Long live life: ଜୀବନ ଜିନ୍ଦାବାଦ୍‌: ନାଁଟି ତା’ର ନିୟତି

Advertisment

ବଡ଼ ଅକଳ୍ପନୀୟ ଭାବେ ଆରମ୍ଭ ହୋଇଥିଲା ନିୟତି ଚିତ୍ରାଂଶଙ୍କ ଜୀବନଯାତ୍ରା! ମାତ୍ର ମାସକର ହୋଇଥିବା ବେଳେ ବାପା ତାଙ୍କୁ ତିନିତାଲା କୋଠାର ଝରକାବାଟେ ବାହାରକୁ ଫିଙ୍ଗି ଦେଇଥିଲେ। ତାଙ୍କ ବାପାଙ୍କର ଧାରଣା ଥିଲା କି ଝିଅମାନେ ବାପାମାଆଙ୍କ ଉପରେ ବୋଝ ଛଡ଼ା ଆଉ କିଛି ନୁହେଁ।

ବଡ଼ ଅକଳ୍ପନୀୟ ଭାବେ ଆରମ୍ଭ ହୋଇଥିଲା ନିୟତି ଚିତ୍ରାଂଶଙ୍କ ଜୀବନଯାତ୍ରା! ମାତ୍ର ମାସକର ହୋଇଥିବା ବେଳେ ବାପା ତାଙ୍କୁ ତିନିତାଲା କୋଠାର ଝରକାବାଟେ ବାହାରକୁ ଫିଙ୍ଗି ଦେଇଥିଲେ। ତାଙ୍କ ବାପାଙ୍କର ଧାରଣା ଥିଲା କି ଝିଅମାନେ ବାପାମାଆଙ୍କ ଉପରେ ବୋଝ ଛଡ଼ା ଆଉ କିଛି ନୁହେଁ।

New Project (2)

ବଡ଼ ଅକଳ୍ପନୀୟ ଭାବେ ଆରମ୍ଭ ହୋଇଥିଲା ନିୟତି ଚିତ୍ରାଂଶଙ୍କ ଜୀବନଯାତ୍ରା! ମାତ୍ର ମାସକର ହୋଇଥିବା ବେଳେ ବାପା ତାଙ୍କୁ ତିନିତାଲା କୋଠାର ଝରକାବାଟେ ବାହାରକୁ ଫିଙ୍ଗି ଦେଇଥିଲେ। ତାଙ୍କ ବାପାଙ୍କର ଧାରଣା ଥିଲା କି ଝିଅମାନେ ବାପାମାଆଙ୍କ ଉପରେ ବୋଝ ଛଡ଼ା ଆଉ କିଛି ନୁହେଁ। ପ୍ରକୃତରେ ସେ ଚାହୁଥିଲେ ତାଙ୍କର ପୁଅଟିଏ ହେଉ। କିନ୍ତୁ କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ନିୟତିଙ୍କ ଭାଗ୍ୟ ଜୋର୍‌। ରାସ୍ତାରେ କଚାଡ଼ି ହୋଇ ପଡ଼ିବା ଆଗରୁ ସେ ବାଟେ ଯାଉଥିବା ଜଣେ ବାଟୋଇ ତାଙ୍କୁ ଧରିପକାଇଲେ। ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ନିୟତି।
ଏ ଘଟଣା ପରେ ନିୟତିର ମା’ ଦିବ୍ୟା ସାକ୍‌ସେନା ସ୍ବାମୀ ଓ ପରିବାର ଛାଡ଼ି ବାହାରିଆସିଲେ। ସ୍ବାମୀଙ୍କ ସହାୟତା ବିନା ସେ ଏକେଲା ଝିଅକୁ ପାଳିପୋଷି ମଣିଷ କରିବା ସହ ତା’ର ସବୁ ଆଶା ଆକାଙ୍‌କ୍ଷା ପୂରଣ କରିବେ ବୋଲି ପଣକଲେ। ଦିବ୍ୟା କହନ୍ତି, ‘‘ବାହାଘର ବେଳୁ ସ୍ବାମୀଙ୍କ ସହିତ ମୋର ମତାନ୍ତର ଲାଗିରହିଥିଲା। ସେ ଝିଅଙ୍କୁ ବୋଝ ବୋଲି ବିଚାର କରନ୍ତି। ନିୟତି ଜନ୍ମହେଲା ବେଳେ ଶାଶୂଘର ଲୋକେ ତାକୁ ଦେଖିବାକୁ ଡାକ୍ତରଖାନା ଯାଇଥିଲେ। ବାପଘରେ ମାସେ କଟାଇ ମୁଁ ଶାଶୂଘରକୁ ଫେରିଲି। କିନ୍ତୁ, ଦିନକ ପରେ ସ୍ବାମୀ ନିୟତିକୁ ବାଲ୍‌କୋନିରୁ ତଳକୁ ଫିଙ୍ଗିଦେଲେ। ଏଭଳି ପରିସ୍ଥିତିରେ ସେଠାରେ ରହିହୋଇ ନଥାନ୍ତା।’’

ନିୟତି ଥିଲା ସତରେ ଯୋଗଜନ୍ମା! ତୁଳସୀ ଦୁଇପତ୍ରରୁ ବାସିବା ଭଳି ତା’ର ସଂଗୀତ ପ୍ରତି ଆକର୍ଷଣ ବାରି ହୋଇପଡ଼ିଲା। ମାଆ ଦିବ୍ୟା ତାକୁ ଖେଳଣା କି’ବୋର୍ଡଟିଏ ଆଣି ଦେଇଥିଲେ। ତାକୁ ପାଇବାକ୍ଷଣି ନିୟତି ତା’ର କି’ଗୁଡ଼ିକ ଉପରେ ଅଙ୍ଗୁଳି ଚଳାଇ ସ୍ବର ଉତ୍ପନ୍ନ କରିଦେଲା। ଏ ସଂକ୍ରାନ୍ତରେ ମାଆ ଦିବ୍ୟା କହନ୍ତି, ‘‘ସେ ସଂଗୀତ ପ୍ରତି ଶ୍ରଦ୍ଧାଶୀଳ ବୋଲି ମୋର ହୃଦ୍‌ବୋଧ ହେଲା। କିନ୍ତୁ, ମୋର ଆଶଙ୍କା ଥାଏ ତା’ର ଏ ଶ୍ରଦ୍ଧା ଅତୁଟ ରହିବ ତ! କାରଣ ବୟସ ବଢ଼ିବା ସଙ୍ଗେ ସଙ୍ଗେ ପିଲାମାନଙ୍କ ମନରେ ନୂଆ ନୂଆ ପରିକଳ୍ପନା ଜାଗିଉଠେ। ୬ ବର୍ଷ ବୟସରେ ଲଣ୍ଡନ୍‌ର ଟ୍ରିନିଟି କଲେଜ୍‌ରେ ନିୟତି ପିଆନୋ ବାଦନ ତାଲିମ ନେଲା। ସେବେଠାରୁ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଅାସୁଛି।

ଦିଲ୍ଲୀ ବାସିନ୍ଦା ନିୟତି ଯେତିକି ବଡ଼ ହେଲା ସଂଗୀତ ପ୍ରତି ତା’ର ଶ୍ରଦ୍ଧା ମଧ୍ୟ ସେତିକି ନିବିଡ଼ ହେଲା। ତାକୁ ୧୨ ବର୍ଷ ହେଲାବେଳକୁ ସେ ତବଲା, ବଂଶୀ, ପିଆନୋ ଓ ଉକୁଲେଲେ ସମେତ ୪୨ ପ୍ରକାରର ବାଦ୍ୟଯନ୍ତ୍ର ବଜାଇପାରିଲା। ସ୍ବର ସଂଯୋଜନା ବି କରିପାରିଲା। ତା’ର ଏଭଳି ପାରଦର୍ଶିତା ସମସ୍ତଙ୍କୁ ଆଚମ୍ବିତ କରିପକାଇଲା। ଆଉ ନବମ ଶ୍ରେଣୀରେ ପଢ଼ିବା ବେଳକୁ ବିଶ୍ବ ସଂଗୀତ ଦୁନିଆରେ ନିୟତି ସୁନାମ ଅର୍ଜନ କରିସାରିଥିଲା। ନିୟତିର ଅଭିଳାଷ ଚରିତାର୍ଥ କରିବା ଲାଗି ମାଆ ଦିବ୍ୟା କର୍ପୋରେଟ୍‌ ସେକ୍ଟର‌୍‌ରେ କରିଥିବା ପୂର୍ଣ୍ଣକାଳୀନ ଚାକିରି ଛାଡ଼ି ମୁକ୍ତବୃତ୍ତ କଣ୍ଟେଣ୍ଟ୍‌ ରାଇଟର୍‌ ଭାବେ କାର୍ଯ୍ୟକଲେ।
୨୦୨୪ ଏପ୍ରିଲ୍‌ ମାସରେ ପିଆନୋ ବଜାଇ ସେ ‘ଏସିଆ ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇ‌ଲେ। ସେହିପରି ୧୫ଟି ବାଦ୍ୟଯନ୍ତ୍ରରେ ମାତ୍ର ୬୫ ସେକେଣ୍ଡ୍‌ରେ ଜାତୀୟ ସଂଗୀତ ବାଦନ କରି ୨୦୨୩ ଜୁଲାଇରେ ସେ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌’ ସମ୍ମାନ ଅର୍ଜନ କରିଥିଲେ। ଏହାଛଡ଼ା ଆଖିରେ ଅନ୍ଧପୁଟୁଳି ବନ୍ଧାଯାଇଥିବା ଅବସ୍ଥାରେ ୧୩ ମିନିଟ୍‌ରୁ ଅଧିକ ସମୟ ଶିବ ତାଣ୍ଡବ ନୃତ୍ୟକରି ସେ ନିଜ ପ୍ରତିଭା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। ଗନ୍ଧର୍ବ ମଣ୍ଡଳରୁ ତବଲା ବାଦନ ଶିକ୍ଷା ସମ୍ପନ୍ନ କରିଥିବା ନିୟତି ସମ୍ପ୍ରତି ସେଭେନ୍‌ଥ୍-ଗ୍ରେଡ୍‌ ପିଆନୋ ଶିକ୍ଷା କରୁଛନ୍ତି। ନିୟତି କହନ୍ତି, ‘‘ବଡ଼ ହେଲେ ମୁଁ ସଂଗୀତ ଶିକ୍ଷା ଦେବି ଓ ପିଏଚ୍‌ଡି ବି କରିବି।’’ ଋଗ୍‌ ବେଦଠୁ ନେଇ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ସଂଗୀତର କ୍ରମବିକାଶ ଉପରେ ଗବେଷଣା କରିବାକୁ ଚାହାନ୍ତି ନିୟତି।

ନିୟତିଙ୍କୁ ପ୍ରଶଂସା କରି ସନ୍ତୂରବାଦକ ଓ ସୁରକାର ଅଭୟ ରୁସ୍ତମ୍‌ ସୋପୋରି କହନ୍ତି, ‘‘ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ସ୍ରଷ୍ଟା ଏ ବାଳିକାକୁ ପଠାଇଛନ୍ତି। ସେ ବଞ୍ଚିରହୁ ବୋଲି ଈଶ୍ବର ଚାହାନ୍ତି। ତା’ ହୋଇ ନ ଥିଲେ ତିନିତାଲା କୋଠାରୁ ଫିଙ୍ଗାଯାଇଥିବା ନିୟତିଙ୍କୁ ବାଟୋଇ ଏମିତି ରକ୍ଷା କରି ନ ଥାନ୍ତେ! ଆଜି ସେ ଭାରତକୁ ଗୌରବାନ୍ବିତ କରୁଛି। ତା’ ପ୍ରତି ଆମର ଶ୍ରଦ୍ଧା, ସଦିଚ୍ଛା ଓ ପ୍ରାର୍ଥନା ରହିଛି। ଈଶ୍ବର ତାଙ୍କୁ ଦିଗ୍‌ଦର୍ଶନ ଦେଉଥାଆନ୍ତୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe