ମୋଟର ସାଇକେଲରେ ହାତ ଛାଡ଼ି ଦୀର୍ଘତମ ‘ହ୍ବିଲି’

ମୋଟର ସାଇକେଲରେ ହାତ ଛାଡ଼ି ଦୀର୍ଘତମ ‘ହ୍ବିଲି’

ପ୍ରତ୍ୟେକ ସାଇକେଲ ଓ ବାଇକ୍‌ପ୍ରେମୀଙ୍କର ନିଜ ଦୁଇଚକିଆ ଯାନକୁ ଚଲାଇବା ବେଳେ ଆଗ ଚକା ଟେକି କେବଳ ପଛ ଚକାରେ କିଛି ବାଟ ଅତିକ୍ରମ କରିବାର ଏକ ଦୁର୍ବାର ଇଚ୍ଛା ରହିଥାଏ। ଏହି କ୍ରିୟାକୁ ‘ହ୍ବିଲି’ କୁହାଯାଏ। ଅଧିକାଂଶ ବାଇକ୍‌ ଆରୋହୀ ଅଳ୍ପ କିଛି ବାଟ ହ୍ବିଲି କରିବାରେ ସକ୍ଷମ ହୋଇଥା’ନ୍ତି। ତେବେ ସ୍ବିଡେନ୍‌ର ଜଣେ ବାଇକ୍‌ ଚାଳକ ହ୍ବିଲି ପ୍ରଦର୍ଶନ ପାଇଁ ତାଙ୍କର ଆଗ୍ରହକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି। ଇଲିଅଟ୍‌ ଗ୍ରୋଣ୍ଡାହ୍ଲ ନାମକ ଏହି ବାଇକ୍‌ପ୍ରେମୀ ନିଜ ମୋଟରସାଇକେଲର ହ୍ୟାଣ୍ଡେଲ୍ ଛାଡ଼ି ପଛ ଚକାରେ ୯୧୮.୨୪ ମିଟର ବା ୩୦୧୨.୫୯ ଫୁଟ୍‌ ଯାଏ ଚଳାଇ ଦୀର୍ଘତମ ହ୍ବିଲି କରିବାର ଗିନିସ ରେକର୍ଡ ସୃଷ୍ଟି କରିଛନ୍ତି।

ନିକଟରେ ଗିନିଜ ବିଶ୍ବ ରେକର୍ଡ ପକ୍ଷରୁ ଇଲିଅଟ୍‌ଙ୍କର ଏହି ହ୍ବିଲି କରିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଛଡ଼ାଯିବା ପରେ ତାହାକୁ ହଜାର ହଜାର ଦର୍ଶକ ଉପଭୋଗ କରିଛନ୍ତି। ଏପରି ଦୁଃସାହସିକ ବାଇକ୍‌ ଚାଳନାରେ ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ ପାଇଁ ଗିନିସ ପକ୍ଷରୁ ଉତ୍ସାହୀ ବାଇକ୍‌ପ୍ରେମୀମାନଙ୍କୁ ଆହ୍ବାନ କରାଯାଇଛି। ତେବେ ଏଥିପାଇଁ ସର୍ବନିମ୍ନ ବୟସ ୧୬ ବର୍ଷ ଧାର୍ଯ୍ୟ କରାଯାଇଛି।

publive-image

ଗତ ବର୍ଷ ଡିସେମ୍ବରରେ ତିନି ଜଣ ଭାରତୀୟ ବାଇକ୍‌ ଆରୋହୀ ଏପରି ନିଆରା ବାଇକ୍‌ ଚାଳନା ରେକର୍ଡମାନ କରିଥିଲେ। କ୍ୟାପ୍ଟେନ୍‌ ଅଭିଜିତ୍‌ ସିଂହ ଗ୍ରିୱାଲ୍ ବାଇକ୍‌ ଉପରେ ଛିଡ଼ା ହୋଇ ତାହାର ହ୍ୟାଣ୍ଡଲ ନଧରି ୧୦୭.୯୨ କି.ମି. ବା ୬୭.୦୬ ମାଇଲ୍‌ ଅତିକ୍ରମ କରି ଗିନିସ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ। ସେହିପରି ହାବିଲଦାର ହୃଷୀକେଶ ଯାଦବ ଗାଡ଼ିର ପଛ ସିଟ୍‌ (ପଛ ଲାଇଟ୍‌ ଉପରେ)ରେ ବସି ୯ଘଣ୍ଟା ୧୭ ମିନିଟ୍‌ରେ ୩୫୬ କି.ମି. ଅତିକ୍ରମ କରିବାର ରେକର୍ଡ କରିଥିଲେ। ଅନ୍ୟତମ ଉତ୍ସାହୀ ବାଇକ୍‌ପ୍ରେମୀ ହାବିଲଦାର ମନୀଶ ତାଙ୍କର ବୁଲେଟ୍‌ ୩୫୦ ସିସି. ବାଇକ୍‌ରେ ହ୍ବିଲି କରି ୨.୪ କି.ମି. ଅତିକ୍ରମ କରିବାର ରେକର୍ଡ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe