ପ୍ରଥମ ଶିଖ ଭାବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁରକ୍ଷାବଳରେ ସାମିଲ ହେଲେ ଲୁଧିଆନାରେ ଜନ୍ମିତ ଅଂଶଦୀପ 

Advertisment
ପ୍ରଥମ ଶିଖ ଭାବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁରକ୍ଷାବଳରେ ସାମିଲ ହେଲେ ଲୁଧିଆନାରେ ଜନ୍ମିତ ଅଂଶଦୀପ 
ଲୁଧିଆନା : ପଞ୍ଜାବର  ଲୁଧିଆନାରେ  ଜନ୍ମିତ ଅଂଶଦୀପ୍‌ ସିଂ ଭାଟିଆ ପ୍ରଥମ ଶିଖ  ଭାବରେ ଆମେରିକାର ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା କର୍ମଚାରୀ ଭାବେ  ନିଯୁକ୍ତ ହୋଇଛନ୍ତି। ଗତ ସପ୍ତାହରେ ସେ ଆମେରିକାରେ କଠିନ ପ୍ରଶିକ୍ଷଣ ଶେଷ କରିବା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳରେ ସାମିଲ୍‌ ହୋଇଛନ୍ତି।
ଅଂଶଦୀପ୍‌ ସିଂଙ୍କ ପରିବାର ମୂଳତଃ କାନପୁରର ବାସିନ୍ଦା । ୧୯୮୪ ମସିହାରେ ଇନ୍ଦିରାଗାନ୍ଧୀ ହତ୍ୟା ଘଟଣା ପରେ ଦେଖା ଦେଇଥିବା ଶିଖ ବିରୋଧୀ ଦଙ୍ଗାରେ ତାଙ୍କ ପରିବାର ଲୁଧିଆନା ପଳାଇଯାଇଥିଲେ। ଏହି ଶିଖ ବିରୋଧୀ ଦଙ୍ଗାରେ ନିଜର ସମ୍ପର୍କୀୟ ତଥା ମାମୁକୁ ହରାଇଥିଲେ। ତାଙ୍କର ପିତା ଦେବେନ୍ଦ୍ରସିଂ ପଞ୍ଜାବ ଓ ସିନ୍ଧ୍‌ ବ୍ୟାଙ୍କର ମ୍ୟାନେଜରଭାବରେ କାମ କରୁଥିଲେ। ସେ ମଧ୍ୟ ଦଙ୍ଗାରେ ଗୁରୁତର ଆହତ ହୋଇଥିଲେ। ତାଙ୍କର ଜେଜେବାପା ଅମ୍ରିକ୍‌ ସିଂ ଭାଟିଆ ଜଣେ ଫାର୍ମାସିଟ୍‌ ଥିଲେ। ତାଙ୍କର କାନପୁରରେ ଔଷଧ ବ୍ୟବସାୟ ଚାଲିଥିଲା। ଦଙ୍ଗାପରେ ସେମାନେ ଲୁଧିଆନା ସପରିବାର ଚାଲିଆସିଥିଲେ। ଏହାପରେ ସେଠାରୁ ଭାଟ୍ଟିଆ ପରିବାର ଆମେରିକା ପଳାଇଥିଲେ। ସେତେବେଳକୁ ଅଶଂଦୀପ ୧୦ ବର୍ଷ ବୟସର ବାଳକ ଥିଲେ।
ଅଂଶଦୀପ୍‌ଙ୍କ ଇଚ୍ଛା ଥିଲା ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଭାବେ ସାମିଲ୍‌ ହେବା । କଠିନ ପରିଶ୍ରମ ପରେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe