www.aajtak.in
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଷ୍ଟାର୍ ଲଗନ୍ ପଲ୍ ଡବ୍ଲୁଡବ୍ଲୁଇ ରେସଲ୍ମାନିଆରେ ତାଙ୍କର ଚମତ୍କାର ଡେବ୍ୟୁ କରିବାକୁ ଯାଉଛନ୍ତି। ସୋ’ରେ ପ୍ରବେଶ କରିବା ସମୟରେ ସେ ଦୁନିଆର ସବୁଠାରୁ ମହଙ୍ଗା ପୋକ୍ମନ୍ କାର୍ଡ ପିନ୍ଧିଥିବାର ନଜର ଆସିଛନ୍ତି। ଏହାର ଦାମ ପ୍ରାୟ ୪୫ କୋଟି ଟଙ୍କାରୁ ଅଧିକ ବୋଲି ଜାଣିବାକୁ ମିଳିଛି।
ଡବ୍ଲୁଡବ୍ଲୁଇ ନିଜର ଅଫିସିଆଲ୍ ଆକାଉଣ୍ଟ୍ରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ୨୭ ବର୍ଷୀୟ ଆମେରିକୀୟ ୟୁଟ୍ୟୁବର୍ଙ୍କ ବେକରେ ଏକ ପୋକ୍ମନ୍ କାର୍ଡ ଦେଖିବାକୁ ମିଳିଛି। ତାଙ୍କୁ ତାଙ୍କ କାର୍ଡ ପାଇଁ ଭିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଛି।
ପଲ୍ ଏହି କାର୍ଡକୁ ୨୦୨୧ ମସିହା ଜୁଲାଇ ୨୨ ତାରିଖରେ କିଣିଥିଲେ। ଏକ ପ୍ରାଇଭେଟ୍ ସେଲ୍ରେ କିଣା ଯାଇଥିବା ଏହା ସବୁଠାରୁ ମହଙ୍ଗା ପୋକ୍ମନ୍ କାର୍ଡ। ଜାଣିବାକୁ ମିଳିଛି ଯେ ପିଏସ୍ଏ ଗ୍ରେଡ୍ ୧୦ ପିକାୟୁ ଇଲୁଷ୍ଟ୍ରେଟର୍ କାର୍ଡ ପାଇବା ପାଇଁ ଲଗନ୍ ପଲ୍ଙ୍କୁ ତାଙ୍କର ପିଏସ୍ଏ ଗ୍ରେଡ୍ ୯ ପିକାୟୁ ଇଲୁଷ୍ଟ୍ରେଟର୍ କାର୍ଡ ଦେବାକୁ ପଡ଼ିଥିଲା। ତାଙ୍କ ପୁରୁଣା କାର୍ଡ ଦେବା ପରେ ତାଙ୍କୁ ଆହୁରି ୩୦ କୋଟି ଦେବାକୁ ପଡ଼ିଥିଲ ନୂଆ କାର୍ଡ ପାଇଁ। ଏହି କାର୍ଡକୁ ସେ ଇଟାଲୀରୁ କିଣିଥିବା ଜାଣିବାକୁ ମିଳିଛି।
Follow Us