ଜୀବନ୍ତ ସୌର ପ୍ୟାନେଲ୍‌

ସମ୍ପ୍ରତି ଉପଲବ୍‌ଧ ଥିବା ପ୍ରମୁଖ ଶକ୍ତିକେନ୍ଦ୍ରଗୁଡ଼ିକ ଦ୍ବାରା ପ୍ରଭୂତ ଅଙ୍ଗାରକାମ୍ଳ ନିର୍ଗମନ ହେତୁ ତାପମାତ୍ରା ବୃଦ୍ଧି ଜନିତ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢ଼ାଇଦେଇଛି। ତେବେ ପ୍ରଯୁକ୍ତିବିଦ୍ୟାର ଉନ୍ନତ ଉପଯୋଗ ସ୍ବରୂପ ବୈଜ୍ଞାନିକମାନେ କ୍ଷୁଦ୍ର ଆଲୋକ ସଂଶ୍ଳେଷକ...

sfsfsfxc

ସମ୍ପ୍ରତି ଉପଲବ୍‌ଧ ଥିବା ପ୍ରମୁଖ ଶକ୍ତିକେନ୍ଦ୍ରଗୁଡ଼ିକ ଦ୍ବାରା ପ୍ରଭୂତ ଅଙ୍ଗାରକାମ୍ଳ ନିର୍ଗମନ ହେତୁ ତାପମାତ୍ରା ବୃଦ୍ଧି ଜନିତ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢ଼ାଇଦେଇଛି। ତେବେ ପ୍ରଯୁକ୍ତିବିଦ୍ୟାର ଉନ୍ନତ ଉପଯୋଗ ସ୍ବରୂପ ବୈଜ୍ଞାନିକମାନେ କ୍ଷୁଦ୍ର ଆଲୋକ ସଂଶ୍ଳେଷକ ଅଣୁଜୀବମାନଙ୍କୁ ଉପଯୋଗ କରି ସୌର ପ୍ୟାନେଲ୍‌ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି। ଜର୍ମାନୀର ହେମ୍‌ହୋଜ୍‌ ସେଣ୍ଟର୍‌ ଫର୍‌ ଏନ‌୍‌ଭାରନ୍‌ମେଣ୍ଟାଲ୍‌ ରିସର୍ଚ୍ଚର ଗବେଷକମାନେ ସେମାନଙ୍କର ଏହି ଅଭିନବ ପ୍ରକଳ୍ପରେ ‘ସିନେକୋସାଇଷ୍ଟିସ୍‌’ ନାମକ ଏକ ପ୍ରକାର ଏକକୋଷୀ ବୀଜାଣୁର ଫଟୋ ସଂଶ୍ଳେଷଣ କ୍ଷମତାକୁ ଉପଯୋଗ କରିଛନ୍ତି, ଯିଏ କୋଟି କୋଟି ବର୍ଷ ଧରି ସୂର୍ଯ୍ୟାଲୋକରୁ ଶକ୍ତି ହାସଲ କରିବାର କଳାକୁ ନିଖୁଣ ରଖିପାରିଛି। ଏହି କ୍ଷୁଦ୍ର ଅଣୁଜୀବଗୁଡ଼ିକ ଉଦ୍ଭିଦ ପରି ଆଲୋକ ସଂଶ୍ଳେଷଣ ମାଧ୍ୟମରେ ସୂର୍ଯ୍ୟାଲୋକରୁ ଶକ୍ତି ଉତ୍ପନ୍ନ କରିବାରେ ପାରଙ୍ଗମ। ତେଣୁ ବୈଜ୍ଞାନିକମାନେ ଅଣୁଜୀବମାନଙ୍କ ଦ୍ବାରା ବିଦ୍ୟୁତ୍‌ ଶକ୍ତି ସୃଷ୍ଟିର ଏହି ପ୍ରାକୃତିକ ପ୍ରକ୍ରିୟାକୁ ସିଧାସଳଖ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି।

ସିଲିକନ୍‌ ଓ ଅନ୍ୟାନ୍ୟ ପଦାର୍ଥରେ ପାରମ୍ପରିକ ସୌର ପ୍ୟାନେଲ୍‌ ନିର୍ମାଣ କରିବା ପରିବର୍ତ୍ତେ ଗବେଷକମାନେ ‘ବାୟୋଫଟୋଭୋଲ୍‌ଟାଇକ୍‌ସ୍‌’ ନାମକ ଏହି ଜ୍ଞାନକୌଶଳରେ  ଅଣୁଜୀବମାନଙ୍କ ଦ୍ବାରା ‘ଜୀବନ୍ତ ସୌର ପ୍ୟାନେଲ୍‌’ ପ୍ରସ୍ତୁତ କରିଛନ୍ତି। ଏହି ଅଣୁଜୀବଗୁଡ଼ିକ ସ୍ବୟଂ ଏକତ୍ରିତ ହୋଇପାରିବା ସହ ସ୍ବୟଂ ମରାମତି କରି ଶକ୍ତି ଉତ୍ପାଦନ କ୍ରିୟା ବଜାୟ ରଖିବାକୁ ସମର୍ଥ, ଯାହା ସେମାନଙ୍କୁ ଏକ ଅବିଶ୍ବସନୀୟ ନିରନ୍ତର ଶକ୍ତି ଉତ୍ସରେ ପରିଣତ କରିପାରିବ। ଜର୍ମାନୀ ବୈଜ୍ଞାନିକମାନଙ୍କ ନିରୀକ୍ଷଣ ଅନୁଯାୟୀ, ଏହି ଅଣୁଜୀବଗୁଡ଼ିକ ନିଜର ପ୍ରାକୃତିକ କାର୍ଯ୍ୟରେ ବାଧା ନ ପହଞ୍ଚାଇ ଇଲେକ୍ଟ୍ରନ୍‌ଗୁଡ଼ିକୁ ଏଭଳି ସଂଚାଳିତ କରିଥିଲେ ଯେ ବିଦ୍ୟୁତ‌୍‌ର ଏକ  ସ୍ଥିର ପ୍ରବାହ ସୃଷ୍ଟି ହୋଇପାରିଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ଫଳାଫଳ ହେଉଛି, ଏହି ପ୍ରକ୍ରିୟାରେ ଜଳର ଅଣୁ ବିଭାଜିତ ହୋଇ ଅମ୍ଳଜାନ, ପ୍ରୋଟନ ଓ ଇଲେକ୍ଟ୍ରନ ନିର୍ଗତ ହେଉଥିବା ବେଳେ ଉକ୍ତ ଅଣୁଜୀବମାନଙ୍କର ଅଙ୍ଗାରକାମ୍ଳ ଶୋଷିବାର ଗୁଣ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ଅନ୍ୟାନ୍ୟ ଜୈବବିଦ୍ୟୁତ୍‌ ରସାୟନ ପ୍ରକ୍ରିୟାରେ ପିଏଚ୍‌ ସ୍ତରକୁ ବଜାୟ ରଖିବା ପାଇଁ ବ୍ୟୟବହୁଳ ବାହ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଆବଶ୍ୟକ ହେଉଥିବା ବେଳେ ଏହି ଅଣୁଜୀବମାନେ ନିଜେ ତାହା କରିପାରନ୍ତି।  ଶକ୍ତି ଉତ୍ପାଦନ ଓ ଅଙ୍ଗାରକାମ୍ଳ ଶୋଷଣ ପରି ଦ୍ବୈତ କାର୍ଯ୍ୟ ସମ୍ପାଦନ ସହିତ ଅଣୁଜୀବମାନଙ୍କ ପ୍ରାକୃତିକ ସ୍ଥାୟିତ୍ବ ନିରନ୍ତର ଶକ୍ତି ସମାଧାନ ଦୌଡ଼ରେ ଜୀବନ୍ତ ସୌର ପ୍ୟାନେଲ୍‌କୁ ଅଗ୍ରଣୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe