ସାଙ୍କେତିକ ଫଟୋ
ସାଗର: କେନ୍ଦ୍ର ସରକାର ଦ୍ୱାରା ରାଜ୍ୟ ସରକାର ପକ୍ଷରୁ ଗରିବଙ୍କ ହିତ ପାଇଁ ଅନେକ ଯୋଜନାମାନ ଚାଲୁ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗରିବଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ରହିବ ଘର, ଆଉ କେହି ଭୋକିଲା ରହିବେ ନାହିଁ ବୋଲି କୁହାଯାଉଛି। କିନ୍ତୁ ଏସବୁ ସତ୍ତ୍ୱେ ବି ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାଗର ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୧୦କିଲୋମିଟର ଦୂରରେ ଥିବା କୁଡାରି ଗ୍ରାମରେ ଏକ ଆଦିବାସୀ ପରିବାର ପ୍ରବଳ ବର୍ଷାରେ ନିଜ ଘର ହରାଇବା ପରେ ଶ୍ମଶାନରେ ରହିବାକୁ ବାଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ ଗୋଟିଏ ବେଳା ଖାଇଲେ ଆରବେଳିକୁ ଉପବାସରେ ରହିବାକୁ ପଡ଼ୁଛି ତ ଦିନେଦିନେ ପେଟକୁ ଦାନାଟିଏ ବି ଯାଉ ନାହିଁ।
zeenewsଘଟଣା ଟି ହେଉଛି ଏପରି, ରାମରତନଙ୍କ ଘର ପ୍ରବଳବର୍ଷାରେ ଭୁଶୁଡି ପଡ଼ିଥିଲା। ବର୍ଷା ଜଳରେ ସମସ୍ତ ଆସବାବପତ୍ର ଭାସି ଯାଇ ନଷ୍ଟ ହୋଇଯାଇଥିଲା। ଏହାପରେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ପାଖରେ ଘରଟିଏ ନଥିଲା। ତେଣୁ ରାମରତନ ୯ବର୍ଷର ଶିଶୁକୁ ଧରି ଶ୍ମଶାନରେ ରହିବାକୁ ବାଧ୍ୟ ହୋଇଥିଲେ। ସେହିଦିନ ଠାରୁ ଏହି ବାପା-ପୁଅ ଦୁହେଁ ସାରାରାତି ଶ୍ମଶାନାରେ କାଟୁଛନ୍ତି। ଦିନରେ ଯଦି କୌଣସି କାମ ନମିଳେ ତେବେ ଦୁହିଁଙ୍କୁ ଭୋକର ଶୋଇବାକୁ ପଡ଼ୁଛି। ରାମରତନ ନିଜର ଏହି ଅସୁବିଧାକୁ ନେଇ ଅନେକ ଥର ସରକାରୀ କାର୍ଯ୍ୟକାଳ ଦଉଡିଥିଲେ, କିନ୍ତୁ ବାପ-ପୁଅଙ୍କ ଦୁଃଖ ଆଜି ଯାଏଁ କେହି ହେଲେ ଶୁଣିଲେ ନାହିଁ।
Follow Us