ସ୍ୱାଭିମାନ ଦିବସ: ସତ୍ତା ଖୋଜୁଛି ମଧୁ ସଂଗ୍ରହାଳୟ

ସ୍ୱାଭିମାନ ଦିବସ: ସତ୍ତା ଖୋଜୁଛି ମଧୁ ସଂଗ୍ରହାଳୟ

କଟକ ଥିଲା ମଧୁବାବୁଙ୍କ କର୍ମଭୂମି। ବର୍ତ୍ତମାନ ଯେଉଁଠି ଶୈଳବାଳା ସ୍ବ˚ୟଶାସିତ ମହିଳା କଲେଜ ରହିଛି, ସେହିଠାରେ ଥିଲା ମଧୁବାବୁଙ୍କ ବାସଭବନ। ମଧୁବାବୁଙ୍କ ସ୍ମୃତିକୁ ଜନମାନସରେ ଉଜ୍ଜୀବିତ କରି ରଖିବା ପାଇଁ ୨୦୦୭ରେ ସେଠାରେ ସ୍ଥାପନ କରାଯାଇଥିଲା ମଧୁସୂଦନ ସ˚ଗ୍ରହାଳୟ। କିନ୍ତୁ ଗଲା ୧୬ ବର୍ଷ ଭିତରେ ଏହାର ବିକାଶ ବଦଳରେ ଧୀରେ ଧୀରେ ଏହା ଅବହେଳାର ଶିକାର ହୋଇ ଚାଲିଛି। ମଧୁବାବୁଙ୍କ ଜନ୍ମପୀଠ, ମଧୁବାବୁଙ୍କ ଶେଷ ବିଶ୍ରାମସ୍ଥାନର ବିକାଶ ପାଇଁ ଇତିମଧ୍ୟରେ ପଦକ୍ଷେପ ନିଆଯାଇଥିଲେ ବି ମଧୁବାବୁଙ୍କ ବାସସ୍ଥାନରେ ଥିବା ସଂଗ୍ରହାଳୟ ଏବେ ସମସ୍ୟା ଜର୍ଜରିତ। ପ୍ରଚାର ଓ ପ୍ରସାର ଦିଗରେ ‌କୌଣସି ଉଦ୍ୟମ କରାଯାଉ ନାହିଁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି କୌଣସି ବ୍ୟବସ୍ଥା ବି ନାହିଁ। ବର୍ଷକୁ ଖୁବ ବେଶୀରେ ଏଠାକୁ ୩ ହଜାର ପର୍ଯ୍ୟଟକ ଆସୁଥିବା ରେକର୍ଡ କହୁଛି।

publive-image

ଅନ୍ୟପଟେ ସଂଗ୍ରହାଳୟର ଭିତର କାନ୍ଥରେ ଫାଟ ଦେଖାଯାଇ ଥିବା ବେଳେ ଏହାର ପାଚେରିରେ ମଧୁ ବାବୁଙ୍କ ଜୀବନ ଉପରେ ଅଙ୍କା ଯାଇଥିବା ବିଭିନ୍ନ ଚିତ୍ରରୁ ରଙ୍ଗ ଛାଡି ବିକୃତ ଅବସ୍ଥାରେ ରହିଛି। ସଂଗ୍ରହାଳୟରେ ପର୍ଯ୍ୟଟକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ବି ନାହିଁ। ଟିକିଏ ବର୍ଷା ‌ହେଲେ ସଂଗ୍ରହାଳୟ ମଧ୍ୟକୁ ରାସ୍ତା ପାଣି ପଶୁଛି। ମଧୁ ବାବୁଙ୍କ ଜୀବନ ଉପରେ ଆଧାରିତ ଫଟୋଚିତ୍ର ଭିଡିଓ ପ୍ରଦର୍ଶନ କରୁଥିବା ମେସିନ ଆସିବା ଦିନଠାରୁ ଅକାମି ହୋଇ ଏଠାରେ ରହିଛି।

publive-image

ସ˚ଗ୍ରହାଳୟରେ ମଧୁ ବାବୁ ବ୍ୟବହାର କରୁଥିବା ଲୁଗା, ଜୋତା, ବ୍ୟାଗ, ଟୋପି, ପିତ୍ତଳ ଓ ମାର୍ବଲର ବାସନ କୁସନ, କପ୍‌, ପ୍ଲେଟ୍‌, ଖଟ, ଟେବୁଲ, ଚୌକି, କଲମ ଓ ଦୁଆତ, ପୁରୁଣା ଗ୍ରନ୍ଥ ଓ ପୁସ୍ତକ, ହୋମିଓପାଥି ଔଷଧ ସରଞ୍ଜାମ ଇତ୍ୟାଦି ରହିଛି। ଏହା ସହ ମଧୁବାବୁ ଓ ତାଙ୍କ ପରିବାର ସଦସ୍ୟଙ୍କ ଅନେକ ବିରଳ ଫଟୋ ମଧୢ ଏଠାରେ ରହିଛି। ଏବେ ମାତ୍ର ଜଣେ ତତ୍ତ୍ବାବଧାରକ ସଂଗ୍ରହାଳୟର ଦାୟିତ୍ବରେ ଥିବାରୁ ତାଲା ଖୋଲିବା, ଝାଡୁ ମାରିବାଠୁ ଆରମ୍ଭ କରି ରେକର୍ଡ ରଖିବା କାମ ତାଙ୍କ ଦ୍ବାରା କରାଯାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe