ଜୀବନ ଜିନ୍ଦାବାଦ୍‌: ଝିଅ ପ୍ରସବ କଲେ ଫିସ୍‌ ରଖନ୍ତିନି ଡାକ୍ତର ରାଖ୍‌

ମହାରାଷ୍ଟ୍ରର ପୁଣେ ମହାନଗର ଉପକଣ୍ଠସ୍ଥ ହଡ଼ସପରରେ ଜଣେ ଡାକ୍ତର ବିଗତ ୧୪ ବର୍ଷ ହେବ ଅଭିନବ ଶୈଳୀରେ ତାଙ୍କର ‘କନ୍ୟା ବଞ୍ଚାଅ ଅଭିଯାନ’ ଚାଲୁ ରଖିଛନ୍ତି। ଉପନଗରୀ ହଡ଼ସପରରେ ‘ମେଡିକେୟାର୍‌ ହସ୍ପିଟାଲ୍‌’ ଖୋଲିଥିବା ଡାକ୍ତର ଗଣେଶ....

sfsfsxcxc

ମହାରାଷ୍ଟ୍ରର ପୁଣେ ମହାନଗର ଉପକଣ୍ଠସ୍ଥ ହଡ଼ସପରରେ ଜଣେ ଡାକ୍ତର ବିଗତ ୧୪ ବର୍ଷ ହେବ ଅଭିନବ ଶୈଳୀରେ ତାଙ୍କର ‘କନ୍ୟା ବଞ୍ଚାଅ ଅଭିଯାନ’ ଚାଲୁ ରଖିଛନ୍ତି। ଉପନଗରୀ ହଡ଼ସପରରେ ‘ମେଡିକେୟାର୍‌ ହସ୍ପିଟାଲ୍‌’ ଖୋଲିଥିବା ଡାକ୍ତର ଗଣେଶ ରାଖ୍‌ ପ୍ରଥମକରି ୨୦୧୨ ଜାନୁଆରି ୩ ତାରିଖରେ ଉପରୋକ୍ତ ଅଭିଯାନ ଆରମ୍ଭ କରିଥିଲେ। ଏଯାବତ୍‌ ସେ ୨,୫୦୦ରୁ ଅଧିକ ଶିଶୁକନ୍ୟା ପ୍ରସବ କରାଇବାରେ ସହାୟକ ହୋଇଛନ୍ତି। କିନ୍ତୁ, ସେଥିପାଇଁ ଫିସ୍‌ ବାବଦକୁ ପଇସାଟିଏ ବି ଜନ୍ମିତ କନ୍ୟାର ପିତାମାତାଙ୍କଠାରୁ ଗ୍ରହଣ କରିନାହାନ୍ତି। ବରଂ କହନ୍ତି, ଝିଅଟିଏ ଜନ୍ମଦେବା ବେଶ୍‌ ଆନନ୍ଦ ଓ ଗୌରବର କଥା।

ଏଭଳି ଅଭିଯାନ କାହିଁକି ଆରମ୍ଭ କଲେ? ଏ ପ୍ରଶ୍ନର ଉତ୍ତରରେ ଡାକ୍ତର ରାଖ୍‌ କହନ୍ତି ‘‘ଡାକ୍ତରଖାନା ଖୋଲି ମୁଁ ଦମ୍ପତିମାନଙ୍କ ସନ୍ତାନସନ୍ତତି ପ୍ରସବ କରାଉଥିଲି। ସେତେବେଳେ ଲୋକଙ୍କ ଭିତରେ ପ୍ରଚଳିତ ଗୋଟାଏ ଅନ୍ଧବିଶ୍ବାସ ଧାରା ମତେ ଖୁବ୍‌ ବିଚଳିତ କରିପକାଇଲା। ମୁଁ ଦେଖିଲି, ପୁଅଟିଏ ଜନ୍ମହେଲେ ପିତାମାତା ଓ ଆତ୍ମୀୟମାନେ ଉତ୍ସବ ପାଳନ କରିବା‌ ସହିତ ଉଲ୍ଲସିତ ହୋଇ ମୋ ପାଉଣା ଦେଇ ଘରକୁ ବାହୁଡ଼ି ଯାଉଛନ୍ତି। ଅଥଚ ଝିଅଟିଏ ହେଲେ ପରିସ୍ଥିତି ପରିବେଶ ଅତି ଦୁଃଖଦାୟକ ବୋଧହେଉଛି। ଅନେ‌େକ ଅସୁଖୀ ପ୍ରତୀୟମାନ ହେଉଛନ୍ତି ଏବଂ ଫିସ୍‌ ବାବଦ ଅର୍ଥ ଦେବାକୁ ମନା କରିଦେଉଛନ୍ତି। ପିଲାଜନ୍ମ ସମୟରେ ଲୋକମାନଙ୍କ ମନୋଭାବ ବଦଳାଇବା ଭଳି କିଛି କରିବା କଥା ସେହି ସମୟରେ ହିଁ ମୋ ମନକୁ ଆସିଲା।

ସେହି ଭାବନାରୁ ଉତ୍ପତ୍ତି ହେଲା ‘‘ବେଟୀ ବଚାଓ ମୋହିମ୍‌’’। ଏ ପଦକ୍ଷେପ ଏ ଅଞ୍ଚଳବାସୀଙ୍କ ଗତାନୁଗତିକ ମନୋଭାବକୁ ଆମୂଳଚୂଳ ପରିବର୍ତ୍ତନ କରିଦେଲା। ଡାକ୍ତର ରାଖ୍‌ ଘୋଷଣାକଲେ ଯେ ସେ ଫିସ୍‌ ନ ନେଇ କନ୍ୟାସନ୍ତାନ ପ୍ରସବକାଳୀନ ଚିକିତ୍ସା କରିବେ। ତାଙ୍କର ଏ ଉଦ୍‌ଘୋଷଣା ଜନସାଧାରଣଙ୍କୁ ଚେତାଇ ଦେଲା ଯେ ଝିଅଜନ୍ମ ହେଉଛି ଆଶୀର୍ବାଦ। ବ୍ୟାଙ୍କ୍‌ରୁ ଋଣ ଆଣି ‘ମେଡିକେୟାର୍‌ ହସ୍‌ପିଟାଲ୍‌’ ଖୋଲିଥିବା ଡାକ୍ତର ରାଖ୍‌ଙ୍କ ପକ୍ଷେ ଏ ଅଭିଯାନ ଚଳାଇ ରଖିବା ଥିଲା ଅତି କଷ୍ଟକର ବ୍ୟାପାର। ତାଙ୍କର ପାରିବାରିକ ସ୍ବଚ୍ଛଳତା ନଥିଲା। ପୁଣି ହସ୍‌ପିଟାଲ୍‌ରୁ ହେଉଥିବା ଆୟରୁ ହିଁ ତାଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ। ଡାକ୍ତର ରାଖ୍‌ କହନ୍ତି, ‘‘ମୋ ବାପା ଥିଲେ କୁଲି। ତେଣୁ ଅସୁବିଧା ବେଳେ ସହାୟକ ହେବାକୁ ମୋର କୌଣସି ସମ୍ପତ୍ତି ନ ଥିଲା। ଆମେ ଯେତେବେଳେ ଉପରୋକ୍ତ ଅଭିଯାନ ଘୋଷଣା କଲୁ ମୋ ପରିବାର ଓ ହସ୍‌ପିଟାଲ୍‌ର କର୍ମଚାରୀବୃନ୍ଦ ଖୁବ୍‌ ସନ୍ଦିହାନ ହୋଇଗଲେ। ସେମାନଙ୍କର ଧାରଣା ଥାଏ କି ଏଭଳି ଦାୟିତ୍ବ ସରକାରଙ୍କର, ଏ ସମ୍ବନ୍ଧୀୟ ଜନସଚେତନତା ପ୍ରଚାର କରିବା ଆମର କର୍ତ୍ତବ୍ୟ ନୁହେଁ। କିନ୍ତୁ, ଏ ଅଭିଯାନ ଚଳାଇବାକୁ ବାପା ମତେ କହିଲେ। ସେ ମଧ୍ୟ ମତେ ଆଶ୍ବାସନା ଦେଲେ ଯେ ଆବଶ୍ୟକ ହେଲେ ମତେ ସହାୟତା କରିବା ଲାଗି ସେ ପୁନଶ୍ଚ କୁଲିଗିରି କରିବାକୁ କୁଣ୍ଠାବୋଧ କରିବେ ନାହିଁ। ତାଙ୍କର ଏଇ କଥା ହିଁ ମତେ ମୋ ପ୍ରତିବଦ୍ଧତାରେ ଅଟଳ ରହିବାକୁ ପ୍ରେରିତ କଲା।’’

ଯଦି ଝିଅ ଜନ୍ମହୁଏ ତା’ହେଲେ ପଇସା ପଡୁନାହିଁ ଜାଣି ଏ ଭିତରେ ଅନେକ ଲୋକ ଡାକ୍ତର ରାଖ୍‌ଙ୍କ ଡାକ୍ତରଖାନାରେ ପ୍ରସବ କରାଇଛନ୍ତି। ଡାକ୍ତର ରାଖ୍‌ ଝିଅଜନ୍ମ ଲାଗି ଫିସ୍‌ ତ ନେଉ ନାହାନ୍ତି, ପୁଣି ତା’ଉପରେ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ଲାଗି ନବଜାତ କନ୍ୟାର ପରିବାର ଲୋକଙ୍କୁ ଆବେଗିକ ଓ ମାନସିକ ପରାମର୍ଶ ବି ଦେଉଛନ୍ତି। ଅଳ୍ପ କେତେବର୍ଷ ଭିତରେ ଏ ଅଭିଯାନ ଅମିତାଭ ବଚ୍ଚନଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଧ୍ୟାନ ଆକର୍ଷଣ କରିପାରିଲା ଏବଂ ସେ ଡାକ୍ତର ରାଖ୍‌ଙ୍କୁ ଅସଲ ‘ହିରୋ’ କହି ପ୍ରଶଂସା କଲେ। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବି ଡାକ୍ତର ରାଖ୍‌ଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି। ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇ ଦେଶ ଓ ବିଦେଶରେ ତାଙ୍କ ପ୍ରଚେଷ୍ଟା ଓ ଜନସଚେତନତା ପ୍ରସାର ନିମନ୍ତେ ବକ୍ତବ୍ୟ ଦେବାକୁ ଅନୁରୋଧ କରାଯାଇଛି। ମହିଳା ଓ ଝିଅଙ୍କ ପ୍ରତି ସମର୍ପିତ ଗୋଟାଏ ସୁପର୍‌ ସ୍ପେସାଲିଟି ହସ୍‌ପିଟାଲ୍‌ ଖୋଲିବା ଲାଗି ସମ୍ପ୍ରତି ଡାକ୍ତର ରାଖ୍‌ କଳ୍ପନା କରୁଛନ୍ତି। ତାହା ଏଭଳି ଡାକ୍ତରଖାନା ହେବ ଯେଉଁଠି ଚିକିତ୍ସା ଖର୍ଚ୍ଚ ରୋଗଭିତ୍ତିରେ ସୁଲଭ ବା ନିଃଶୁଳ୍କ ହେବ। ଏ ପ୍ରସଙ୍ଗରେ ସେ କହନ୍ତି, ‘‘ମୋର ମନେହୁଏ, ଲୋକେ ଏ ଅଭିଯାନର ମହତ୍ତ୍ବ ବୁଝିଲେ କଳ୍ପନା ସାକାର କରିବା ପାଇଁ ସହାୟତାର ଅଭାବ ରହିବ ନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe