ଦେଖନ୍ତୁ କିଭଳି ନିର୍ଭୟରେ ବିଶାଳକାୟ ଅଜଗର ଉପରେ ବସିଛି ଶିଶୁ

ଦେଖନ୍ତୁ କିଭଳି ନିର୍ଭୟରେ ବିଶାଳକାୟ ଅଜଗର ଉପରେ ବସିଛି ଶିଶୁ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଘଟଣା ବାସ୍ତବରେ ଘଟିଛି ବୋଲି ସହଜରେ ବିଶ୍ବାସ କରି ହୋଇ ନଥାଏ।

ନିକଟରେ ସୋସିଆଲ ମିଡିଆରେ  ଭାଇରାଲ ହୋଇଥିବା ଏକ ଭିଡିଓରେ ଦୁଇ ବର୍ଷର ଶିଶୁ ଏକ ବିଶାଳ ଅଜଗର ଉପରେ ବସି ଥିବାର ଦେଖିବାକୁ ମିଳୁଛି। ଶିଶୁଟି ଅଜଗର ଉପରେ ବସିଥିବା ବେଳେ ଭୟ ନକରି ଓଲଟା ମଜା ନେଉଥିବା ନଜରକୁ ଆସିଛି। ତେବେ ଭାଇରାଲ ହୋଇଥିବା ଏହି ୧୦ସେକେଣ୍ଡର ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଦେଖି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, କିଛି ସେକେଣ୍ଡର ଭିଡିଓ ପାଇଁ ଶିଶୁର ଜୀବନ ଏମିତି ବିପଦରେ ପକାଇବା ଆଦୌ ଠିକ ନୁହେଁ। କାରଣ ସାପ ଭଳି ଜନ୍ତୁ କେତେବେଳେ ବି ମଣିଷ ଉପରେ ଆକ୍ରମଣ କରିପାରେ। ତେଣୁ ଉକ୍ତ ଶିଶୁର ବାପା-ମା’ ଓ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଏବିଷୟ ପ୍ରତି ଦୃଷ୍ଟି ଦେବାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe