କୁରୁକ୍ଷେତ୍ର ଯୁଦ୍ଧରେ ଅସ୍ତ୍ର ଧାରଣ ନ କରିବାର ପ୍ରତିଜ୍ଞା ନେଇଥିବା ଶ୍ରୀକୃଷ୍ଣ କିପରି ଯୁଦ୍ଧ କରିଥିଲେ ?

Advertisment
କୁରୁକ୍ଷେତ୍ର ଯୁଦ୍ଧରେ ଅସ୍ତ୍ର ଧାରଣ ନ କରିବାର ପ୍ରତିଜ୍ଞା ନେଇଥିବା ଶ୍ରୀକୃଷ୍ଣ କିପରି ଯୁଦ୍ଧ କରିଥିଲେ ?

photo-youtube

କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅସ୍ତ୍ରଧାରଣ ନ କରିବାର ପ୍ରତିଜ୍ଞା ନେଇଥିଲେ। କିନ୍ତୁ ଭୀଷ୍ମ ଚାହୁଁଥିଲେ ସେ ଅସ୍ତ୍ର ଧାରଣ କରନ୍ତୁ। ଭକ୍ତର ଇଚ୍ଛାକୁ ସମ୍ମାନ ଦେବାପାଇଁ ଭଗବାନ ସ୍ୱୟଂ ପ୍ରତିଜ୍ଞା ଭାଙ୍ଗିଥିଲେ। ଭଗବାନ ଶ୍ରୀକୃଷ୍ଣ ଭଙ୍ଗା ରଥର ଚକାକୁ ଧରି ବାରମ୍ବାର ସିଂହ ଗର୍ଜନ କରି ପିତାମହ ଭୀଷ୍ମଙ୍କ ପାଖକୁ ଦୌଡ଼ିଥିଲେ।ସେହି ସମୟରେ ପ୍ରଚାରିତ ହେଲା ଭୀଷ୍ମଙ୍କ ମୃତ୍ୟୁ ହୋଇଗଲା।ପରନ୍ତୁ ତାଙ୍କ ମୃତ୍ୟୁ ତ ଅର୍ଜୁନଙ୍କ ହାତରେ ରହିଛି। ଅବଶ୍ୟ ଅର୍ଜୁନ ଭଗବାନଙ୍କୁ ଆକୁଳ ବିନତି କରି ଏଥିରୁ ନିବୃତ୍ତ କରିଥିଲେ।

publive-image photo--pintrest

ଅବଶେଷରେ ଶିଖଣ୍ଡୀଙ୍କ ସାମ୍ନାରେ ବାଣ ନ ଚଳାଇବା କାରଣରୁ ଅର୍ଜୁନଙ୍କ ତୀରରେ ଭୀଷ୍ମ ଶରଶଯ୍ୟାରେ ପଡ଼ିଗଲେ।ଏପରିକି ଅର୍ଜୁନଙ୍କୁ ତକିଆ ମାଗିବାରୁ ସେ ମଧ୍ୟ ଆଉ ତିନୋଟି ଶର ମାରି ପ୍ରଦାନ କରିଥିଲେ। ଏଥିରେ ପିତାମହ ଭୀଷ୍ମ ଅତୀବ ପ୍ରସନ୍ନ ହୋଇ ଅର୍ଜୁନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଭୀଷ୍ମଙ୍କ ଶରଶଯ୍ୟା ଦେଖି ଉପରୁ ପୁଷ୍ପବୃଷ୍ଟି ହୋଇଥିଲା ଏବଂ ସମସ୍ତେ କହୁଥିଲେ ‘ଧନ୍ୟ ତୁମର ବୀରତା ଓ ଧନ୍ୟ ତୁମର ଧୀରତା।’’ମହାଭାରତ ଯୁଦ୍ଧରେ ଶିଖଣ୍ଡୀକୁ ଦେଖିବାପରେ  ପିତାମହ ଭୀଷ୍ମ ଅସ୍ତ୍ର ତ୍ୟାଗ କରି ଶରାଶଯ୍ୟାରେ ଶୟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe