ଜୀବନ ଜିନ୍ଦାବାଦ୍‌: ସେନିଆଙ୍କ ତିନେ‌ାଟି କାରଣ

ରୁଷ- ଭାରତ ବନ୍ଧୁତ୍ବ ବହୁ ପୁରୁଣା। ଯଦିଓ ଭାରତ କିଛି ଦଶନ୍ଧି ତଳେ ଆମେରିକା ସହ ବନ୍ଧୁତ୍ବକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଥିଲା, କିନ୍ତୁ ରୁଷ ସହ ସଂପର୍କକୁ ବିଗିଡ଼ିବାକୁ ଦେଇ ନଥିଲା। ଅନ୍ୟପକ୍ଷରେ ରୁଷୀୟ ଓ ଭାରତୀୟଙ୍କ ମଧ୍ୟରେ ଭାବଗତ, ସାଂସ୍କୃତିକ ଓ ସାମାଜିକ ସଂପର୍କ ବେଶ୍‌ ପୁରୁଣା।

New Project (5)

ରୁଷ- ଭାରତ ବନ୍ଧୁତ୍ବ ବହୁ ପୁରୁଣା। ଯଦିଓ ଭାରତ କିଛି ଦଶନ୍ଧି ତଳେ ଆମେରିକା ସହ ବନ୍ଧୁତ୍ବକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଥିଲା, କିନ୍ତୁ ରୁଷ ସହ ସଂପର୍କକୁ ବିଗିଡ଼ିବାକୁ ଦେଇ ନଥିଲା। ଅନ୍ୟପକ୍ଷରେ ରୁଷୀୟ ଓ ଭାରତୀୟଙ୍କ ମଧ୍ୟରେ ଭାବଗତ, ସାଂସ୍କୃତିକ ଓ ସାମାଜିକ ସଂପର୍କ ବେଶ୍‌ ପୁରୁଣା। ବହୁ ରୁଷୀୟ ମହିଳା ଭାରତୀୟଙ୍କୁ ବିବାହ କରି ସୁଖମୟ ଜୀବନ ଅତିବାହିତ କରୁଛନ୍ତି। ଭାରତୀୟ ଜୀବନସାଥୀଙ୍କୁ ନିଜଆଡୁ ଚୟନ କରିଛନ୍ତି। ଏହା ସେମାନେ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହି କ୍ରମରେ ଆସନ୍ତି ରୁଷୀୟ ଯୁବତୀ ସେନିଆ ଚାୱାରା। ତାଙ୍କର ଏକ ଭିଡିଓ ନିକଟରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ କାହାଣୀ ଏମିତି। ପାଠପଢ଼ା ସାରିବା ପରେ ସେ ଭାରତୀୟ ଯୋଗ ଓ ଜ୍ୟୋତିଷବିଦ୍ୟା ପ୍ରତି ଆକର୍ଷିତ ହୁଅନ୍ତି। ୨୦୧୮ ମସିହାରେ ଯୋଗ ଓ ଜ୍ୟୋତିଷ ଶାସ୍ତ୍ରରେ ପ୍ରଶିକ୍ଷଣ ଲାଗି ପ୍ରଥମେ ଭାରତ ଆସନ୍ତି ସେ। ତାଙ୍କୁ ଭାରତୀୟ ସମାଜ, ସଂସ୍କୃତି ଓ ପରମ୍ପରା ଭଲଲାଗେ। ଜଣେ ଭାରତୀୟଙ୍କୁ ବିବାହ କରି ଏଠାରେ ରହିଯିବା ଲାଗି ସେନିଆଙ୍କ ମନରେ ଇଚ୍ଛା ଜାଗ୍ରତ ହୁଏ। ୨୦୨୨ ମସିହାରେ ଭାରତ ଆସିଥିବା ବେଳେ ସେନିଆଙ୍କର ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍‌ ଲିଭିଂ ସେଣ୍ଟରରେ ମୟଙ୍କ ଚୱାରାଙ୍କ ସହ ଦେଖାହୁଏ। ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି। କ୍ରମେ ପ୍ରେମ ସଂପର୍କ ଗଢ଼ିଉଠେ। ମୟଙ୍କ ରୁଷ୍‌ ଯାଇ ସେନିଆଙ୍କ ପରିବାରକୁ ଭେଟନ୍ତି। ଉଭୟ ପରିବାରର ସହମତି ପରେ ଦୁହିଁଙ୍କର ମସ୍କୋରେ ନିର୍ବନ୍ଧ ହୁଏ ଏବଂ ୨୦୨୩ ମସିହାରେ ବିବାହ ହୁଏ ଭାରତରେ। ରୁଷୀୟ ଯୁବତୀ ସେନିଆ ଏବେ ଭାରତୀୟ ବୋହୂ ଏବଂ ଗୋଟିଏ କନ୍ୟା ସନ୍ତାନର ଜନନୀ। ‌୨୮ ବର୍ଷୀୟା ସେନିଆ କହନ୍ତି, ‘‘ଆଧ୍ୟାତ୍ମିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଥରେ ମୋତେ ଗୁରୁଙ୍କ ନିକଟରେ ମନୋବାଞ୍ଛା ପ୍ରକାଶ କରିବା ସୁଯୋଗ ମିଳିଲା। ସମସ୍ତେ ଏଇ ବିଶ୍ବାସରେ ତାଙ୍କୁ ମନକଥା କହୁଥିଲେ ଯେ ତାହା ପୂରଣ ହେଇଯିବ। ମୁଁ ବି ସେଇ ବିଶ୍ବାସରେ ତାଙ୍କୁ ଜଣାଇଲି କି ଜଣେ ଭାରତୀୟଙ୍କୁ ମୁଁ ବିବାହ କରି ଏଠି ଘରସଂସାର କରି ରହିବାକୁ ଚାହେ। ଏହାର କିଛି ଦିନ ଭିତରେ ମହାଶିବରାତ୍ରୀ ପଡ଼ିଲା। ସେହିଦିନ ମୟଙ୍କଙ୍କ ସହ ‌ମୋର ପ୍ରଥମଥର ଲାଗି ଦେଖାହେଲା। ପ୍ରଥମ ସାକ୍ଷାତରୁ ଆମେ ପରସ୍ପର ପ୍ରତି ଆକର୍ଷିତ ହେଲୁ ଏବଂ ଆମ ଭିତରେ ସଂପର୍କ ଗଢ଼ିଉଠିଲା। ଆମେ ପରସ୍ପରକୁ ଭଲ ଭାବେ ଜାଣିବା ପରେ ବିବାହ କରିଥିଲୁ। ଏସବୁ କଥା ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ।’’  

ନିକଟରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ କାହିଁକି ସେ ଜଣେ ଭାରତୀୟଙ୍କୁ ବିବାହ କଲେ ତାହାର ତିନିଟି କୌତୂହଳପ୍ରଦ କାରଣ ଦର୍ଶାଇଛନ୍ତି। ଏହି ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି। ଏଥିରେ ସେ କହିଛନ୍ତି, ‘‘ମୁଁ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ବିବାହ କରିବାର ୩ଟି କାରଣ ରହିଛି। ପ୍ରଥମ କାରଣ ହେଲା, ସେ ସବୁବେଳେ ମୋ ପାଇଁ ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରିଦିଅନ୍ତି। ଦ୍ବିତୀୟରେ ମୋ କୋଳକୁ ଏକ ସୁନ୍ଦର ତଥା ସ୍ବାସ୍ଥ୍ୟବତୀ କନ୍ୟା ଦେଇଛନ୍ତି। ତୃତୀୟରେ ସ୍ବାମୀ ମୋ ପ୍ରତି ଖୁବ୍‌ ଯତ୍ନବାନ୍‌ ଏବଂ ମତେ ବହୁତ ସ୍ନେହ କରନ୍ତି। ମୋର ଆଉ ଅଧିକ କିଛି ଲୋଡ଼ାନାହିଁ।’’ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେନିଆଙ୍କ ପୋଷ୍ଟ୍‌ ବହୁ ପ୍ରଶଂସା ସାଉଁଟିଛି ଓ ସକାରାତ୍ମକ ମନ୍ତବ୍ୟ ପ‌ାଇଛି। ମୋଟାମୋଟି ସେ କହିଛନ୍ତି ଯେ ସ୍ବାମୀଙ୍କ ରାନ୍ଧଣା ଅତ୍ୟନ୍ତ ସୁଆଦିଆ। ତାଙ୍କ ଔରସରୁ ଜାତ ଝିଅଟି ଖୁବ୍‌ ସୁନ୍ଦରୀ। ତାଙ୍କ ସ୍ନେହଶ୍ରଦ୍ଧା ଅବର୍ଣ୍ଣନୀୟ । ଜୀବନ ସାଥୀଠାରୁ ଜଣେ ଝିଅ ୟା’ଠାରୁ ଅଧିକ କ’ଣ ବା ଚାହେ?

ଏହି ପୋଷ୍ଟ୍‌ ପଢ଼ି ସମଗ୍ର ବିଶ୍ବରୁ ବହୁ ସାମାଜିକ ଗଣମାଧ୍ୟମ ବ୍ୟବହାକାରୀ ଆବେଗମୟ ମନ୍ତବ୍ୟ ଦେଇଛନ୍ତି। ଦୁହିଁଙ୍କ ଅନାବିଳ ବନ୍ଧନ ଉପରେ ଜଣେ ଲେଖିଛନ୍ତି- ଭୋଜନ ଓ ସ୍ନେହ- ପରମ ଅମୃତଯୋଗ! ଭାରତୀୟ ତରୁଣମାନେ ଜିତାପଟ୍‌ ମାରୁଛନ୍ତି। ଆଉ ଜଣେ ଲେଖିଛନ୍ତି- ସେ ଖାଲି ସ୍ବାମୀ ନୁହନ୍ତି, ସେ ତାଙ୍କ ସଂସାର। ଭିଡିଓରେ ସେନିଆଙ୍କ ଆନନ୍ଦ ଦେଖି ଅନ୍ୟ ଜଣେ ଲେଖିଛନ୍ତି- ବାସ୍ତବ ପରିତୃପ୍ତି! ଆହୁରି ଅନେକେ ଲେଖିଛନ୍ତି- ଏଭଳି ସ୍ନେହ ପାଇଁ ଆମେ ସଭିଏଁ ହକ୍‌ଦାର। ପୁଣି ଜଣେ ଲେଖିଛନ୍ତି- ଭଲରେ ଥାଅାନ୍ତୁ। ଆପଣଙ୍କ ପରିବାର ଉପରେ ଭଗବାନ କୃଷ୍ଣଙ୍କ ଆଶିଷ ରହୁ। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ପରିଚ‌େୟାକ୍ତିରେ ସେନିଆ ଲେଖିଛନ୍ତି, ‘ଭାରତୀୟ ଯୁବକଙ୍କୁ ବିବାହ କରିଥିବା ରୁଷୀୟ ଯୁବତୀ।’ କେବଳ ସେନିଆ ନୁ‌ହନ୍ତି,  ସିଲଂରେ ସ୍ବାମୀଙ୍କ ସହିତ ରହୁଥିବା ରୁଷୀୟ ମହିଳା ମାରିନା ଖରବାନୀ ଭାରତୀୟ ନାଗରିକତ୍ବ ପାଇବା ପରେ ଯେଉଁ ଖୁସି ବ୍ୟକ୍ତ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe