ଲକ୍ଷ୍ନୌର ଏଇ ବଜାରରେ ପ୍ରତି ପରିବା ପାଇଁ ରହିଛି ସଂସ୍କୃତ ନାଁ

ଲକ୍ଷ୍ନୌର ଏଇ ବଜାରରେ ପ୍ରତି ପରିବା ପାଇଁ ରହିଛି ସଂସ୍କୃତ ନାଁ

Image Source: India Today

ଲକ୍ଷ୍ନୌ: ବିଭିନ୍ନ ପନିପରିବାର ସଂସ୍କୃତ ନାଁ ଜାଣିବା ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ନିଶାତଗଞ୍ଜ ପରିବା ବଜାର ହେଉଛି ଗୋଟାଏ ପ୍ରକୃଷ୍ଟ ସ୍ଥାନ। ଏହି ବଜାରରେ ସମସ୍ତ ପନିପରିବାର ନାମ ଛୋଟିଆ ଛୋଟିଆ ପ୍ଲାକାର୍ଡରେ ଲେଖାଯାଇ ରଖାଯାଇଛି।

ଯେମିତି, ଗୋଲାଆଳୁର ନାଁ ‘ଆଲୁକମ୍‌’, ବିଲାତିବାଇଗଣର ନାଁ ‘ରକ୍ତଫଳମ୍‌’, କଲରାର ନାଁ ‘କାରବେଲ୍ଲ’, ଗାଜରର ନାଁ ‘ଗୁଞ୍ଜନାକମ୍‌’, ରସୁଣର ନାଁ ‘ଲସୁମନ୍‌’, ପିଆଜର ନାଁ ‘ପଲାଣ୍ଡୁ’ ଏବଂ ଅଦାର ନାଁ ‘ଅଦ୍ରକମ୍‌’।

ଏ ଭଳି ଅଭିନବ ନାମକରଣ ସଂକ୍ରାନ୍ତରେ ବୁଝାଇ କହନ୍ତି ଅନ୍ୟତମ ପରିବା ବିକାଳି ସୋନୁ: ସଂସ୍କୃତ ସହ ଆମେ ପରିଚିତ ନ ଥିଲେ ବି ଆମେ ସଂସ୍କୃତକୁ ଜନପ୍ରିୟ କରିବାକୁ ବିଚାର କଲୁ ଏବଂ କାମ ଆରମ୍ଭ କଲୁ। ସହାୟତା ପାଇଁ ଆମେ ଜଣେ ସ୍ଥାନୀୟ ସଂସ୍କୃତ ଶିକ୍ଷକଙ୍କ ପାଖକୁ ଗଲୁ। ପନିପରିବାଗୁଡ଼ିକର ସଂସ୍କୃତ ନାଁ ଦେଖି ଗ୍ରାହକମାନେ ଆମୋଦିତ ହେଉଛନ୍ତି।

ଗ୍ରାହକମାନେ ଧୀରେ ଧୀରେ ପରିବାପତ୍ରର ସଂସ୍କୃତ ନାଁ ଶିଖୁଛନ୍ତି। ସେମାନଙ୍କ ମଧ୍ୟରୁ କେହି କେହି ‘ଆଲୁକମ୍‌’ ବା ‘ରକ୍ତଫଳମ୍‌’ ଦିଅ ବୋଲି କହୁଛନ୍ତି।

ଅବଶ୍ୟ କେତେକ ସ୍ଥାନୀୟ ଦୋକାନୀ ଏହାକୁ ପ୍ରଚାର ଗୋଟାଏ ତରିକା ବୋଲି କହୁଛନ୍ତି।

ଆଶାରାମ ଅଗ୍ରଓ୍ଵାଲ୍‌ ନାମକ ଜଣେ ସଉଦା ଦୋକାନୀ କହନ୍ତି: ପରିବାଦୋକାନୀମାନେ ପଦଟିଏ ସଂସ୍କୃତ ବୁଝି ପାରନ୍ତି ନାହିଁ, ପଢ଼ି ପାରନ୍ତି ନାହିଁ କି, କହି ପାରନ୍ତି ନାହିଁ। ମାଗଣାରେ ପ୍ରଚାର କରିବାକୁ ଏସବୁ କରାଯାଇଛି। ଏଇଟା ବଜାର ପାଇଁ ଭଲ ନୁହେଁ। ସଂସ୍କୃତ ଭାଷା ପ୍ରତି ବିଦ୍ରୂପ ହୋଇଥିବାରୁ ଏହାକୁ ବନ୍ଦ କରାଇବାକୁ ଆମେ ଉଦ୍ୟମ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe