ, ଏହି ବିଶ୍ବାସକୁ ନେଇ ମହେନ୍ଦ୍ର କାମରେ ଲାଗିଛନ୍ତି। ଉଲ୍ଲେଖନୀୟ ଯେ, ମହେନ୍ଦ୍ର ପାଠକଙ୍କ ରୁଚି ଦେଖି, ସେମାନଙ୍କ ମତାମତ ଗ୍ରହଣ କରି ଏବ˚ ସେମାନଙ୍କଠାରୁ ହିଁ ଅଗ୍ରୀମ ନେଇ ବହି ଛାପୁଛନ୍ତି। ମୁନଫା କମାଇବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ପୁସ୍ତକର ବହୁଳ ପ୍ରସାରଣ ଏକମାତ୍ର ଲକ୍ଷ୍ୟ। ତେଣୁ, ଯେତେ କମ୍‌ ସମ୍ଭବ ଖର୍ଚ୍ଚରେ ସେ ବହି ଛାପି ବିକୁଛନ୍ତି। ଏକ ସମୟରେ ଗୁଜରାତୀମାନେ ବିଶେଷ ପଢ଼ାପଢ଼ି କରୁ ନ ଥିଲେ। ଏବେ ପାଠକଙ୍କ ସ˚ଖ୍ୟା ଦୃଷ୍ଟିରୁ ଦେଖିଲେ ଗୁଜରାତ ଦେଶରେ ବେଶ୍‌ ଅଗ୍ରଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe