ଜାଣନ୍ତି କି ହନୁମାନଙ୍କର ଏହି ମହିମା

Advertisment
ଜାଣନ୍ତି କି ହନୁମାନଙ୍କର ଏହି ମହିମା

photo-intoday.in

ହନୁମାନଙ୍କୁ କେହି ପବନପୁତ୍ର ତ ପୁଣି କେହି ବଜରଙ୍ଗବାଲୀ ତ ପୁଣି କେହି ମହାବୀର ବୋଲି ସମ୍ବୋଧନ କରନ୍ତି। ହେଲେ ସେ ଯେ ମହାବଳଶାଳୀ ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ।
ପୌରାଣିକ ବର୍ଣ୍ଣନା ଅନୁଯାୟୀ,ଯିଏ ହନୁମାନଙ୍କର ଗୁଣଗାନ କରିବ ବା ତାଙ୍କର ସ୍ମରଣ କରିବ;ସିଏ ସମସ୍ତ କଷ୍ଟରୁ ମୁକ୍ତ ହେବ।ଏଥିପାଇଁ ହନୁମାନଙ୍କ ପ୍ରତି ଭକ୍ତିଥିବା ଅଧିକାଂଶ ହିନ୍ଦୁ ନିଜ ଘରେ ତାଙ୍କର ଫଟୋ ବା ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥା’ନ୍ତି।
ତେବେ ଆପଣ କ’ଣ ଜାଣନ୍ତି କି ଆଉ ଏକ ସହଜ ଉପାୟ ରହିଛି,ଯାହା ଦ୍ୱାରା ହନୁମାନଜୀ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ କରିପାରିବେ।
ଆସନ୍ତୁ ଜାଣିବା ସେହି ଉପାୟ ସଂପର୍କରେ..........

publive-image photo-youtube

ମହାବୀର ହନୁମାନ ହେଉଛନ୍ତି ଦକ୍ଷିଣ ଦିଗର ସ୍ୱାମୀ।ଯଦି ଆପଣ କ୍ରମାଗତ ଭାବେ ଧନକ୍ଷୟର ସମ୍ମୁଖୀନ ହେଉଛନ୍ତି ବା ଆପଣଙ୍କ ପାଖରେ ଧନ ନାହିଁ, ତା’ ଛଡ଼ା ଯଦି ଆପଣ ଅଫିସରେ ମନଧ୍ୟାନ ପୂର୍ବକ କାର୍ଯ୍ୟ କରି ମଧ୍ୟ ଉପଯୁକ୍ତ ପାରିଶ୍ରମିକ ପାଉ ନାହାନ୍ତି କି ପଦୋନ୍ନତି ପ୍ରାପ୍ତ କରୁ ନାହାନ୍ତି,ତେବେ କରନ୍ତୁ ଏହି ସରଳ ଉପାୟ । ତାହା ହେଲା ଘରର ଦକ୍ଷିଣ ଦିଗରେ ଉଡ଼ନ୍ତା ହନୁମାନଙ୍କର ଫଟୋ ଚିତ୍ର ସ୍ଥାପନ କରନ୍ତୁ। ଏହି ଚିତ୍ରରେ ଭଗବାନ ହନୁମାନ ସଂଜିବନୀ ପର୍ବତକୁ ଉଠାଇ ଉଡ଼ୁଥିବାର ଦେଖିବା ମିଳିବା ଦରକାର। ଦକ୍ଷିଣ ଦିଗର ସୌଭାଗ୍ୟବାନ୍‌ ରଙ୍ଗ ହେଲା ଲାଲ୍‌।ଏଣୁ ଦକ୍ଷିଣ ଦିଗରେ ଲାଲ ରଙ୍ଗର ଭଲ ବାସନାଯୁକ୍ତ ଫୁଲ ଗଛ ମଧ୍ୟ ଲଗାଇବା ଉଚିତ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବାହ ହେବ।ଏପରି କରିଲେ କେବଳ ଯେ ଧନ ବୃଦ୍ଧି ହେବ,ତା’ ନୁହେଁ,ବରଂ ଶତ୍ରୁକ୍ଷୟ ମଧ୍ୟ ହେବ।ଏହା ଛଡ଼ା ଆପଣ କୋର୍ଟ କଚେରୀ ମାମଲାରେ ମଧ୍ୟ ଜୟଯୁକ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe