୨୮ ବର୍ଷ ହେଲା ପଇଡ଼ରେ ଜୀବନ

୨୮ ବର୍ଷ ହେଲା ପଇଡ଼ରେ ଜୀବନ

The Hindu

କେରଳର କସାରଗଡ଼ ଅନ୍ତର୍ଗତ ଚନ୍ଦେରାରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଦୀର୍ଘ ୨୮ ବର୍ଷ ହେଲା କେବଳ ପଇଡ଼ ପିଇ ରହୁଥିବା କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୂଚନାନୁଯାୟୀ, ଚନ୍ଦେରା ବାସିନ୍ଦା ବାଳକୃଷ୍ଣ ପଲାଇଙ୍କୁ ଯେତେବେଳେ ୩୫ ବର୍ଷ ହୋଇଥିଲା, ତାଙ୍କର ପେଟ ବେମାର ବାହାରିଥିଲା। ‘ଗାଷ୍ଟ୍ରୋଇସୋଫାଗାଲ ରିଫ୍ଲକ୍‌ସ’ ରୋଗରେ ପୀଡ଼ିତ ବାଳକୃଷ୍ଣ ଯାହା ଖାଇଲେ ବି ବାନ୍ତି ହୋଇଯାଉଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ଏଥିରୁ ଉପଶମ ପାଇଁ ତାଙ୍କୁ ନିୟମିତ ପଇଡ଼ (ନାଳୀ ଓ ପାଣି) ପିଇବା ପାଇଁ ପରାମର୍ଶ କରାଯାଇଥିଲା।

ସେ ତାହା ନିୟମିତ ଖାଇବା ସହ ମଝିରେ ମଝିରେ ଅନ୍ୟ ଖାଦ୍ୟ ମଧ୍ୟ ଗ୍ରହଣ କରୁଥିଲେ। ମାତ୍ର ପଇଡ଼ ତାଙ୍କୁ ଯେପରି ନିରାପଦ ମନେ ହେଉଥିଲା, ତାହା ତୁଳନାରେ ଅନ୍ୟ ଖାଦ୍ୟ ଆଦୌ ଦେହରେ ଯାଇନଥିଲା। ତେଣୁ କେବଳ ପଇଡ଼ ଉପରେ ହିଁ ନିର୍ଭର କରିବା ପାଇଁ ସେ ମନ ଦୃଢ଼ କରିଥିଲେ। ଫଳସ୍ବରୂପ, ଦୀର୍ଘ ୨୮ ବର୍ଷ ହେଲା ସେ କେବଳ ପଇଡ଼ ଖାଇ ହିଁ ଜୀବନଧାରଣ କରିଛନ୍ତି। ଏହାଦ୍ବାରା ତାଙ୍କର ପେଟରୋଗ ଦୂର ହୋଇଯିବା ସହ ସେ ଏବେ ସ୍ବାଭାବିକ ଜୀବନଯାପନ କରୁଛନ୍ତି। ସୂଚନାଯୋଗ୍ୟ, ପଇଡ଼ରେ କାଲସିଅମ୍‌, ମାଗ୍ନେସିଅମ୍‌, ସୋଡିଅମ୍‌ ଓ ପୋଟାସିଅମ୍‌ ପରି ଖଣିଜ ପ୍ରଚୁର ପରିମାଣରେ ରହିଛି। ତାହା ତାଙ୍କୁ ପ୍ରଭୂତ ଶକ୍ତି ଯୋଗାଇବା ସହ ଶରୀର ଗଠନରେ ମଧ୍ୟ ସହାୟକ ହୋଇଛି। ସେ ଏବେ ତାଙ୍କ ବୟସର ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ସୁସ୍ଥସବଳ ଥିବା ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe