photo--intoday.in
ଭଗବାନ ହନୁମାନଙ୍କଠାରେ ଅର୍ପଣ କରାଯାଇଥିବା କେତେକ ସାମଗ୍ରୀକୁ ଘରେ ରଖିବା ଶୁଭ ବୋଲି ବିଚାର କରାଯାଏ। ପ୍ରଭୁ ବଜରଙ୍ଗବାଲୀଙ୍କ ପାଖରେ ଫୁଲ ଅର୍ପଣ କରିବାପରେ ସେହି ଫୁଲରେ ସିନ୍ଦୁର ଲଗାଇ ଏହାକୁ ଏକ ଲାଲ୍ ରଂଗର କପଡ଼ାରେ ବାନ୍ଧନ୍ତୁ।ଏହାପରେ ଆପଣ ଏହାକୁ ଆପଣଙ୍କ ଘରେ ଧନ ବାକ୍ସରେ ରଖି ଦିଅନ୍ତୁ, ଯାହାକି ଧନବୃଦ୍ଧିରେ ସହାୟକ ହେବା ସହିତ ଆପଣଙ୍କୁ ମଧ୍ୟ ଋଣ ସମସ୍ୟାରୁ ବି ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି।
ଏଥିସହିତ ଆପଣ ଭଗବାନ ହନୁମାନଙ୍କ ଡ଼ାହାଣ ପାଦରେ ଲଗାଯାଇଥିବା ସିନ୍ଦୁରକୁ ଆଣି ତାହାକୁ ଏକ ସଫା ଲାଲ୍ ରଂଗର କପଡ଼ାରେ ଲଗାନ୍ତୁ ଏବଂ ସେହି କପଡ଼ାକୁ କୌଣସି ଏକ ଲାଲ୍ ରେଶମୀ ସୂତାରେ ବାନ୍ଧିଦେଇ ଘରର ମୁଖ୍ୟ ଗେଟ୍ ଉପରେ ରଖି ପାରନ୍ତି। ଏହାଦ୍ୱାରା ଧନବୃଦ୍ଧି ହେବା ସହିତ ବ୍ୟକ୍ତିର ପଦୋନ୍ନତି ମଧ୍ୟ ହୋଇଥାଏ।
photo-himalayavedicworld.comଭଗବାନ ହନୁମାନଜୀଙ୍କ ଡ଼ାହାଣ କାନ୍ଧରୁ ସିନ୍ଦୁର ଆଣି ଘରେ ରଖିବା ବି ଶୁଭ।ଏହାକୁ ଏକ ଲାଲ୍ ରଂଗର କପଡ଼ାରେ ଲଗାଇ କରି ଏକ ରେଶମୀ ସୂତାରେ ବାନ୍ଧି ଦିଅନ୍ତୁ।ଏଥିସହିତ ଆପଣ ଏହାକୁ କୌଣସି ଏକ ପବିତ୍ର ବା ପରିଷ୍କାର ସ୍ଥାନରେ ରଖିଦେଇ ଏହାର ପୂଜା କରନ୍ତୁ। ଏହାଫଳରେ ଘରର ଶାନ୍ତି ବଜାୟ ରଖିବା ସହିତ ଆପଣଙ୍କ ପରିବାରକୁ ରୋଗରୁ ବି ମୁକ୍ତି ଦେଇଥାଏ। ଭଗବାନ ହନୁମାନଜୀଙ୍କ ଛାତିରେ ଲଗାଯାଇଥିବା ସିନ୍ଦୁର ଏବଂ ଚଢ଼ାଯାଇଥିବା ଗୋଲାପର ଫୁଲର ପାଖୁଡ଼ା ଆଣି ଆପଣ ଏକ ରୂପାର ଡ଼େଉଁରିଆରେ ରଖିଲେ ବି ମଙ୍ଗଳକର ।
Follow Us