ବାରମ୍ବାର ହାରିଛନ୍ତି; ଅପ୍ରାସଙ୍ଗିକ ହୋଇନାହାନ୍ତି

ଟ୍ବିଟାପଗ୍ରାମ୍ ବୁକ୍/ ଅରବିନ୍ଦ ଦାସ

ବାରମ୍ବାର ହାରିଛନ୍ତି; ଅପ୍ରାସଙ୍ଗିକ ହୋଇନାହାନ୍ତି

ଇଣ୍ଟରନେଟ୍‌ରେ ବେଶ ସକ୍ରିୟ ଥିବା ପ୍ରଶାନ୍ତ ସାହୁଙ୍କ ଟ୍ବିଟର୍ ହ୍ୟାଣ୍ଡଲ୍ ଆଇଡି ହେଉଛି @suryanandannet -ଏଥିରେ ସେ ବହୁତ ପୁରୁଣା ଫଟୋ ସେୟାର୍ କରନ୍ତି। ବିଜେଡି ଗଠନ ବେଳର ଏକ ଫଟୋରେ ନବୀନ ପଟ୍ଟନାୟକଙ୍କୁ ଦଳର ନେତା ଭାବେ ପ୍ରକଳ୍ପିତ କରାଯାଉଥିବା ଦୃଶ୍ୟ ରହିଛି। ତାଙ୍କ ଡାହାଣକୁ ବିଜୟ ମହାପାତ୍ର ଓ ପଛକୁ ଲାଗି ଭର୍ତ୍ତୃହରି ମହତାବ ଦେଖାଯାଉଛନ୍ତି। ତତ୍କାଳୀନ ଯୁବନେତା ପ୍ରତାପ ଜେନା ମଧ୍ୟ ବାରିହୋଇପଡ଼ୁଛନ୍ତି। ୧୯୯୦-୯୫ ବିଜୁବାବୁଙ୍କ ଶାସନ କାଳରେ ବିଜୟ ମହାପାତ୍ର ବେଶ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ।

publive-image

ତାଙ୍କୁ କେହିକେହି ସୁପର୍ ଚିଫ୍‌ମିନିଷ୍ଟର ବୋଲି ମଧ୍ୟ କହୁଥିଲେ। ୨୦୦୦ ମସିହାର ବିଧାନସଭା ନିର୍ବାଚନରେ ତାଙ୍କୁ ରାଜନୈତିକ ପଶାପାଲିରେ ଯେପରି ବଳି ଦିଆଯାଇଥିଲା, ତା’ପରଠୁ ସେ କିନ୍ତୁ ଆଉ ଉଧେଇପାରିନାହାନ୍ତି। ଆଉ ଚାରିଥର ସୁଯୋଗ ଆସିଛି; ହେଲେ ଜିତିପାରିନାହାନ୍ତି। ଏକାଧିକ ବିକଳ୍ପ ମଞ୍ଚ ଗଢ଼ିଛନ୍ତି ବା ସେଥିରେ ପାଦ ଦେଇଛନ୍ତି; ଓଡ଼ିଶା ଗଣପରିଷଦକୁ ନେଇ ପରୀକ୍ଷାନିରୀକ୍ଷା କଲାପରେ ବିଜେପିକୁ ମଧ୍ୟ ଆସିଛନ୍ତି। ହେଲେ ସଫଳ ହୋଇନାହାନ୍ତି। ଇତିମଧ୍ୟରେ ୨୩ ବର୍ଷ ବିତିଯାଇଥିଲେ ହେଁ ସେ କିନ୍ତୁ ଓଡ଼ିଶା ରାଜନୀତିରେ ସମ୍ପୂର୍ଣ୍ଣ ଅପାଙ୍‌କ୍ତେୟ/ଅପ୍ରାସଙ୍ଗିକ ବୋଲି କେହି କହନ୍ତି ନାହିଁ। ୟା’ଭିତରେ ତାଙ୍କ ପୁଅ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ନେଇ ଗଣମାଧ୍ୟମରେ ଅସ୍ପଷ୍ଟ ଚର୍ଚ୍ଚା ହେଲା। ହେଲେ ବିଜୟ ନିଜେ ଲଢ଼ିବେନାହିଁ ବୋଲି କହିନଥିବାରୁ ଆଗାମୀ କିଛି ଦିନରେ କ’ଣ ହେବ କହିବା କଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe