www.indiatoday.in
ଆପଣ ଏପରି ଅଧିକାଂଶ ଲୋକଙ୍କୁ ରାସ୍ତାରେ ଦେଖୁଥିବେ ଯିଏକି ଫେସ୍ମାସ୍କ ପିନ୍ଧୁ ନଥିବେ କିମ୍ବା ନାକ ତଳକୁ ମାସ୍କ ଖସାଇ ବୁଲୁଥିବେ। ମାତ୍ର ନିକଟରେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିିବା ପରେ ଆପଣ ମାସ୍କ ପିନ୍ଧିବା ଯେ କେତେ ଜରୁରି ତାହାକୁ ହୃଦୟଙ୍ଗମ କରିପାରିବେ।
ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁନି ପିଲା ନିଜେ ମାସ୍କ ପିନ୍ଧିବା ସହ ନିଜ କୁକୁରକୁ ମାସ୍କ ପିନ୍ଧାଇ ସାଇକେଲ୍ ଚଲାଇବା ଆରମ୍ଭ କରିଛି। କୁନି ପିଲାଟି ତା’ ସାଇକେଲ୍ ଆଗରେ କୁକୁରକୁ ବସାଇଛି। ପ୍ରଥମେ ପିଲାଟି ନିଜେ ମାସ୍କ ପିନ୍ଧୁଛି। ପରେ କୁୁକୁର ପିନ୍ଧିଥିବା ମାସ୍କକୁ ଯାଇ ସଜାଡ଼ି ଦେଇ ନାକ ଉପରକୁ ଟେକି ଦେଉଛି ଓ ସାଇକେଲ୍ ଚଳାଇବା ଆରମ୍ଭ କରୁଛି।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିବାରେ ଲାଗିଛି। ୩୬ ସେକେଣ୍ଡ୍ର ଏହି ଭିଡିଓ ବିଶିଷ୍ଟ୍ ଟ୍ବିଟ୍କୁ ନେଇ ଅନେକ ଲୋକ ରିଟ୍ବିଟ୍ କରିବା ସହ କମେଣ୍ଟ୍ କରିବାରେ ଲାଗିଛନ୍ତି।
Follow Us