ଏହି କାରଣ ପାଇଁ ୧୫ରୁ ୪୫ ବର୍ଷର ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ସମସ୍ୟା ଅଧିକ

Advertisment
ଏହି କାରଣ ପାଇଁ ୧୫ରୁ ୪୫ ବର୍ଷର ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ସମସ୍ୟା ଅଧିକ

ନୂଆଦିଲ୍ଲୀ: ପରିବେଶରେ ଦିନକୁ ଦିନ ପ୍ରଦୂଷଣମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ମଣିଷ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଉଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ତେଣୁ ଏହି ପ୍ରଦୂଷଣରୁ ନିଜକୁ ଦୂରେଇ ରଖିବା ସହିତ ପରିବେଶ କିପରି ପ୍ରଦୂଷଣ ହେବ ନାହିଁ ସେ ଦିଗରେ ଧ୍ୟାନ ଦେବା ନିହାତ ଆବଶ୍ୟକ।

ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ପ୍ରଦୂଷଣ ଯୋଗୁ ଭାରତୀୟ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ଏଥିସହିତ ଦୀର୍ଘସମୟ ଧରି ବାୟୁରେ ସୂକ୍ଷ୍ମ କଣିକା (ପିଏମ୍ ୨.୫ ପ୍ରଦୂଷକ) ସଂସ୍ପର୍ଶରେ ରହିବା ଫଳରେ ୧୫ରୁ ୪୫ ବର୍ଷର (ପ୍ରଜନନକ୍ଷମ ବୟସର) ମହିଳାମାନଙ୍କଠାରେ ରକ୍ତହୀନତାର ସ୍ତର ବୃଦ୍ଧି ପାଉଛି। ଯେଉଁ କାରଣରୁ ଏଭଳି ରକ୍ତହୀନତା ସମସ୍ୟା ଦେଖା ଦେଉଛି ବୋଲି କୁହାଯାଉଛି। ତେବେ ଏହାର ଏକ ମାତ୍ର ସମାଧାନ ହେଉଛି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା। ପ୍ରଦୂଷଣ ନିୟନ୍ତ୍ରଣ ହେଲେ ଯାଇ ରକ୍ତହୀନତାର ସମସ୍ୟା ହ୍ରାସ ପାଇବ।

भारत में एनीमिया को बढ़ा रहा है पीएम 2.5 प्रदूषण: अध्ययन

କୁହାଯାଉଛି ଯେ, ଯଦି ଭାରତ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ପୂରଣ କରେ, ତେବେ ରକ୍ତହୀନତାର ମାତ୍ରା ୫୩ ପ୍ରତିଶତରୁ ୩୯.୫ ପ୍ରତିଶତକୁ ହ୍ରାସ ହୋଇଯିବ। ଦୁନିଆରେ ସବୁଠାରୁ ଅଧିକ ରକ୍ତହୀନତାର ସମସ୍ୟା ଭାରତ ୧୫ ରୁ ୪୫ ବର୍ଷ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି ଗବେଷଣା ଆଇଆଇଟି-ଦିଲ୍ଲୀ ଏବଂ ଆଇଆଇଟି-ବମ୍ବେ ସମେତ ଭାରତ, ଆମେରିକା ଏବଂ ଚୀନର  ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଛି। ଏଥିସହ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ ଏବଂ ଜାତୀୟ ନମୁନା ସର୍ବେକ୍ଷଣ ତଥ୍ୟ ଅନୁସାରେ ଭାରତର ୧୫ ରୁ ୪୫ ବର୍ଷ ବୟସ୍କ ମହିଳା ଅଧିକ ମାତ୍ରାରେ ରକ୍ତହୀନତାର ଶିକାର ହେଉଛନ୍ତି। ଏଥିପାଇଁ ଗବେଷଣାକାରୀ କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତିକୁ ଆପଣାଇ 'ରକ୍ତହୀନତା ମୁକ୍ତ' ମିସନ ଲକ୍ଷ୍ୟ ଦିଗରେ ଭାରତର ଅଗ୍ରଗତି ତ୍ୱରାନ୍ୱିତ ହେବା ଦରକାର।

ଏମ୍ ୨.୫ ପ୍ରଦୂଷକ ଉତ୍ସଗୁଡିକ ମଧ୍ୟରୁ  ସଲଫେଟ୍, ବ୍ଲାକ କାର୍ବନିକ କାର୍ବନ ଓ ଧୂଳି  ରକ୍ତହୀନତା ସହିତ ଅଧିକ ଜଡିତ । ଏଥିପାଇଁ ଆଞ୍ଚଳିକ  ଶିଳ୍ପ ସଂସ୍ଥା ଏଥିପାଇଁ ସବୁଠାରୁ ଅଧିକ ଦାୟୀ ବୋଲି କୁହାଯାଉଛି। ଏହା ପରେ ଅସଂଗଠିତ କ୍ଷେତ୍ର, ଘରୋଇ ଉତ୍ସ, ବିଦ୍ୟୁତ୍ କ୍ଷେତ୍ର, ସଡକ ଧୂଳି, କୃଷି ବର୍ଜ୍ୟବସ୍ତୁ ଜଳିବା ହେତୁ ବି ପରିବେଶ ପ୍ରଦୂଷଣ ହେଉଛି। ଯେଉଁ କାରଣରୁ ରକ୍ତହୀନତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।

ବିଶ୍ବରେ ରକ୍ତହୀନତା ବିଭିନ୍ନ ରୋଗର ପ୍ରମୁଖ କାରଣ ହୋଇଥାଏ। ପ୍ରଜନନକ୍ଷମ ବୟସର ମହିଳାମାନେ ରୁତୁସ୍ରାବ ହେତୁ ଲୌହର ଅଭାବରେ ପୀଡିତ ହୋଇପାରନ୍ତି । ଏଥିପାଇଁ ବିଶେଷ ଭାବରେ ରକ୍ତହୀନତା ହେବାର ଆଶଙ୍କା ରହିଥାଏ । ଖାଦ୍ୟରେ ଲୌହ ଅଭାବ ରକ୍ତହୀନତାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ୨୦୫୩ ସୁଦ୍ଧା ପ୍ରଜନନକ୍ଷମ ବୟସର ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାକୁ ହ୍ରାସ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିଶ୍ୱସ୍ତରୀୟ ଲକ୍ଷ୍ୟ ସ୍ଥିର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe