ଦୀପାବଳି ଅବସରରେ ଜପ କରନ୍ତୁ ମାଆ ଲକ୍ଷ୍ମୀଙ୍କର ଏହି ସବୁ ମନ୍ତ୍ର, ମିଳିବ ସୁଫଳ

Advertisment
ଦୀପାବଳି ଅବସରରେ ଜପ କରନ୍ତୁ ମାଆ ଲକ୍ଷ୍ମୀଙ୍କର ଏହି ସବୁ ମନ୍ତ୍ର, ମିଳିବ ସୁଫଳ

www.nedricknews.in

ଆଜି ଆଲୋକର ପର୍ବ ଦୀପାବଳି। ଏହି ଦୀପାବଳି ଅବସରରେ ମା’ ମହାଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ମହାଲକ୍ଷ୍ମୀଙ୍କର ବିଶେଷ ମନ୍ତ୍ର ଜପ କରାଯିବ ଆବଶ୍ୟକ । ଲକ୍ଷ୍ମୀଙ୍କ ମନ୍ତ୍ରଗୁଡିକ ସିଦ୍ଧି ମନ୍ତ୍ର ବୋଲି କୁହାଯାଏ । ଏହାର ପ୍ରତ୍ୟେକ ମନ୍ତ୍ରରେ ଶକ୍ତି ଅଛି। ଏହି ମନ୍ତ୍ରଗୁଡିକ ଅସୁବିଧା ସମୟରେ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ କଷ୍ଟରୁ ରକ୍ଷା କରିଥାଏ । ଏଭଳି କେତେକ ମନ୍ତ୍ର ଦୀପାବଳି ସମୟରେ ଜପ କରିବା ଉଚିତ ।

୧. ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମନ୍ତ୍ର -
ଓଁ ଶ୍ରୀଂ ମହାଲକ୍ଷ୍ମୈ ନମଃ
୨.ସମସ୍ତ ପ୍ରକାରର ପ୍ରାଚୁର୍ଯ୍ୟ ପ୍ରାପ୍ତ କରିବା ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର -
ଓଁ ହ୍ରିଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୈ ନମଃ
୩. ଅଧିକ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର
ଓଁ ଶ୍ରୀଂ ଶ୍ରୀ-ଐ ନମଃ!
୪. ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମହାଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର
ଓଁ ମହା ଦୈବୈଚ ବିଦ୍‌ମହେ, ବିଷ୍ଣୁପତ୍ନୀଚ ଧୀମହି, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍‌

୫. ସ୍ୱତନ୍ତ୍ର ଦୀପାବଳୀ ମନ୍ତ୍ର - ଏହି ମନ୍ତ୍ରଟି ହେଲା -ଓଁ ଶ୍ରୀ ହ୍ଳୀଂ କ୍ଲୀଂ ଏଂ ସୌଂ ଓଁ କ୍ଲୀଂ ହ୍ଲୀଂ କ ଏଇ ଲ ହ୍ଳୀଂ ହସ କ ହ ଲ ହ୍ଳୀଂ ସକଳ ହ୍ଳୀଂ ସୌଂ ଏଂ କ୍ଳୀଂ ହ୍ଳୀଂ...ଶ୍ରୀ ଓଁ । ଏହିମନ୍ତ୍ରକୁ ୨୧ ରୁ ୧୦୮ ଥର ଜପ କରିଲେ ଭଲ । ମନେ ରଖନ୍ତୁ ଏହାର ସ୍ପଷ୍ଟ ଏବଂ ଶୁଦ୍ଧ ଉଚ୍ଚାରଣ ହେବା ଦରକାର।
୬. ଧନ ସଂପଦ, ବ୍ୟବସାୟ , ବୃତ୍ତିଗତ ଅଭିବୃଦ୍ଧି ଓ ବୈବାହିକ ଜୀବନରେ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର - ଶ୍ରୀଂ

ଏହି ମନ୍ତ୍ର ଜପ କରିବାକୁ ଆରାମଦାୟକ ସ୍ଥିତିରେ ବସନ୍ତୁ । ଏହି ସମୟରେ ଆପଣ ନିଜର ଚକ୍ଷୁ ଖୋଲା ରଖିପାରନ୍ତି ବା ବନ୍ଦ ରଖିପାରନ୍ତି । ସାକ୍ଷାରଣତଃ ମନ୍ତ୍ରକୁ ୧୦୮ ଥର ଜପ କରିବା ଉଚିତ । ଏହି ମନ୍ତ୍ରକୁ ଆପଣ ଉଚ୍ଚ ସ୍ୱରରେ ଅଥବା ନୀରବରେ ବା ସାଧାରଣ ସ୍ୱରରେ ଜପ କରିପାରନ୍ତି ।
ଧନତେରସ୍‌ ବା ଦୀପାବଳିରୁ ଆରମ୍ଭ କରି କ୍ରମାଗତ ଭାବେ ୪୦ ଦିନ ଯାଏଁ ଉପରୋକ୍ତ ମନ୍ତ୍ର ଦୈନିକ ୧୦୮ ଥର ଜପ କରିଲେ ସର୍ବାଧିକ ସୁଫଳ ମିଳିଥାଏ । ଏପରିକି ୧୦ ଦିନ ଯାଏଁ ଜପ କରିଲେ ବି ସୁଫଳ ପ୍ରାପ୍ତ ହୋଇଥାଏ ।
ମହାଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋଚିତ୍ର ସାମ୍ନାରେ ଦୀପଟିଏ ଜଳାଇ ଉପରୋକ୍ତ ସିଦ୍ଧମନ୍ତ୍ର ଜପ କରିଲେ ସ୍ୱତନ୍ତ୍ର ଫାଇଦା ମିଳିଥାଏ । ମହାଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ପ୍ରଦାନ ପୂର୍ବକ ଉପରୋକ୍ତ ମନ୍ତ୍ର ଜପ କରିଲେ ମଧ୍ୟ ସୁଫଳ ମିଳିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe