ତାଙ୍କ ଆଖିକୁ ଚାହିଁଲେ ଡରମାଡ଼େ: ଶିଖର ଧୱନ୍

ସମ୍ପ୍ରତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ଶିଖର ଧୱନ୍‌ ପ୍ରଖ୍ୟାତ କ୍ରିକେଟ୍‌ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପୃଥକ୍‌ ଅଧିନାୟକତ୍ବ ଶୈଳୀ ପ୍ରସଙ୍ଗରେ ଗଣମାଧ୍ୟମକୁ କହିଛନ୍ତି। ଧୱନ୍‌ ଧୋନି ଓ କୋହଲିଙ୍କ ଅଧିନାୟକତ୍ବରେ ଭାରତୀୟ ଜାତୀୟ ଟିମ୍‌ରେ...

gddgdg

ସମ୍ପ୍ରତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ଶିଖର ଧୱନ୍‌ ପ୍ରଖ୍ୟାତ କ୍ରିକେଟ୍‌ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପୃଥକ୍‌ ଅଧିନାୟକତ୍ବ ଶୈଳୀ ପ୍ରସଙ୍ଗରେ ଗଣମାଧ୍ୟମକୁ କହିଛନ୍ତି। ଧୱନ୍‌ ଧୋନି ଓ କୋହଲିଙ୍କ ଅଧିନାୟକତ୍ବରେ ଭାରତୀୟ ଜାତୀୟ ଟିମ୍‌ରେ ଖେଳିଥିବ‌ାରୁ ଦୁଇ ଅଧିନାୟକ କିଭଳି ଦଳର ନେତୃତ୍ବ ନେଉଥିଲେ ତାହା ତୁଳନା କରିଛନ୍ତି। ଧୋନିଙ୍କ ଅଧିନାୟକତ୍ବରେ ପ୍ରଥମ କରି ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଖେଳିଥିବା ଶିଖର ଧୱନ୍‌ ବିରାଟ କୋହଲି ଅଧିନାୟକ ଥିବା ବେଳେ ମଧ୍ୟ ଟିମ୍‌ ଇଣ୍ଡିଆର ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ଧୱନ୍‌ କହନ୍ତି, ଯଦିଚ ଧୋନି ବିଶେଷ କଥା କହନ୍ତି ନାହିଁ, କିନ୍ତୁ ତାଙ୍କ ଉପସ୍ଥିତି ଥିଲା ଖୁବ୍‌ ବଳିଷ୍ଠ। ଟିମ୍‌କୁ କେମିତି ଚଳାଇବାକୁ ପଡ଼େ ଓ ଖେଳାଳିମାନଙ୍କୁ କେମିତି ପ୍ରସ୍ତୁତି କରିବାକୁ ପଡ଼େ, ତାହା ତାଙ୍କୁ ମାଲୁମ ଥିଲା।ଗଣମାଧ୍ୟମ ଆଗରେ କହିବା ବେଳେ ଧୱନ୍‌ କହିଛନ୍ତି ଯେ ଧୋନି ହେଉଛନ୍ତି ଶାନ୍ତ ଓ ଏକାଗ୍ରଚିତ୍ତ ସ୍ବଭାବର। ଏହି ବୈଶିଷ୍ଟ୍ୟ ହିଁ ତାଙ୍କୁ ଜଣେ ବିଶିଷ୍ଟ ଅଧିନାୟକ ଭାବେ କ୍ରିକେଟ୍‌ ଦୁନିଆରେ ପୃଥକ୍‌ରୂକେ ଉପସ୍ଥାପନ କରିଥାଏ।

ଭାରତର ଦୁଇ ସଫଳ ଅଧିନାୟକଙ୍କ ସଂପର୍କରେ ବଖାଣି ଶିଖର ଧୱନ୍ କହିଛନ୍ତି ଧୋନି ସ୍ବଭାବରେ ଖୁବ୍‌ ଶାନ୍ତ ଓ ଏକାଗ୍ରଚିତ୍ତ। କୋହଲି ଖେଳପଡ଼ିଆରେ ମୁକାବିଲାତ୍ମକ ମନୋଭାବ ସଂପନ୍ନ ଓ ଚଳଚଞ୍ଚଳ।

ଦୁନିଆରେ ସମସ୍ତଙ୍କର ନିଜସ୍ବ ଚରିତ୍ର ଓ ସ୍ବଭାବ ଅଛି। ଧୋନି ଖୁବ୍‌ ଖୁସି ମିଜାଜ୍‌ର। ବେଶୀ କଥା କହନ୍ତି ନାହିଁ। ବୈଠକ କିମ୍ବା ଆଲୋଚନା ସମୟରେ କଥା କହନ୍ତି। ମ୍ୟାଚ୍‌ ଅବ୍ୟବହିତ ପୂର୍ବରୁ ଯେକୌଣସି ଅଧିନାୟକ କଥା କହନ୍ତି, ତେଣୁ ସେ ବି କହନ୍ତି। କିନ୍ତୁ, ମ୍ୟାଚ୍‌ ସମାପ୍ତ ହେବା ପରେ ସେ ବିଶେଷ କଥା କହନ୍ତି ନାହିଁ। ତେଣୁକରି ଧୋନିଭାଇଙ୍କ ଉପସ୍ଥିତି ଥିଲା ଖୁବ୍‌ ଟାଣୁଆ। ମୁଁ ତାଙ୍କ ଅଧୀନରେ ଖେଳିଲା ବେଳେ ବି ସେ ଜଣେ ଅଭିଜ୍ଞ ଅଧିନାୟକ ହୋଇସାରିଥିଲେ ଏବଂ ବିଶେଷ ସଫଳତା ମଧ୍ୟ ଅର୍ଜନ କରିଥିଲେ। ଟିମ୍‌ ଇଣ୍ଡିଆର ପାରଦର୍ଶିତା ଓ ଖେଳାଳିଙ୍କ ପ୍ରସ୍ତୁତି ବିଷୟରେ ସେ ପୁଙ୍ଖାନୁପୁଙ୍ଖ ଭାବେ ସବୁ କିଛି ଜାଣିଥିଲେ। ଭାରତୀୟ କ୍ରିକେଟ୍‌ ଇତିହାସରେ ଧୋନି ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ବ ଭାବେ ସମ୍ମାନିତ। ତାଙ୍କ ବିଚକ୍ଷଣ ଅଧିନାୟକତ୍ବରେ ଭାରତ ୧୭୮ଟି ମ୍ୟାଚ୍‌ରେ ବିଜୟୀ ହୋଇଛି, ୧୨୦ଟି ମ୍ୟାଚ୍‌ରେ ପରାଜୟ ବରଣକରିଛି ଏବଂ ୧୫ଟି ମ୍ୟାଚ୍‌ ଅମୀମାଂସିତ ରହିଛି। ‌ତେବେ ଧୋନିଭାଇ କେବେ ଚିଡ଼ିବାର ମୁଁ ଦେଖିନାହିଁ। ତାହା ହିଁ ତାଙ୍କର ସାମର୍ଥ୍ୟ। ସେ ଖୁବ୍‌ ବିଚିତ୍ର। କିନ୍ତୁ, ତାଙ୍କ ଆଖିକୁ ଚାହିଁଲେ ତୁମେ ଡରିଯିବ ବୋଲି ଧୱନ୍‌ କହନ୍ତି।

ଧୋନିଙ୍କ ଜମାନା ଯିବା ପରେ ବିରାଟ କୋହଲିଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ପୁଣି ରୂପାନ୍ତରଣ ପର୍ଯ୍ୟାୟ ଦେଇ ଗତିକଲା ବୋଲି ଧୱନ୍‌ କହିଛନ୍ତି। ଧୋନି ବିଦାୟ ନେବା ପରେ ବିରାଟ କୋହଲିଙ୍କୁ ଅଧିନାୟକତ୍ବ ହସ୍ତାନ୍ତରଣ କରାଗଲା। ଭାରତୀୟ କ୍ରିକେଟ୍‌ ଖେଳରେ ‌େସ ଦୁଃସ‌ାହସିକ ତଥା ନିର୍ଭୀକ ଆଭିମୁଖ୍ୟ ଆରମ୍ଭ କଲେ। ଖେଳପଡ଼ିଆରେ ମୁକାବିଲାତ୍ମକ ମନୋବୃତ୍ତି ଓ ଅସୀମ ଉତ୍ସାହ ହେଲା ତାଙ୍କ ସଫଳ ଅଧିନାୟକତ୍ବର ମୂଳଦୁଆ। ବିରାଟଙ୍କ ଅଧିନାୟକତ୍ବ ସମ୍ବନ୍ଧରେ ମତାମତ ଦେଇ ଧୱନ୍‌ କହିଛନ୍ତି, ଏହି ୩୬ ବର୍ଷୀୟ ଖେଳାଳି ଭାରତୀୟ ଟିମ୍‌ରେ ଉଚ୍ଛ୍ବାସ ଓ ଚଳଚଞ୍ଚଳ ମନୋଭାବ ପରିପୋଷଣ କରାଇଥିଲେ। ଧୱନ୍‌ ଆହୁରି ମଧ୍ୟ କହିଛନ୍ତି, ବିରାଟ ଅସାଧାରଣ। ତାଙ୍କର ସାମର୍ଥ୍ୟ ଭିନ୍ନ। ନିଜେ ଖୁବ୍‌ ଫିଟ୍‌ ଥିବ‌ାରୁ ସେ ଫିଟ୍‌ନେସ୍‌ ଧାରାରେ ପରିବର୍ତ୍ତନ ଆଣିଥିଲେ। ତେଣୁ, ଭାରତୀୟ କ୍ରିକେଟ୍‌ରେ ଫିଟ୍‌ ରହିବା ଧାରା ଚାଲିଲା। ଫିଟ୍‌ ନ ରହିଲେ ଫିଟ୍‌ନେସ୍‌ ପରୀକ୍ଷା ନିଆଗଲା। ଅର୍ଥାତ୍‌ ବିରାଟ ସେ ଧାରାକୁ ଅଗ୍ରଗାମୀ କରାଇଲେ। ଏଥିସହିତ ସେ ଅଧିନାୟକ ଭାବେ ମଧ୍ୟ ବିଶେଷ ଅଭିଜ୍ଞତା ହାସଲ କଲେ। ସେହି ଅଭିଜ୍ଞତା ବଳରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଓ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ସେ ଅଧିକ ମାର୍ଜିତ ହେଲେ। ତେଣୁକରି, ବିରାଟଙ୍କ ତୀବ୍ରତା ଖୁବ୍‌ ଶକ୍ତିଶାଳୀ। ବିରାଟଙ୍କ ଦୁର୍ଦ୍ଧର୍ଷ ମୁକାବିଲାତ୍ମକ ଜମାନାରେ ଭାରତ ଆଇସିସି ଟେଷ୍ଟ୍‌ ରୢାଙ୍କିଙ୍ଗ୍‌ ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇ ୨୦୧୬ ଅକ୍‌ଟୋବରରୁ ୨୦୨୦ ମାର୍ଚ ପର୍ଯ୍ୟନ୍ତ କ୍ରମାଗତ ୪୨ ମାସ ରହିଲା। କୋହଲି ସର୍ବମୋଟ ୨୧୩ଟି ମ୍ୟାଚ୍‌ରେ ଭାରତର ଅଧିନାୟକ ହୋଇଥିଲେ। ତାଙ୍କ ଅଧିନାୟକତ୍ବରେ ଭାରତ ୧୩୫ଟି ମ୍ୟାଚ୍‌ ଜିଣିଥିଲା, ୬୦ଟି ହାରିଥିଲା ଏବଂ ୧୧ଟି ଅମୀମାଂସିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe