ଜୀବନ ଜିନ୍ଦାବାଦ୍‌: କୁଳବେଉସା

ଅନ୍ୟତମ କଠିନ ବୃତ୍ତି ବୋଲି ବିବେଚନା କରାଯାଉଥିଲେ ବି ରାଜସ୍ଥାନର ଜୟପୁରନିବାସୀ ଆକଡ ପରିବାର ଏବଂ ମୁମ୍ବାଇର ଚତୁର୍ବେଦୀ ଓ ଶାହ ପରିବାରର ‘ଚାର୍ଟାଡ୍‌ ଆକାଉଣ୍ଟାନ୍‌ସି’ ଖାଲି ବୃତ୍ତି ହୋଇ ରହିନାହିଁ, କୌଳିକ ବୃତ୍ତି ହୋଇସାରିଛି କହିଲେ ଅବାନ୍ତର ହେବନାହିଁ।

ssfsfxcxcxc

ଅନ୍ୟତମ କଠିନ ବୃତ୍ତି ବୋଲି ବିବେଚନା କରାଯାଉଥିଲେ ବି ରାଜସ୍ଥାନର ଜୟପୁରନିବାସୀ ଆକଡ ପରିବାର ଏବଂ ମୁମ୍ବାଇର ଚତୁର୍ବେଦୀ ଓ ଶାହ ପରିବାରର ‘ଚାର୍ଟାଡ୍‌ ଆକାଉଣ୍ଟାନ୍‌ସି’ ଖାଲି ବୃତ୍ତି ହୋଇ ରହିନାହିଁ, କୌଳିକ ବୃତ୍ତି ହୋଇସାରିଛି କହିଲେ ଅବାନ୍ତର ହେବନାହିଁ। ଉଭୟ ପରିବାରର ସଦସ୍ୟ ପିଢ଼ି ପରେ ପିଢ଼ି ଏହି ବୃତ୍ତିକୁ ଆପଣାଉଛନ୍ତି। ମୁମ୍ବାଇର ଚତୁର୍ବେଦୀ ପରିବାରର ପାଞ୍ଚ ପିଢ଼ି ଚାଟାର୍ଡ ଆକାଉଣ୍ଟାନ୍‌ସିକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ସେଠାକାର ଜଣାଶୁଣା ଚାଟାର୍ଡ ଆକାଉଣ୍ଟାନ୍‌ସି ଫାର୍ମ ‘ବି ଏମ୍‌ ଚତୁର୍ବେଦୀ ଆଣ୍ଡ୍‌ କୋ’ ଏହି ପରିବାର ଦ୍ବାରା ପରିଚାଳିତ। ୧୯୨୫ ମସିହାରେ ପରିବାରର ପ୍ରଥମ ବ୍ୟକ୍ତି ବିଶ୍ବମ୍ଭର ନାଥ ଚତୁର୍ବେଦୀ ଦିଲ୍ଲୀ ଯାଇ ସେଠାରେ ସ୍ବୀକୃତିପ୍ରାପ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୫୫ ମସିହାରେ ତାଙ୍କର ଦୁଇ ପୁଅ ଅମରନାଥ ଓ ଦୀନାନାଥ ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଅମରନାଥଙ୍କ ପୁଅ ବି.ଏମ୍‌. ଚତୁର୍ବେଦୀ ମୁମ୍ବାଇରେ ନିଜର ଫାର୍ମ ଆରମ୍ଭ କରିଥିଲେ। ତାଙ୍କ ପରିବାରର ପଞ୍ଚମ ପିଢ଼ି ଭାବେ ଚତୁର୍ବେଦୀଙ୍କ ନାତୁଣୀ ବୃତ୍ତିରେ ସାମିଲ୍‌ ହୋଇଛନ୍ତି। ସଂପ୍ରତି ଭାରତ ଓ ଅନ୍ୟ ଦେଶରେ ଏହି ପରିବାରର ୧୧ ଜଣ ସଦସ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ କାର୍ଯ୍ୟ କରୁଛନ୍ତି।

ସେହିପରି ଜୟପୁରର ଆକଡ ପରିବାରରେ ୧୫ଜଣ ସଦସ୍ୟ ଅର୍ଥନୈତିକ ବ୍ୟାପାରରେ ବିଶେଷ ପାରଦର୍ଶିତା ଥିବା ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍। ରାଘବକୃଷ୍ଣ ଆକଡଙ୍କଠାରୁ ଅୟମାରମ୍ଭ ହୋଇଥିବା ଏ ବୃତ୍ତି ତାଙ୍କ ଉତ୍ତରାଧିକାରୀମାନଙ୍କ ଦ୍ବାରା ଅଗ୍ରସର ହୋଇଚାଲିଛି। ଏ ପରିବାରର ସଦସ୍ୟମାନଙ୍କ ମଧ୍ୟରୁ କେତେକ ଜିଏସ୍‌ଟି ବ୍ୟାପାର ବୁଝାଶୁଝା କରୁଥିବା ବେଳେ ଆଉ କେତେକ ଅର୍ଥନୈତିକ ଜାଲିଆତି ଠାବ କରିବାରେ ବିଚକ୍ଷଣ। ରାଘବ କହନ୍ତି, ‘‘ଆମ ପରିବାରରେ ମୁଁ ହେଉଛି ପ୍ରଥମ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍। ମୁଁ ଆଇଏସ୍‌ସି ସାରିବା ପରେ ଏମ୍‌ବିବିଏସ୍‌ ଅଥବା ଚାର୍ଟାଡ୍‌ ଆକାଉଣ୍ଟାନ୍‌ସି ପଢ଼ିବାକୁ ପରାମର୍ଶ ମିଳିଲା। ବାଣିଜ୍ୟ ପ୍ରତି ଅଧିକ ଆଗ୍ରହ ଥିବାରୁ ମୁଁ  ଚାର୍ଟାଡ୍‌ ଆକାଉଣ୍ଟାନ୍‌ସି ପଢ଼ିବାକୁ ସ୍ଥିରକଲି। କିନ୍ତୁ ସେତେବେଳେ ସେ ପାଠ୍ୟକ୍ରମରେ ନାଁ ଲେଖାଉଥିବା ଶିକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୨% ସଫଳତାର ସହ ଶିକ୍ଷା ସମାପନ କରୁଥିଲେ।’’

ମାତ୍ର ୨୦ ବର୍ଷ ବୟସରେ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌ ହୋଇଥିବା ସେ ପରିବାରର ଅନ୍ୟତମ ସଦସ୍ୟ ଜୟ ଆକଡ କହନ୍ତି, ‘‘ମୋ ପରିବାରର ୧୦ଜଣ ସଦସ୍ୟ ଗୋଟାଏ ଜାଗାରେ, କିନ୍ତୁ ଭିନ୍ନ ଭିନ୍ନ ବିଭାଗରେ କାମ କରନ୍ତି। ମୋ ସ୍ତ୍ରୀ ପରିଧି ଜିଏସ୍‌ଟି ବିଭାଗ ସମ୍ଭାଳନ୍ତି, ମୋ ବାପା ଓ ଦାଦା ଯଥାକ୍ରମେ ଟିଡିଏସ୍‌ ଓ ଆୟକର ବିଭାଗ ବୁଝନ୍ତି। ମୁଁ ମାଲିମକଦ୍ଦମା ବୁଝାଶୁଝା କରେ। ଘରେ ଆମେ କଦାପି କାମ ବିଷୟରେ ଆଲୋଚନା କରୁନାହିଁ; ଖାଲି ଯାହା ଘରପରିବାର ବିଷୟରେ କଥାବାର୍ତ୍ତା କରୁ। କିନ୍ତୁ, ସେପ୍ଟେମ୍ବର ଟ୍ୟାକ୍ସ୍‌ ଫାଇଲିଙ୍ଗ୍‌ ଶେଷ ମାସ ହୋଇଥିବାରୁ ଆକାଉଣ୍ଟିଙ୍ଗ୍‌ ଓ କ୍ଲାଏଣ୍ଟ୍‌ମାନଙ୍କ ବିଷୟରେ ଖାଇବା ଟେବୁଲ୍‌ରେ ବି ଆଲୋଚନା ହୁଏ।’’ ସେ ପରିବାରର ସର୍ବକନିଷ୍ଠ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌ ହେଉଛନ୍ତି ଗୌରାଙ୍ଗ ଆକଡ। ତାଙ୍କ ନିକଟରେ କ୍ଲାଏଣ୍ଟ୍‌ଙ୍କ ସଂଖ୍ୟା ସର୍ବାଧିକ। ଅଭ୍ୟନ୍ତରୀଣ ଅଡିଟ୍‌ କଥା ପଡ଼ିଲେ ସଭିଏଁ ତାଙ୍କ ପାଖକୁ ଯାଆନ୍ତି। ରାଘବ କହନ୍ତି, ‘‘ମୋ ବଡ଼ଭାଇଙ୍କର ସବୁ ପିଲା ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌। ମୋ ପୁଅ, ବୋହୂ ଓ ଝିଅ ମଧ୍ୟ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌। ମୋର ସବାସାନ ଭାଇ ଓ ତା’ ବୋହୂ ମଧ୍ୟ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌। ତା’ର ପୁଅଝିଅ ବି ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌।’’

ଆପଣା କାର୍ଯ୍ୟପନ୍ଥା ଅତି ସୁଚାରୁ ରୂପେ ସମ୍ପାଦନ କରିବା ଲାଗି ସମ୍ପ୍ରତି ଆକଡ ପରିବାର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ ଓ ଫ୍ରଡ୍‌ ଡିଟେକ୍‌ସନ୍‌ ଟେକ୍ନୋଲୋଜି ଉପରେ ଧ୍ୟାନ ଦେଉଛନ୍ତି। ରାଘବ କହନ୍ତି,‘‘ଏହି ବୃତ୍ତିରେ ସଫଳତା ଲାଗି ସମର୍ପଣ ଏବଂ କଠିନ ଶ୍ରମ ଜରୁରି।’’ ଏହି କ୍ରମ‌େର ମୁମ୍ବାଇର ଶାହ ପରିବାର ଉଲ୍ଲେଖ ଦାବି କରେ। ଏହି ପରିବାର ଚାରି ପିଢ଼ି ଚାଟାର୍ଡ ଆକାଉଣ୍ଟାନ୍‌ସି ବୃତ୍ତିରେ ଥିବା ବେଳେ ସର୍ବମୋଟ ୨୨ ଜଣ ସକ୍ରିୟ ଅଛନ୍ତି। ୧୯୫୦ ମସିହାରେ ପ୍ରଥମେ ଭି.ଏମ୍‌.ଶାହ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିଲେ। ଏହାପ‌େର ତାଙ୍କ ଭାଇ ବୃତ୍ତିକୁ ଆସିଥିଲେ। କ୍ରମେ ପିଢ଼ି ପରେ ପିଢ଼ି ଏହି ବୃତ୍ତିକୁ ଆଦରି ନେଇଥିଲେ। ଗୋଟିଏ ପରିବାରର ସର୍ବାଧିକ ସଦସ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ହେତୁ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନିତ ହୋଇଛି ଶାହ ପରିବାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe