କୁନି ଝିଅର ପ୍ରତିଭା ଦେଖି ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୁନି ଝିଅର ପ୍ରତିଭା ଦେଖି ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜ‌ଣେ କୁନି ଝିଅର  ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଝିଅ ଜଣକ ପିଆନୋ ବଜାଉଥିବା ଦେଖିବାକୁ ମିଳୁଛି। ଏତେ କମ ବୟସରେ ଝିଅଟିର ପିଆନୋ ବାଦନ ପ୍ରତିଭାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ଯେ ଜଣେ ମହିଳା ପଛପାର୍ଶ୍ବରେ ଏକ କନ୍ନଡ ଗୀତ ଗାଉଛନ୍ତି ଏବଂ ଏହାର ଧୁନ୍‌ରେ କୁନି ଝିଅ ପିଆନୋ ବଜାଉଛନ୍ତି। ଉକ୍ତ ଝିଅର ନାମ ଶାଲମଲି ବୋଲି କୁହାଯାଉଛି। ମଝିରେ ମଝିରେ ସେ ମଧ୍ୟ ଗୀତକୁ ଗୁଣୁ ଗୁଣାଉଥିବା ଭିଡିଓରେ ଶୁଣିବାକୁ ମିଳୁଛି। କୁନି ଶିଶୁର ମିଠା ସ୍ୱର ଏବଂ ସୁନ୍ଦର ହସ ଲୋକଙ୍କ ହୃଦୟକୁ ବେଶ ସ୍ପର୍ଶ କରିଛି। ଲୋକେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କୁନି ଝିଅର ପ୍ରତିଭାକୁ ଦେଖି ପ୍ରଶଂସା ନକରି ରହି ପାରି ନଥିଲେ। ମୋଦୀ ଟ୍ଵିଟରରେ ଏହି ‌ଛୋଟ ଝିଅଟିର ଭିଡିଓ ସେୟାର କରି ଲେଖିଛନ୍ତି, ‘ଏହି ଭିଡିଓ ସମସ୍ତଙ୍କ ମୁହଁରେ ହସ ଫୁଟାଇପାରିବ। ଅସାଧାରଣ ପ୍ରତିଭା ଏବଂ ସୃଜନଶୀଳତା। ଶାଲମଲିଙ୍କୁ ଶୁଭକାମନା’।

ଭିଡିଓକୁ ପ୍ରଥମେ ଟ୍ଵିଟର ୟୁଜର @ଅନନ୍ତକୁମାର ସେୟାର କରିଥିଲେ। ଏହି ଖବର ଲେଖାହେଲା ପର୍ଯ୍ୟନ୍ତ ଛୋଟ ଝିଅର ପିଆନୋ ବଜାଇବା ଭିଡିଓକୁ  ୧୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଶହ ଶହ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି,‘ ବାଃ ତୁମ ପ୍ରତିଭା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe