ଜାଣନ୍ତି , ନିଜ ମାଆ କୌଶଲ୍ୟାଙ୍କ ଅପେକ୍ଷା କାହାକୁ ବେଶୀ ଭଲ ପାଉଥିଲେ ପ୍ରଭୁ ଶ୍ରୀରାମ ?

Advertisment
ଜାଣନ୍ତି , ନିଜ ମାଆ କୌଶଲ୍ୟାଙ୍କ ଅପେକ୍ଷା କାହାକୁ ବେଶୀ ଭଲ ପାଉଥିଲେ ପ୍ରଭୁ ଶ୍ରୀରାମ ?

photo-.ec.quoracdn.net

ମହାରାଜ ଦଶରଥଙ୍କର କେତେଜଣ ରାଣୀ ଥିଲେ। ସେମାନଙ୍କ ମଧ୍ୟରେ କୌଶଲ୍ୟା ଥିଲେ ପାଟ ମହାରାଣୀ। ହେଲେ ମହାରାଣୀ କୈକେୟୀ ଥିଲେ ଦଶରଥଙ୍କର ସର୍ବାଧିକ ପ୍ରିୟ ଏବଂ ଶେଷରେ  ଥିଲେ ସୁମିତ୍ରା।ମହାରାଜା ଦଶରଥ ପ୍ରାୟତଃ କୈକେୟୀଙ୍କ ମହଲରେ ରହୁଥିଲେ। ମହାରାଣୀ ସୁମିତ୍ରା ଅଧିକାଂଶ ସମୟ ମହାରାଣୀ କୌଶଲ୍ୟାଙ୍କ ନିକଟରେ ବିତାଉଥିଲେ। ମହାରାଜା ଦଶରଥ ପୁତ୍ରେଷ୍ଠି ଯଜ୍ଞର ଆୟୋଜନ କରିଥିଲେ।ଏହି ଯଜ୍ଞ ସମାପ୍ତ ହେବାପରେ ଅଗ୍ନିଙ୍କ ଦ୍ୱାରା ପ୍ରାପ୍ତ ଚରୁର ଅଧା ଭାଗ ମହାରାଜ କୌଶଲ୍ୟାଙ୍କୁ ଦେଇଥିଲେ।ଏହାର ଏକ - ଚତୁର୍ଥାଂଶ ,ଯାହା ଶେଷ ଥିଲା ତା’ର ଦୁଇ ଭାଗ ସୁମିତ୍ରାଙ୍କୁ ପ୍ରଦାନ କରିଥିଲେ।

ଯଥା ସମୟରେ ମାତା ସୁମିତ୍ରା ଦୁଇଟି ସନ୍ତାନର ଜନନୀ ହେଲେ। କୌଶଲ୍ୟାଙ୍କ ପ୍ରଦତ୍ତ ଭାଗର ପ୍ରଭାବରେ ଲକ୍ଷ୍ମଣ ଶ୍ରୀରାମଙ୍କର ଏବଂ ଶତୃଘ୍ନ ଭରତଙ୍କର ଅନୁଗାମୀ ହୋଇଥିଲେ। ବାଲ୍ୟକାଳରେ ଶ୍ରୀରାମ,ଲକ୍ଷ୍ମଣ,ଭରତ ଓ ଶତୃଘ୍ନ ଚାରି ଜଣଙ୍କୁ କୋଳରେ ଧରି ଶୟନ କରାଉଥିଲେ ମାତା ସୁମିତ୍ରା। ଏ ସମସ୍ତଙ୍କର ଲାଳନ-ପାଳନ,ସୁଖ-ସୁବିଧା ଓ କ୍ରୀଡ଼ାର ବ୍ୟବସ୍ଥା କରିବା ମଧ୍ୟ ତାଙ୍କର ଦାୟିତ୍ୱ ଥିଲା।

publive-image photo- googleusercontent.com

ମାତା କୌଶଲ୍ୟାଙ୍କ କୋଳରେ ବେଳେ ବେଳେ ଶ୍ରୀରାମ ଶୋଇ ପଡ଼ନ୍ତି,ମାତ୍ର ରାତିରେ ନିଦ ଭାଙ୍ଗିଲେ ସେ କାନ୍ଦନ୍ତି। ବାଧ୍ୟ ହୋଇ କୌଶଲ୍ୟା ରାତି ଅଧରେ ସୁମିତ୍ରାଙ୍କ ପାଖକୁ ରାମକୁ ନେଇ କହନ୍ତି,‘ସୁମିତ୍ରା ,ନେ ତୋ’ ରାମ କୁ ନେ! ତୋ’ କୋଳରେ ନ ଶୋଇଲେ ତା’କୁ ନିଦ ଆସିବନି। ଦେଖ୍‌  କେମିତି ସେ କାନ୍ଦି କାନ୍ଦି କେମିତି ଆଖି ଲାଲ୍‌ କରି ଦେଲା’’।ଶ୍ରୀରାମ ମାତା ସୁମିତ୍ରାଙ୍କ କୋଳରେ ଶୋଇପଡ଼ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe