ଏହି କାରଣରୁ ପ୍ରେମିକାକୁ ୭୦ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଲେ ପ୍ରେମିକ

Advertisment
ଏହି କାରଣରୁ ପ୍ରେମିକାକୁ ୭୦ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଲେ ପ୍ରେମିକ

ନୂଆଦିଲ୍ଲୀ: ବ୍ରିଟିଶ ଦମ୍ପତ୍ତି ନିଜ ପ୍ରେମକୁ ବିକ୍ରି କରିବାକୁ ଯାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବ୍ରିଟିଶ ଦମ୍ପତ୍ତିଙ୍କ ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୋଲଚେଷ୍ଟରର ଡାଲେ ଲିକ୍ସ ନାମକ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ବିକ୍ରି କରିବା ଇ-କମର୍ସ ୱେବସାଇଟ ଇବେରେ ବିଜ୍ଞାପନ ଦେଇଛନ୍ତି । ଡାଲେ ତାଙ୍କର ପ୍ରେମିକା କେଲି ଗ୍ରୀଭସଙ୍କୁ ବିକ୍ରି କରିବା ପାଇଁ ୭୦,୦୦୦ ପାଉଣ୍ଡର ଦାମ ରଖିଛନ୍ତି।

publive-image

ତେବେ ଡାଲେ ତାଙ୍କ ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ମଜାରେ ଏପରି କରୁଥିବା ଜଣାପଡ଼ିଛି । ଡାଲେଙ୍କୁ ତାଙ୍କ ପ୍ରେମିକା ବଜାରରେ ଖୁବ ଜୋରରେ ଗାଳି ଦେଇଥିବାରୁ ସେ ପ୍ରତିଶୋଧ ନେବା ପାଇଁ ଏହି ଛୋଟିଆ ମଜା କରିଥିବା କହିଛନ୍ତି। ଅନ୍ୟପକ୍ଷରେ ପ୍ରେମିକ ଡାଲେଙ୍କ କଥାକୁ ଗୁରୁତର ଭବେ ନେଇ ନାହାନ୍ତି ଡାଲେଙ୍କ ପ୍ରେମିକା କେଲି ଗ୍ରୀଭସ ।

publive-image

ଏହି ବିଜ୍ଞାପନ ୨୪ ଘଣ୍ଟା ଭିତରେ ୮୧,୦୦୦ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିଥିଲା। ଏହାସହ ଡାଲେଙ୍କୁ ଅନେକ ମେସେଜ ମଧ୍ୟ ଆସିଥିଲା। ତେବେ ଏହି ବିଜ୍ଞାପନକୁ ୨୪ ଘଣ୍ଟା ପରେ ୱେବସାଇଟରୁ ହଟାଇ ଦିଆଯାଇଥିଲା। କାରଣ ଇବେରେ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିକ୍ରୟର କୌଣସି ବ୍ୟବସ୍ଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe