ଆଇସିୟୁ‌ରେ ଭର୍ତ୍ତି ଥିବା ବାପାଙ୍କ ସାମ୍ନାରେ ହେଲା ଦୁଇଝିଅଙ୍କ ବିବାହ

ଆଇସିୟୁ‌ରେ ଭର୍ତ୍ତି ଥିବା ବାପାଙ୍କ ସାମ୍ନାରେ ହେଲା ଦୁଇଝିଅଙ୍କ ବିବାହ

ନୂଆଦିଲ୍ଲୀ: ଲକ୍ଷ୍ମୌ ହସ୍ପିଟାଲରୁ ଏକ ସ୍ବତନ୍ତ୍ର ବିବାହର ଘଟଣା ସାମ୍ନାକୁ ଆସିଛି। ଏଠାରେ ଆଇସିୟୁ‌ରେ ଭର୍ତ୍ତି ଥିବା ବାପାଙ୍କ ସାମ୍ନାରେ ଦୁଇଝିଅଙ୍କ ବିବାହ ସମ୍ପର୍ଣ୍ଣ କରାଯାଇଥିଲା।

ସୂଚନାଯୋଗ୍ୟ, ଲକ୍ଷ୍ମୌ ଚୌକରେ ରହୁଥିବା ମହମ୍ମଦ ଇକବାଲଙ୍କ ଦୁଇଝିଅ ଅଛନ୍ତି। ଇକବାଲ ତାଙ୍କ ଦୁଇଝିଅଙ୍କ ବିବାହ ସ୍ଥିର କରି ସାରିଥିବା ବେଳେ ଅସୁସ୍ଥତା ହେତୁ ତାଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଧୀରେଧୀରେ ଇକବାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ବା ଦେଖି ଦୁଇଝିଅ ତାଙ୍କ ବିବାହ ତାରିଖ ଘୁଞ୍ଚାଇବା ପାଇଁ କହିଥିଲେ। କିନ୍ତୁ ବାପା ବିବାହ ତାରିଖ ଘୁଞ୍ଚାଇବା ପାଇଁ ରାଜି ହୋଇ ନଥିଲେ।

ସେ ଡାକ୍ତରଙ୍କ ଠାରୁ ଅନୁମତି ଆଣି ଆଇସିୟୁରେ ତାଙ୍କ ସାମ୍ନାରେ ଦୁଇଝିଅଙ୍କ ବିବାହ କରାଯାଉ ବୋଲ ଇଚ୍ଛା ଜଣାଇଥିଲେ। ଏହାପରେ ପରିବାରଲୋକ ବରପକ୍ଷଙ୍କ ସହ କଥା ହୋଇଥିଲେ। ସେମାନେ ବି ଏପ୍ରସ୍ତବାରେ ରାଜି ହୋଇଯାଇଥିଲେ।

ଏହାପରେ ଡାକ୍ତରଙ୍କ ଉପସ୍ଥିତିରେ ମହମ୍ମଦ ଇକବାଲଙ୍କ ସାମ୍ନାରେ ଦୁଇ ଝିଅଙ୍କ ବିବାହ ହୋଇଥିଲା। ଆଖି ସାମ୍ନାରେ ବାପା ଦୁଇଝିଅଙ୍କ ବିବାହ ଦେଖି ଖୁସି ଯେତିକି ହୋଇଥିଲେ ଶାଶୁଘରକୁ ବିଦା କରିବା ବେଳେ ସେତିକି ଭାବବିହ୍ବଳ ବି ହୋଇପଡ଼ିଥିଲେ।

ଦୁଇଝିଅ ଏବେ ଶାଶୁଘରେ ଥିବା ‌ବେଳେ ମହମ୍ମଦ ଇକବାଲ ଆଇସିୟୁରେ ଭର୍ତ୍ତି ଅଛନ୍ତି। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। କେତେବେଳେ କ’ଣ ହେବ କିଛି କହି ହେଉନାହିଁ। ତେଣୁ ଡାକ୍ତର ମହମ୍ମଦ ଇକବାଲଙ୍କ ଶେଷ ଇଚ୍ଛା ପଚାରି ଦୁଇଝିଅଙ୍କ ବିବାହ ଆଇସିୟୁରେ କରିବାକୁ ଅନୁମତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe