photo-masterstudies.com
ଭାରତରେ ଲଗଜରୀ ଲାଇଫ୍ଷ୍ଟାଇଲ୍ ପ୍ରଡ଼କ୍ଟ ତଥା ସେବା ଇଣ୍ଡଷ୍ଟ୍ରିର ତୀବ୍ର ବିକାଶ ଘଟିବାରେ ଲାଗିଛି। ଭାରତୀୟ ଲଗଜରୀ ଉତ୍ପାଦ ବଜାର ଉପରେ କରାଯାଇଥିବା ଏକ ସର୍ଭେକ୍ଷଣ ଅନୁଯାୟୀ ୨୦୨୦ ସୁଦ୍ଧା ଭାରତୀୟ ଲଗଜରୀ ବ୍ରାଣ୍ଡ୍ ମାର୍କେଟ୍ ଦ୍ୱିଗୁଣିତ ବିଲିଆନ୍ ହେବ।
ଯୋଗ୍ୟତା ଓ ଦକ୍ଷତା:-ଲଗଜରୀ ଲାଇଫ୍ଷ୍ଟାଇଲ୍ ଉତ୍ପାଦ ଉଦ୍ୟୋଗକୁ ଏଭଳି ପ୍ରଶିକ୍ଷିତ ପ୍ରଫେସନାଲ୍ମାନଙ୍କର ଆବଶ୍ୟକତା ରହିଛି,ଯେଉଁମାନେ ବ୍ରାଣ୍ଡର ସଠିକ୍ ମୂଲ୍ୟାୟନ କରିପାରନ୍ତି।ଏଥିପାଇଁ ସେମାନଙ୍କର ବ୍ୟାବହାରିକ ଜ୍ଞାନ ଥିବା ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ୱ ମଧ୍ୟ ଥିବା ଦରକାର। ସେମାନେ ଆତ୍ମବିଶ୍ୱାସୀ ହେବା ନିହାତି ଆବଶ୍ୟକ।ସମସ୍ତ ଗ୍ରାହକଙ୍କୁ ସମାନ ବ୍ୟବହାର ଦେଖାଇବା ସହିତ ସମସ୍ତଙ୍କୁ ବ୍ୟକ୍ତିଗତ ସେବା ମଧ୍ୟ ପ୍ରଦାନ କରିପାରୁଥିବେ।
photo-e.ncsu_.edu_.କୋର୍ସ:- ଦେଶର ବେଶ୍ କେତୋଟି ଶିକ୍ଷାନୁଷ୍ଠାନରେ ଳଗଜରୀ ମ୍ୟାନେଜ୍ମେଣ୍ଟ୍ କୋର୍ସ ରହିଛି।ଏଥିରେ ଲଗଜରୀ ମ୍ୟାନେଜ୍ମେଣ୍ଟ୍ରେ ଡ଼ିପ୍ଲୋମା ତଥା ଫ୍ୟାଶନ୍ ଷ୍ଟାଇଲିଙ୍ଗ୍ରେ ଆଡ଼୍ବେସ୍ଡ଼ ଡ଼ିପ୍ଲୋମା ପାଠ୍ୟକ୍ରମ ମଧ୍ୟ ରହିଛି। ପ୍ରତିଷ୍ଠିତ ସଂସ୍ଥାମାନଙ୍କରେ ଲଗଜରୀ ମ୍ୟାନେଜ୍ମେଣ୍ଟ୍ କୋର୍ସର ଛାତ୍ରଛାତ୍ରୀମାନଙ୍କୁ ଲଗଜରୀ ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍ସ ପାଇଁ କାମ କରିବା ଲାଗି ବିଶେଷ ପ୍ରଶିକ୍ଷଣ ଦିଆଯାଇଥାଏ। ଫ୍ୟାଶନ୍ ଷ୍ଟାଇଲିଂ କୋର୍ସ କିପରି ଗ୍ରାହକମାନଙ୍କୁ ପରାମର୍ଶ ଦେଇ ସନ୍ତୁଷ୍ଟ କରିପାରିବେ,ସେ ସଂପର୍କରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥାଏ।ଫ୍ୟାଶନ୍ ଷ୍ଟାଇଲିଷ୍ଟ୍ ମାନେ ମିଡ଼ିଆ ଏବଂ ଏଣ୍ଟରଟେନ୍ମେଣ୍ଟ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିପାରିବେ।ଏତଦ୍ବ୍ୟତୀତ ଖୁବ୍ ଧନାଢ଼୍ୟ ଓ ସେଲିବ୍ରେଟିମାନେ ମଧ୍ୟ ବ୍ୟକ୍ତିଗତ ରୂପେ ଫ୍ୟାଶନ୍ ଷ୍ଟାଇଲିଷ୍ଟ୍ଙ୍କୁ ନିଜପାଇଁ ନିଯୁକ୍ତ କରୁଛନ୍ତି। ଏ ଦୃଷ୍ଟିରୁ ନିଯୁକ୍ତିରେ ବିଶେଷ ଅସୁବିଧା ନାହିଁ।ତେବେ ଏହା ହାଇଫାଇ କ୍ୟାରିଅର୍।
କେଉଁଠି ପଢ଼ିବେ :-ଲଗଜରୀ ମ୍ୟାନେଜ୍ମେଣ୍ଟ୍ ଓ ଫ୍ୟାଶନ୍ ଷ୍ଟାଇଲିଂ ଭଳି କୋର୍ସ ପଢ଼ିବାର କେତେକ ଲୋକପ୍ରିୟ ଶିକ୍ଷାନୁଷ୍ଠାନ ହେଲା:-
୧-ଇମେଜ୍ କନ୍ସଲ୍ଟିଂ ବିଜିନେସ୍ ଇନ୍ଷ୍ଟିଚ୍ୟୁଟ୍।
୨-ଇ.ଏମ୍.ଏମ୍.ଇ.ସି ବିଜିନେସ୍ ସ୍କୁଲ୍ର ସହଯୋଗରେ ପ୍ରତିଷ୍ଠିତ ଆଇ.ଆଇ.ଏମ୍।
୩-ଲଣ୍ଡନ କଲେଜ୍ ଅଫ୍ ଫ୍ୟାଶନ୍ ,ଲଣ୍ଡନ।
୪-ଏମ୍.ଡ଼ି.ଏ ବୋକୋନି ସ୍କୁଲ୍ ଅଫ୍ ମ୍ୟାନେଜ୍ମଣ୍ଟ୍,ଇଟାଲି।
Follow Us