ndtv.in
ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ଆପଣ ଅନେକ ପ୍ରେମୀ ଯୁଗଳଙ୍କ ଫଟୋ ଦେଖିଥିବେ। ଅନେକ ଭିଡିଓରେ ଆପଣ ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ଥିବା ଅନୁରାଗକୁ ବି ଅନୁଭବ କରିଥିବେ। ହେଲେ ନିକଟରେ ସେହି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ ପ୍ରେମପତ୍ର। ରାଗିଥିବା ଜଣେ ପ୍ରେମିକକୁ ତାଙ୍କ ପ୍ରେମିକା କିପରି ପତ୍ର ଲେଖି ବୁଝାଇଛନ୍ତି ତାହା ଦେଖିବା ପରେ ଆପଣ ନିଜ ହସ ରୋକି ପାରିବେନି।
ଏହି ପ୍ରେମପତ୍ରଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସଭିଙ୍କ ନଜର ଏବେ ବାସ୍ ସେହି ଚିଠି ଉପରେ। ଭାଇରାଲ୍ ହୋଇଥିବା ପ୍ରେମପତ୍ରରୁ ସ୍ପଷ୍ଟ ଜଣାପଡୁଛି ଯେ ଜଣେ ପ୍ରେମୀ ତାଙ୍କ ପ୍ରେମିକାଙ୍କ ଉପରେ କୌଣସି କଥାକୁ ନେଇ ରାଗିଛନ୍ତି। ପ୍ରେମିକା ଜଣକ କଳେ ବଳେ କୌଶଳେ ନିଜ ପ୍ରେମିକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏପରିକି ସେ ନିଜ ପ୍ରେମିକଙ୍କୁ ମନାଇବାକୁ ତାଙ୍କୁ ଜାନୁ, ମୁନ୍ନା, ଟମାଟର୍, କବୁତର୍ ଓ ରସଗୋଲା ଆଦି ଲେଖି ସମ୍ବୋଧନ କରିଛନ୍ତି।
ପତ୍ର ପଢ଼ି ଜଣାପଡୁଛି ଯେ ପ୍ରେମିକ ଜଣକ କେଉଁ ଯୁବତୀ ସହ କଥା ହେବା ପରେ ତାଙ୍କ ପ୍ରେମିକା ତାଙ୍କୁ ସନ୍ଦେହ କରିଛନ୍ତି। ଯେଉଁ କାରଣରୁ ପ୍ରେମିକ ଜଣକ ରାଗି ଯାଇଛନ୍ତି। ତାପରେ ପ୍ରେମିକା ତାଙ୍କୁ ମନାଇବାକୁ ଲାଗି ପଡ଼ିଛନ୍ତି। କୌଣସି ଝିଅ ସହ କଥା ହେବାକୁ, ହସିବାକୁ ବା କେଉଁ ଝିଅର ଘରକୁ ଯିବାକୁ ସେ ପତ୍ରରେ ବାରଣ କରିବା ସହ ଗେହ୍ଲା ଗେହ୍ଲା କଥା କହି ମନାଇବାକୁ ଚେଷ୍ଟା କରିଛନ୍ତି।
Follow Us