ଡାହାଣୀ ପରି ଜଗି ରହୁଥିଲେ ମଧୁ!

ଆଜି ଅନ୍ତର୍ଜାତୀୟ ତାରକା ପାଲଟିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମାଆ ଡାକ୍ତର ମଧୁ ଚୋପ୍ରା ନିକଟରେ ପ୍ରକାଶ କରିଛନ୍ତି, ପ୍ରିୟଙ୍କା ବଲିଉଡ୍‌ରେ ପାଦ ଦେବା ସମୟରେ ସେ କିଭଳି ଝିଅର ସୁରକ୍ଷା ନେଇ ଅତ୍ୟନ୍ତ ସତର୍କ ରହୁଥିଲେ। ଅତି ସ୍ବଳ୍ପ ବୟସରେ ପ୍ରିୟଙ୍କା...

sfsfcxd

ଆଜି ଅନ୍ତର୍ଜାତୀୟ ତାରକା ପାଲଟିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମାଆ ଡାକ୍ତର ମଧୁ ଚୋପ୍ରା ନିକଟରେ ପ୍ରକାଶ କରିଛନ୍ତି, ପ୍ରିୟଙ୍କା ବଲିଉଡ୍‌ରେ ପାଦ ଦେବା ସମୟରେ ସେ କିଭଳି ଝିଅର ସୁରକ୍ଷା ନେଇ ଅତ୍ୟନ୍ତ ସତର୍କ ରହୁଥିଲେ। ଅତି ସ୍ବଳ୍ପ ବୟସରେ ପ୍ରିୟଙ୍କା ବଲିଉଡ୍‌ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ବଲିଉଡ୍‌ ଶିଳ୍ପ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଶୁଣିଆସିଥିବାରୁ ମଧୁ ତାଙ୍କ ଏକମାତ୍ର ଝିଅ ସହ କିଛି ଅଘଟଣ ହେଉ ବୋଲି ଚାହୁନଥିଲେ। ତେଣୁ ସେ ସିନେମା ସୁଟିଂ ବେଳେ ‘ଡାହାଣୀ’ ପରି ନିଜ ଝିଅ ଉପରେ ନଜର ରଖୁଥିଲେ ବୋଲି ପ୍ରକାଶ କରିଛନ୍ତି। 

ମଧୁ ଏହି ଅବସରରେ ପ୍ରିୟଙ୍କାଙ୍କ ଆତ୍ମବିଶ୍ବାସ ଓ ଦୃଢ଼ନିଶ୍ଚିତ ରହିବାର ଗୁଣକୁ ପ୍ରଶଂସା କରିଛନ୍ତି। ଏକଦା ଜଣେ ନିର୍ଦେଶକ ପ୍ରିୟଙ୍କାଙ୍କୁ ଦୃଶ୍ୟ ବିଷୟରେ ବୁଝାଇବା ପାଇଁ ଡାକିଥିଲେ ଏବଂ ମାଆଙ୍କୁ ବାହାରେ ରହିବାକୁ କହିଥିଲେ। ପ୍ରିୟଙ୍କା ନିର୍ଦେଶକଙ୍କୁ କହିଥିଲେ, ‘ଯଦି ଆପଣ ମୋ ମାଆ ସାମ୍ନାରେ ଦୃଶ୍ୟ ବିଷୟରେ ବୁଝାଇପାରିବେ ନାହିଁ ତେବେ ମୁଁ ଏ ସିନେମା କରିବି ନାହିଁ।’ ପ୍ରିୟଙ୍କା ସେ ସିନେମା ପ୍ରତ୍ୟାଖ୍ୟାନ କରିଦେଇଥିଲେ। ମଧୁ ଆତ୍ମମୂଲ୍ୟାୟନକୁ ନେଇ ପ୍ରିୟଙ୍କାଙ୍କୁ ଦେଇଥିବା ଏକ ମୂଲ୍ୟବାନ ଶିକ୍ଷା ହେଲା, ‘ଯଦି ତୁ ଚାରଣି ଭଳି ଆଚରଣ ଦେଖାଇବୁ ତେବେ ଲୋକମାନେ ତତେ ସେହି ଦୃଷ୍ଟିରେ ଦେଖିବେ। ନିଜ ମୂଲ୍ୟ ଉଚ୍ଚ କରି ରଖିଲେ ଲୋକମାନେ ସମ୍ମାନ କରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe