ଏବେ ଏଲ୍‌ପିଜିରେ ଚାଲିବ ଆଇରନ୍‌, କୋଇଲା ଆଇରନର ଯୁଗ ଶେଷ 

ଏବେ ଏଲ୍‌ପିଜିରେ ଚାଲିବ ଆଇରନ୍‌, କୋଇଲା ଆଇରନର ଯୁଗ ଶେଷ 

IndiaMART

ବିଭିନ୍ନ ପ୍ରକାରର ହାଲୁକା ବିଦ୍ୟୁତ ଚାଳିତ ଇଲେକ୍ଟ୍ରିକ୍‌ ଆଇରନ ବାହାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ  ପେସାଦାର ଲଣ୍ଡ୍ରିରେ କୋଇଲାଯୁକ୍ତ ଆଇରନ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । କୋଇଲା ଆଇରନଗୁଡ଼ିକ ପ୍ରକୃତରେ ଶରୀର ପାଇଁ ହାନୀକାରକ । ଏଥିରୁ ବାହାରୁଥିବା ଧୂଆଁ ଅଧିକ ସମୟ ପର୍ଯ୍ୟନ୍ତ  ନିଶ୍ୱାସରେ ଗ୍ରହଣ କରିବା ଦ୍ୱାରା ହୋଇଥାଏ ଶ୍ୱାସ ଜନିତ ରୋଗ  । ଏଥିପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇ ଓ ସି ) ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରିଛନ୍ତି ଲିକ୍ୟୁଫାଏଡ଼ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଦ୍ୱାରା ଚଳିତ ଆଇରନ ।
ଏହି ଏଲପିଜି ସିଲିଣ୍ଡର ଯୁକ୍ତ ଆଇରନଟି ଇକୋଫ୍ରେଣ୍ଡଲି ଏବଂ ଏଥିରେ କୋଇଲା ଆଇରନ ଅପେକ୍ଷା ବହୁତ କମ ସମୟରେ ଅଧିକ କପଡ଼ା ଆଇରନ କରାଯାଇପାରେ। ଏହାକୁ ପ୍ରଥମ ଥର ପାଇଁ କୋଚିର ଜ୍ୟୋତି ରଞ୍ଜିତଙ୍କ ଦୋକାନ ଏସ ଏନ  ଲଣ୍ଡ୍ରିରେ ଆଇଓସି ବିତରଣ କରିଛି। ଆଇରନ ଉପରେ ପ୍ରସ୍ତୁତ କରାଯାଇଥିବା ଏକ ରେଗୁଲେଟର ଦ୍ୱାରା ଏହାର ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିବ ।  ଗ୍ୟାସ ସିଲିଣ୍ଡରରୁ ଏକ ସୁରକ୍ଷିତ ଛୋଟ ପାଇପ ଦ୍ୱାରା ଗ୍ୟାସ ଆଇରନକୁ ଉର୍ଜ୍ଜା ଆସିଥାଏ।
ଆଇରନରେ ବ୍ୟବହୃତ ୫ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରକୁ ଅଲଗା କିଣିବାକୁ ପଡ଼ିବ ନାହିଁ। ସିଲିଣ୍ଡରର ମୂଲ୍ୟ ୩୦୦ ଟଙ୍କା ରଖାଯାଇଥିବା ବେଳେ ଏହା ଆଇରନ ସହ ମିଳିଥାଏ । ଆଇରନର ମୂଲ୍ୟ  ଗ୍ୟାସ ସହ  ୭୦୦୦ ଟଙ୍କା ରଖାଯାଇଛି। ଏହାର ଓଜନ ରହିଛି ୬ କିଲୋଗ୍ରାମ । ଏହାର ଲୋକପ୍ରିୟତା ବଢ଼ିବା ସଙ୍ଗେ ସଙ୍ଗେ ଏହାର ମୂଲ୍ୟ ମଧ୍ୟ ହ୍ରାସ୍ୟ ହେବ । ଏହି ଆଇରନଟି ଲଣ୍ଡ୍ରି ପାଇଁ ବହୁତ ଆବଶ୍ୟକୀୟ । ଏହା ଅନ୍ୟ ବିଦ୍ୟୁତ ଆଇରନ ଅପେକ୍ଷା ଅଧିକ ଗରମ ହେବ, ବୋଲି କହିଛନ୍ତି ଆଇଓସି ର ଡ଼େପ୍ୟୁଟି ଜେନେରାଲ ମ୍ୟାନେଜର ସିପି ୟୁନିକ୍ରିଷ୍ପା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe