ନୂଆଦିଲ୍ଲୀ: ଶୀର୍ଷକ ‘ରାଗି ଯାଇଥିବା ପ୍ରେମିକାର ରାଗ ଶାନ୍ତ କରିବା ପାଇଁ ପ୍ରବଳ ବର୍ଷାରେ ଥରିଥରି ୨୧ଘଣ୍ଟା ପର୍ଯ୍ୟନ୍ତ ଅଣ୍ଠେଇ ଥିଲା ପ୍ରେମିକ’ ପଢ଼ି ଆପଣ ନିଶ୍ଚୟ ପ୍ରେମିକା ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିବେ। କିନ୍ତୁ ପ୍ରେମିକ ଏଥିରେ ତିଳେ ମାତ୍ରା ଚିନ୍ତା ନପରି ସେ ତାଙ୍କ ପ୍ରେମିକାଙ୍କୁ ପାଇବାକୁ ଏଭଳି କଷ୍ଟକୁ ସହି ଯାଇଥିଲା। ଏହି ଘଟଣାଟି ଚୀନରୁ ସାମ୍ନାକୁ ଆସିଛି।। ପ୍ରେମିକଙ୍କ ଏଭଳି ଭଲ ପାଇବାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମାର୍ଚ୍ଚ ୨୮ ତାରିଖରେ ଏହି ଘଟଣା ଘଟିଥିଲା। ରାଗରେ ପ୍ରେମିକା ତାଙ୍କ ପ୍ରେମିକ ଠାରୁ ଅଲଗା ହୋଇଯାଇଥିଲେ। ଏ କଷ୍ଟକୁ ପ୍ରେମିକ ସହି ପାରି ନଥିଲେ। ସେ ନିଜ ପ୍ରେମିକାଙ୍କ ରାଗ ଶାନ୍ତ କରିବା ପାଇଁ ରାସ୍ତା ମଝିରେ ଆଣ୍ଠେଇ ବସିଥିଲେ। ଏହି ସମୟରେ ପ୍ରବଳ ବର୍ଷା ବି ହେଉଥିଲା। ବର୍ଷା ପାଣିରେ ଭିଜି ଥଣ୍ଡାରେ ଥରୁଥିବା ଅବସ୍ଥାରେ ଯୁବକ ଜଣକ ୨୧ଘଣ୍ଟା ଧରି ସେମିତି ବସି ରହିଥିଲେ।
ସେହି ରାସ୍ତା ଦେଇ ଯାଉଥିବା ଅନେକ ଲୋକ ତାଙ୍କୁ ଘରକୁ ଫେରିଯିବାକୁ ବୁଝାଇ କହିଥିଲେ। ସେ କାହାରି କିଛି କଥା ଶୁଣି ନଥିଲେ। ଏମିତି କି ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ବି ଉକ୍ତ ଯୁବକ ନିକଟରେ ପହଞ୍ଚି ତାଙ୍କୁ ସେଠାରୁ ଉଠିଯିବାକୁ କହିଥିଲେ।
ଏନେଇ ଯୁବକ ଜଣକ ପୁଲିସକୁ ପ୍ରଶ୍ନ କରିଥିଲେ, ‘ଏମିତି ବସିବା କ’ଣ ଅପରାଧ କି? ଯଦି ଅପରାଧ ମୋତେ ଗିରଫ କରି ନେଇଯାଅ। ଆଉ ଯଦି ଅପରାଧ ନୁହେଁ, ଦୟାକରି ମୋତେ ମୋ ଅବସ୍ଥାରେ ଛାଡ଼ି ଦିଅନ୍ତୁ।’
Follow Us