ବାରଗାଁର ମା’ମାଟିଆମଙ୍ଗଳା, ପୂଜା କରନ୍ତି ରାଉଳ ସଂପ୍ରଦାୟର ଲୋକେ

Advertisment

ଉତ୍କଳର ପ୍ରାଚୀନ ତଥା ପ୍ରତିଷ୍ଠିତ ଶକ୍ତି ପୀଠମାନଙ୍କ ମଧ୍ୟରେ ରାଜନଗର ବ୍ଲକ୍‌ର ବାରଗାଁସ୍ଥିତ ମା’ମାଟିଆ ମଙ୍ଗଳା ପୀଠ ଅନ୍ୟତମ। ମା’ଙ୍କ ଉତ୍ପତ୍ତି, ପୀଠର ପ୍ରତିଷ୍ଠା ସଂପର୍କରେ ବହୁ ଚମକପ୍ରଦ କାହାଣୀ, କିମ୍ବଦନ୍ତି ଜନମାନସରେ ଉଜ୍ଜୀବିତ।

ଉତ୍କଳର ପ୍ରାଚୀନ ତଥା ପ୍ରତିଷ୍ଠିତ ଶକ୍ତି ପୀଠମାନଙ୍କ ମଧ୍ୟରେ ରାଜନଗର ବ୍ଲକ୍‌ର ବାରଗାଁସ୍ଥିତ ମା’ମାଟିଆ ମଙ୍ଗଳା ପୀଠ ଅନ୍ୟତମ। ମା’ଙ୍କ ଉତ୍ପତ୍ତି, ପୀଠର ପ୍ରତିଷ୍ଠା ସଂପର୍କରେ ବହୁ ଚମକପ୍ରଦ କାହାଣୀ, କିମ୍ବଦନ୍ତି ଜନମାନସରେ ଉଜ୍ଜୀବିତ।

gddgjgddjdjg

ରାଜନଗର: ଉତ୍କଳର ପ୍ରାଚୀନ ତଥା ପ୍ରତିଷ୍ଠିତ ଶକ୍ତି ପୀଠମାନଙ୍କ ମଧ୍ୟରେ ରାଜନଗର ବ୍ଲକ୍‌ର ବାରଗାଁସ୍ଥିତ ମା’ମାଟିଆ ମଙ୍ଗଳା ପୀଠ ଅନ୍ୟତମ। ମା’ଙ୍କ ଉତ୍ପତ୍ତି, ପୀଠର ପ୍ରତିଷ୍ଠା ସଂପର୍କରେ ବହୁ ଚମକପ୍ରଦ କାହାଣୀ, କିମ୍ବଦନ୍ତି ଜନମାନସରେ ଉଜ୍ଜୀବିତ। ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ମଙ୍ଗଳା ଓଷାର ଖୁଲଣା ସୁନ୍ଦରୀ କାବ୍ୟ କାହାଣୀରେ ଯେଉଁ ସର୍ବମଙ୍ଗଳାଙ୍କ ସହିତ ଆମର ଭେଟହୁଏ, ତା’ ସହିତ ମା’ ମାଟିଆ ମଙ୍ଗଳାଙ୍କ ସାମଞ୍ଜସ୍ୟ ଥିବା ଜଣାଯାଏ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତରେ ଅଧିଷ୍ଠାତ୍ରୀ ଦେବୀ ଭାବରେ ମା’ ମାଟିଆ ମଙ୍ଗଳା ପୂଜା ପାଉଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ସଙ୍ଗମସ୍ଥଳୀ ନିକଟରେ ମା’ଙ୍କ ମନ୍ଦିର ରହିଛି। ପୂର୍ବରୁ ମା’ ମାଟି ଘରେ ପୂଜା ପାଉଥିବା ବେଳେ ଏବେ ବର୍ଣ୍ଣାଢ୍ୟ ମନ୍ଦିରରେ ପୂଜା ପାଉଛନ୍ତି। ରାଉଳ ସଂପ୍ରଦାୟର ଲୋକେ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। 

ପ୍ରଚଳିତ ଲୋକକଥା ଓ କିମ୍ବଦନ୍ତି ଅନୁସାରେ, ୧୫୬୮ରେ ମୁକୁନ୍ଦ ଦେବଙ୍କ ପତନର ବହୁ ପୂର୍ବରୁ ମା’ ମାଟିଆ ମଙ୍ଗଳା ପୀଠ ସମଗ୍ର କେରଡ଼ା ଓ କନିକା ଅଞ୍ଚଳରେ ପ୍ରଭାବ ବିସ୍ତାର କରିସାରିଥିଲା। ମା’ଙ୍କ ଆଜ୍ଞାରେ ବାରଗାଁର ବାରଟିଗାଁରେ ଧାନ କୁଟିବା ପାଇଁ ଲୋକମାନେ ଢିଙ୍କି ପରିବର୍ତ୍ତେ ପାହୁରାଣି ବ୍ୟବହାର କରୁଥିଲେ। ଏହି ସବୁ ଗ୍ରାମରେ କେବେ କେହି ସୂତା କାଟିବା ପାଇଁ ଅରଟ ଯନ୍ତ୍ର ବା ଧାନ କୁଟିବା ପାଇଁ ଢିଙ୍କି ବ୍ୟବହାର କରି ନଥିଲେ କି ଆଜି ମଧ୍ୟ ବ୍ୟବହାର କରୁନାହାନ୍ତି।     

ମାଟିଆ ମଙ୍ଗଳାଙ୍କ ବିଜେସ୍ଥଳୀ ଚାରିପଟେ ବେଢି ରହିଥିବା ୧୨ଟି ଯାକ ଗାଁରେ ଢିଙ୍କି ବା ଅରଟର ପ୍ରଚଳନ ନଥିବା ସଂପର୍କରେ କୌଣସି ଯୁକ୍ତି ଗ୍ରାହ୍ୟ। କାରଣ ମା’ଙ୍କର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଥିବା ସଂପର୍କରେ କିଛି ତଥ୍ୟ ଜଣା ପଡୁନଥିଲେ ବି ଢିଙ୍କି ଓ ଅରଟରେ ଶାନ୍ତିପ୍ରିୟ ମା’ଙ୍କ ବିଶ୍ରାମରେ ବ୍ୟାଘାତ ସୃଷ୍ଟି ହେବା ଭୟରେ ସେ ଦୁଇଟିର ପ୍ରଚଳନ ନିଷେଧ କରାଯାଇଥିବା କୁହାଯାଏ। ୧୯୫୦ରେ ରାଜନଗର ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ବାଞ୍ଛ‌ାନିଧି ମିଶ୍ର, ଭରତ ଚନ୍ଦ୍ର ରାଉତ, ପଞ୍ଚାନନ ରାଉତ ପ୍ରମୁଖ ଏହି ବାରଗାଁରେ ଢିଙ୍କି ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ। ବାରଟି ଯାକ ଗ୍ରାମର ପ୍ରତ୍ୟେକ ପରିବାରରୁ କିଛି ଧାନ ଆଣି ମା’ ମଙ୍ଗଳାଙ୍କ ସମ୍ମୁଖରେ ନୂଆଢିଙ୍କିରେ ଧାନତକ କୁଟି ଭୋଗ ରନ୍ଧାଗଲା ଓ ମଙ୍ଗଳାଙ୍କ ଲାଗି ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ତା’ପରଦିନଠାରୁ କାଳକାଳର ପରମ୍ପରା ଭଙ୍ଗ କରି ବାରଗାଁରେ ଢିଙ୍କି ପ୍ରଚଳନ ହେବାର ସ୍ଥିର କରାଗଲା। ମାତ୍ର ସେଦିନ ରାତିରେ ମଙ୍ଗଳା ମା’ଙ୍କ ପୁରୋହିତ ପଣ୍ତିତ ଗୋବର୍ଦ୍ଧନ ମିଶ୍ର ଶାସ୍ତ୍ରୀଙ୍କୁ ଠାକୁରାଣୀ ସ୍ବପ୍ନରେ କହିଲେ ଯେ ସେ ଦୁଇଦିନ ହେଲା ଅଭୁକ୍ତ ଅଛନ୍ତି। ନିୟମ ଲଂଘନ କରି ଢିଙ୍କି ପ୍ରଚଳନ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ସ୍ବପ୍ନ ଦେଖିବା ପରେ ପଣ୍ତିତ ମିଶ୍ର ମଧ୍ୟ ହଠାତ୍ ଅସୁସ୍ଥ ହୋଇପଡିଲେ। ସ୍ବପ୍ନ ବୃତ୍ତାନ୍ତ ସମଗ୍ର ଅଞ୍ଚଳରେ ପ୍ରଚାର ହୋଇଗଲା ଓ ତା’ପରେ ଆଉ କେହି ଢିଙ୍କି ବ୍ୟବହାର କରିବାକୁ ସାହସ କଲେନାହିଁ। 

ପ୍ରତ୍ୟକ୍ଷ ଦେବୀ ମା’ ମାଟିଆ ମଙ୍ଗଳାଙ୍କ ସଂପର୍କରେ ବହୁ ଅଲୌକିକ କାହାଣୀ ଓ କିଂବଦନ୍ତି ରାଜନଗର, କେରଡା ଏବଂ କନିକା ଅଞ୍ଚଳରେ ପ୍ରଚଳିତ ଅଛି। ପ୍ରତିଦିନ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ଭିଡ଼ ଜମେ। ମା’ଙ୍କ ପୀଠରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ବିଶେଷକରି ମହାବିଷୁବ ସଂକ୍ରାନ୍ତି ଦିନ ମାଆଙ୍କର ପୀଠରେ ବାର୍ଷିକ ଉତ୍ସବ ପାଳନ ହୋଇଥାଏ। ଏହି ଦିନ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe