ଦିବ୍ୟାଙ୍ଗ ବାଳିକାଙ୍କ ଆଶ୍ଚର୍ଯ୍ୟଜନକ ସ୍କେଟିଂ ଦେଖି କରତାଳିରେ କମ୍ପି ଉଠିଲା ହଲ

ଦିବ୍ୟାଙ୍ଗ ବାଳିକାଙ୍କ ଆଶ୍ଚର୍ଯ୍ୟଜନକ ସ୍କେଟିଂ ଦେଖି କରତାଳିରେ କମ୍ପି ଉଠିଲା ହଲ

ନୂଆଦିଲ୍ଲୀ: ମଣିଷ ଜୀବନ ଅନେକ ମୋଡ ଦେଇ ଗତି କରିଥାଏ। ଏହାରି ଭିତରେ କାହା ଜୀବନରେ ସୁଖ ଆସିଥାଏ ତ କାହା ଜୀବନରେ ଦୁଃଖ। ତେବେ ଅନେକ ଲୋକଙ୍କ ଜୀବନରେ ଦୁଃଖ ଆସିବା ପରେ ସେମାନେ ଆଉ ଆଗକୁ ବଢ଼ନ୍ତି ନାହିଁ, ସବୁକିଛି ଶେଷ ହୋଇଗଲା ଭାବି ଦିନ ରାତି ଆଖିରୁ ଲୁହ ଝରାଇ ବସି ଥାଆନ୍ତି। ତେବେ ନିକଟରେ ଏକ ଛୋଟ ଦିବ୍ୟାଙ୍ଗ ଝିଅର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ଗୋଡ଼ରେ ସ୍କେଟିଂ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସେହି ଲୋକମାନଙ୍କ ପାଇଁ ପ୍ରେରଣା ଯେଉଁମାନେ କି କୌଣସି କାରଣବଶତଃ ସେମାନଙ୍କ ଶରୀରରୁ ଅଙ୍ଗ ହରାଇ ଦେଇଛନ୍ତି।

ଇଚ୍ଛାଶକ୍ତି ଥିଲେ ସମସ୍ତ ଅସମ୍ଭବ କାମକୁ ସମ୍ଭବ କରି ହୋଇଥାଏ। ଏମିତି ଏକ ଘଟଣା ଆର୍ଜେଣ୍ଟିନାରେ ଚାଲିଥିବା ଜାତୀୟ ସ୍କେଟିଂ ଚାମ୍ପିଅନସିପ୍ ସମୟରେ ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ଛୋଟ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ସ୍କେଟିଂ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

ଦିବ୍ୟାଙ୍ଗ ଛୋଟ ଝିଅର ଷ୍ଟଣ୍ଟ ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, 'କିଛି ଅସମ୍ଭବ ନୁହେଁ। ମାଇଲି ଟ୍ରେଜୋ ସ୍କେଟିଂରେ ଆର୍ଜେଣ୍ଟିନା ଜାତୀୟ ଚାମ୍ପିଅନ୍ । ଶେଷରେ ମାଆକୁ ଆଲିଙ୍ଗନ କରୁଛନ୍ତି। ଶନିବାର ଦିନ ସେୟାର ହେବା ପରଠାରୁ ଏହି କ୍ଲିପ୍ ଟ୍ୱିଟରରେ ୧୨,୦୦୦ ରୁ ଅଧିକ ଭ୍ୟୁ ପାଇଛି। ଦିବ୍ୟାଙ୍ଗ ହୋଇ ଝିଅର ଏଭଳି ଉଦ୍ୟମ ବାସ୍ତବରେ ପ୍ରେରଣାଦାୟକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe