ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି କେଉଁ ପୁଷ୍ପ ଅର୍ପଣ କରାଯାଏ

Advertisment
ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି କେଉଁ ପୁଷ୍ପ ଅର୍ପଣ କରାଯାଏ

ଭଗବାନ ଶିବ ହେଉଛନ୍ତି ମଙ୍ଗଳମୟ। ସେ ସଂସାରର ତ୍ରାଣକର୍ତ୍ତା। କଥାରେ ଅଛି କୋପେ ବର କି ତପୋ ବର! ଭଗବାନ ଶିବ ଖୁବ୍‌ କରୁଣାମୟ। ସେ ସହଜରେ ଭକ୍ତମାନଙ୍କର ମନୋବାଞ୍ଛିତ ଫଳ ପ୍ରଦାନ କରିଥା’ନ୍ତି।

ଅଭିବ୍ୟକ୍ତି ପାଇଁ ସ୍ୱରକାରକ ଭଗବାନ ମହାଦେବ ହେଉଛନ୍ତି ପରମଶାନ୍ତି ପ୍ରଦାୟକ ଓ ସୁଧାର କର୍ତ୍ତା। ସ୍ୱୟଂ ଜଟାଜୁଟ ଓ ସର୍ପକୁ ଅଭୂଷଣ ଭାବେ ଧାରଣ କରିଥିବା ଭଗବାନ ଶଙ୍କର ସମସ୍ତପ୍ରକାର ଐଶ୍ୱର୍ଯ୍ୟର ଅଧିଷ୍ଠାତା ଦେବତା। ସେ ସମସ୍ତ ଦିଗର ସ୍ୱାମୀ,ଜଳ,ସ୍ଥଳ,ଆକାଶ ଓ ଏପରିକି ପାତାଳର ମଧ୍ୟ ହେଉଛନ୍ତି ସ୍ୱାମୀ । ସଂକ୍ଷେପରେ କହିବାକୁ ଗଲେ, ଯିଏ ଶିବ ନୁହେଁ,ସେ ଶବ ଅଟେ।

publive-image photo-pinterest

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି ତାଙ୍କ ଉପରେ ନାନା ପ୍ରକାର ପୁଷ୍ପ ଚଢ଼ା ଯାଇପାରେ। ଶିବଙ୍କ ପ୍ରିୟ ପୁଷ୍ପ ଗୁଡ଼ିକ ମଧ୍ୟରେ ରହିଛି-ମନ୍ଦାର,ମାଳତୀ,ଦୁଦୁରା, ଅଶୋକ,ମଲ୍ଲୀ,କଦମ୍ବ, ଲାଲ୍‌ ଓ ନୀଳ ରଙ୍ଗର ପଦ୍ମ ଓ କନିଅର ଇତ୍ୟାଦି। ଉପରୋକ୍ତ ପୁଷ୍ପ ଶିବଙ୍କୁ ଅର୍ପଣ କରିଲେ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି .ବୋଲି ବିଶ୍ବାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe