ସିନେମା ହଲ୍ ଭିତରକୁ ନେଇପାରିବେ ବାହାରୁ କିଣିଥିବା ଖାଦ୍ୟ!

Advertisment

ସିନେମା ହଲ ଭିତରକୁ ଖାଇବା ପିଇବା ନେବା ଉପରେ କେହି ବାରଣ କରିପାରିବେ ନାହିଁ

ସିନେମା ହଲ ଭିତରକୁ ଖାଇବା ପିଇବା ନେବା ଉପରେ କେହି ବାରଣ କରିପାରିବେ ନାହିଁ

ସିନେମା ହଲ୍ ଭିତରକୁ ନେଇପାରିବେ ବାହାରୁ କିଣିଥିବା ଖାଦ୍ୟ!

ସିନେମା ହଲ୍ ଭିତରକୁ ନେଇପାରିବେ ବାହାରୁ କିଣିଥିବା ଖାଦ୍ୟ। ସିନେମା ହଲ ଭିତରକୁ ଖାଇବା ପିଇବା ନେବା ଉପରେ କେହି ବାରଣ କରିପାରିବେ ନାହିଁ । ସିନେମାର ହଲ୍ ପରିସରରୁ ହିଁ ଜିନିଷ କିଣିବା ଅ ବାଧ୍ୟତାମୂଳକ ନୁହେଁ । ଆରଟିଆଇ ତଥ୍ୟରୁ ଏକଥା ସ୍ପଷ୍ଟ ହୋଇଛି । ଉତ୍ତରପ୍ରେଦେଶର ଜଣେ ବ୍ୟକ୍ତି ଏନେଇ ଆରଟିଆଇ ତଥ୍ୟ ମାଗିଥିଲେ । ଆରଟିଆଇ ସୂଚନା ଅନୁସାରେ ସିନେମାହଲ କିମ୍ବା ମଲ୍ଟିପ୍ଲେକ୍ସ ସଂଚାଳକଙ୍କ ପାଖରେ ଏପରି କୌଣସି ସ୍ୱତନ୍ତ୍ର ଅଧିକାର ନାହିଁ । ବାହାରୁ ଆଣିଥିବା ଖାଦ୍ୟପେୟ ଭିତରକୁ ନେବା ଉପରେ ରୋକ ଲଗାଇପାରିବେ ନାହିଁ କୌଣସି ସିନମା ହଲ ମାଲିକ ।

publive-image

କେବଳ ଏତିକ ନୁହେଁ ଚଳଚ୍ଚିତ୍ର ନିୟମାବଳୀ ୧୯୫୧ ଅନ୍ତର୍ଗତ ଦିଆଯାଉଥିବା ଲାଇସେନ୍ସର ସର୍ତ୍ତ ଅନୁସାରେ ସିନେମା ହଲ ଭିତରକୁ କଫି, କ୍ଷୀର, ଥଣ୍ଡା ପାନୀୟ, କିମ୍ବା କୌଣସି ଖାଦ୍ୟ ସାମଗ୍ରୀ ବିକ୍ରୟ କରିବାର ଅନୁମତ ନାହିଁ । ସାଧାରଣତଃ ସିନେମାହଲ୍/ମଲ୍ଟିପ୍ଲେକ୍ସ ଭିତରକୁ ଦର୍ଶକ ବାହାରୁ କିଣିଥିବା ଜିନିଷକୁ ସୁରକ୍ଷା ଯାଂଚ ଆଡ଼ରେ ଛଡ଼ାଯାଏ ନାହିଁ । ଯେଉଁଥି ପାଇଁ ବାଧ୍ୟକତାମୂଳକ ଲୋକେ ସିନେମା ହଲ ପରିସରରେ ଥିବା ଷ୍ଟୋଲରୁ ହିଁ କିଣନ୍ତି ଖାଦ୍ୟ ସାମଗ୍ରୀ । ଏଠାରେ ଜିନିଷ ବାହାର ଅପେକ୍ଷା ଚଢ଼ା ମୂଲ୍ୟରେ ବିକ୍ରି ହୁଏ । ବେକାରରେ ଦର୍ଶକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼େ । ଦୁଇଗୁଣା ଦାମରେ ଜିନିଷ କିଣିବା ପାଇଁ ବାଧ୍ୟ ହୁଅନ୍ତି ଦର୍ଶକ ।

publive-image

ଗୋରଖପୁରର ଆଇଟିଆଇ କାର୍ଯ୍ୟକର୍ତା ବାଣିଜ୍ୟ କର ବିଭାଗ ଠାରୁ ଆଇଟିଆଇ ଅନୁସାରେ ତଥ୍ୟ ମାଗିଥିଲେ । ତେବେ ଆଇଟିଆଇ ଉତ୍ତରରେ ସ୍ପଷ୍ଟ ଉତ୍ତର ମିଳିଛି ସିନେମା ହଲ ଭିତରକୁ କୌଣସି ବି ଖାଦ୍ୟସାମଗ୍ରୀ ଭିତରକୁ ନେଇପାରିବେ । ସିନେମା ହଲରେ ଖାଦ୍ୟସାମଗ୍ରୀ ଖୋଲାରେ ବକ୍ରି ହୁଏ । ଏହା ଉପରେ କୌଣସି ଏମଆରପି ଛପି ନଥାଏ । ଉତ୍ତରପ୍ରଦେଶ ସିନେମାଗାଟୋଗ୍ରାଫି ନିମୟାବଳୀ ୨୦୧୮ ଅନୁସାରେ ସିନେମାହଲ ମାଲିକ ବୋତଲ ବନ୍ଦ ପ୍ୟାକେଟରେ ହିଁ ସାମଗ୍ରୀ ବିକ୍ରି କରିପାରିବେ । ମନଇଚ୍ଛା ବିନା ଏମଆରପିର ଖାଦ୍ୟ ବିକ୍ରି ହୋଇପାରିବ ନାହିଁ ।

ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଖାଦ୍ୟପେୟ ସାମଗ୍ରୀ ବାହାରୁ ନେବା ଉପରେ ରୋକ ଲଗାଇବାର କୌଣସି ନିୟମ ନାହିଁ । ଜିନିଷ ନେବା ସମୟରେ ବିଲ୍ ନେବା ଜରୁରୀ । ସିନେମାଲ ସଂଚାଳକମାନେ ମଧ୍ୟ ଏହି ନିୟମ ପାଳନ କରିବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe