ଲିମ୍ଫୋମା କ୍ୟାନ୍ସର କ’ଣ ଓ କେତେ ପ୍ରକାର?
ଲିମ୍ଫୋମା ହେଉଛି ରକ୍ତ ଜନିତ କ୍ୟାନ୍ସର। ଏଥିରେ ଥିବା ଲିମ୍ଫୋସାଇଡ୍ଗୁଡ଼ିକର ବୃଦ୍ଧି ଘଟି ଲିମ୍ଫ୍ ନୋଡ୍, ଲିଭର୍ ଓ ବୋନ୍ମ୍ୟାରୋରେ ଜମା ହୋଇ କ୍ୟାନ୍ସର ଆଡ଼କୁ ଗତି କରିଥାଏ। ଏହା ସାଧାରଣତଃ ଦୁଇ ପ୍ରକାରର, ହଜ୍କିନ୍ସ ଓ ନନ୍ ହଜ୍କିନ୍ସ କ୍ୟାନ୍ସର।
ହଜ୍କିନ୍ସ ଲିମ୍ଫୋମା କେଉଁ ବୟସରେ ଦେଖାଯାଏ?
ଏହାର ଦୁଇଟି ବୟସ ସୀମା ରହିଛି। ଯୁବାବସ୍ଥାରେ ୨୦ରୁ ୩୦ ବର୍ଷ ଓ ପରବର୍ତ୍ତୀ ସମୟରେ ୫୦ରୁ ୬୦ ବର୍ଷ ବୟସରେ ଏହା ଦେଖାଯାଏ। ତେବେ ଏହି ଲିମ୍ଫୋମା ଯୁବାବସ୍ଥାରେ ଅଧିକ ଦେଖାଯାଇଥାଏ।
ଆମେ କିପରି ଜାଣିବା ଜଣଙ୍କୁ ଲିମ୍ଫୋମା କ୍ୟାନ୍ସର ହୋଇଛି?
ଶରୀରରେ ଛୋଟ ଆକାରର କଠିନ ଜମାଟ ହେବା, ଗ୍ରନ୍ଥି ବଢ଼ିବା, ସଂଧ୍ୟା ସମୟରେ ଜ୍ବର ଆସିବା, ରାତିରେ ଶରୀରରେ ଅଧିକ ଝାଳ ବାହାରିବା, ହଠାତ୍ ଓଜନ ହ୍ରାସ ହେବା, ଶରୀର କୁଣ୍ଡାଇ ହେବା ଆଦି ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ ଜଣଙ୍କୁ ଲିମ୍ଫୋମା କ୍ୟାନ୍ସର ହୋଇଛି। ଏହାର ଯଦି ଉଚିତ ସମୟରେ ଚିକିତ୍ସା ନ କରିବା ତେବେ ଜୀବନ ହାରିବା ସୁନିଶ୍ଚିତ।
ଏହାର ଚିକିତ୍ସା ପଦ୍ଧତି କ’ଣ ରହିଛି?
ଉପରୋକ୍ତ ଲକ୍ଷଣ ଦେଖିଲେ ବାୟୋପ୍ସି ଜରିଆରେ ପ୍ରଥମେ ଏହାର ନିରୂପଣ କରାଯାଏ। ଯଦି ଲିମ୍ଫୋମା କ୍ୟାନ୍ସର ପ୍ରାଥମିକ ସ୍ତରର ବୋଲି ଜଣାପଡ଼େ ତେବେ ଏହାକୁ ଲୋକାଲ୍ ଥେରାପିରେ ଭଲ କରାଯାଇପାରିବ। କେବଳ ରେଡିଏସନ୍ ମାଧ୍ୟମରେ ଏହାର ନିରାକରଣ କରାଯାଇଥାଏ। ରୋଗ ଦ୍ବିତୀୟ ଷ୍ଟେଜ୍ ଆଡ଼କୁ ଯାଇଥିଲେ କେମୋଥେରାପି ଦରକାର ପଡ଼େ।
ଏହି ଶ୍ରେଣୀୟ କ୍ୟାନ୍ସରରୁ ଜଣେ ସମ୍ପୂର୍ଣ୍ଣ ଭଲ ହେବା ସମ୍ଭବ କି?
ହଁ, ଏହାର ଆରୋଗ୍ୟ ହାର ଅଧିକ। କହିବାକୁ ଗଲେ ୯୦ ପ୍ରତିଶତ ଲିମ୍ଫୋମା କ୍ୟାନ୍ସର ଭଲ ହୋଇଯାଏ। ଯଦି ଦୁଇ ବର୍ଷ ଭିତରେ ଏହି ରୋଗର ଚିକିତ୍ସାରେ ଉନ୍ନତି ଦେଖା ନଯାଏ ତେବେ ଏହାର ସୁସ୍ଥ ହେବା ହାର କମିଯାଏ। ତେଣୁ ପ୍ରଥମ ଷ୍ଟେଜ୍ରୁ ହିଁ ଡାକ୍ତରଙ୍କୁ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା କରିବା ଉଚିତ।
Lymphoma cancer: ଲିମ୍ଫୋମା କ୍ୟାନ୍ସରରୁ ଆରୋଗ୍ୟ ହାର ଅଧିକ
Advertisment
Follow Us