ମଧ୍ୟପ୍ରଦେଶରେ କର୍ଫ୍ୟୁର ଉଲଂଘନ କଲେ ମାରିବାକୁ ପଡ଼ୁଛି ଝାଡ଼ୁ, ବସ ଉଠ୍ କରାଉଛି ପୁଲିସ

Advertisment
ମଧ୍ୟପ୍ରଦେଶରେ କର୍ଫ୍ୟୁର ଉଲଂଘନ କଲେ ମାରିବାକୁ ପଡ଼ୁଛି ଝାଡ଼ୁ, ବସ ଉଠ୍ କରାଉଛି ପୁଲିସ

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନଠାରେ ରାମନବମୀ ପାଇଁ ହୋଇଥିବା ଶୋଭାଯାତ୍ରାରେ ପଥର ଫିଙ୍ଗାଯିବା ସହ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଥିଲା। ଏହି ଘଟଣା ପରେ ସେଠାରେ ଏବେ ୧୫ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି। ଏହି ସମୟରେ ଅନେକ ଲୋକ କର୍ଫ୍ୟୁ ନିୟମ ଉଲଂଘନ କରୁଛନ୍ତି। ଏଭଳି ଲୋକଙ୍କୁ ଦଣ୍ଡ ଦେବା ପାଇଁ ପୁଲିସ ଏକ ଅଭିନବ ଉପାୟ ବାହାର କରିଥିବା ଦେଖାଯାଇଛି। ମାଡ଼ ମାରିବା ସହ ଜେଲ ପଠାଇବା ବା ଜରିମାନା ଦେବାକୁ କହିବ‌ା ପରିବର୍ତ୍ତେ ପୁଲିସ ନିୟମ ଉଲଂଘନକାରୀଙ୍କୁ ବସ ଉଠ୍ ହେବାକୁ କହୁଥିବା ଜଣାପଡ଼ିଛି। ଏହା ସହ ଉଲଂଘନକାରୀକୁ ଛାଡ଼ୁ ମାରିବାକୁ ପୁଲିସ କହୁଥିବା ସାମ୍ନକୁ ଆସିଛି।

ପୁଲିସ ଏଭଳି ଦଣ୍ଡ ଦେଉଥିବାର ଫଟୋ ଏବେ ଭାଇରାଲ ହେଉଥିବା ଦେଖାଯାଉଛି। କର୍ଫ୍ୟୁ ମଧ୍ୟରେ କିଛି ସମୟ ପାଇଁ ଜରୁରୀ ଜିନିଷ କିଣିବା ବା କାମ ଶେଷ କରିବା ପାଇଁ ଦିଆଯାଇଥିବା ସମୟ ସମାପ୍ତି ପରେ ମଧ୍ୟ ଅନେକ ଲୋକ କର୍ଫ୍ୟୁ ନିୟମ ଉଲଂଘନ କରି ବଜାରରେ ବୁଲୁଥିବା ଦେଖାଯାଉଛି। ପୁଲିସ୍ ଏହି ଲୋକମାନଙ୍କ ସହିତ କଠୋର ବ୍ୟବହାର କରିବା ପରିବର୍ତ୍ତେ ଏଭଳି ଅନନ୍ୟ ଦଣ୍ଡ ଦେଉଥିବା ଜଣାପଡ଼ିଛି।

publive-image aajtak

ପୁଲିସ ଏଭଳି କରୁଥିବାର କିଛି ଫଟୋ ଏବେ ଭାଇରାଲ ହେଉଛି। ଯେଉଁଥି‌ରେ ଲୋକମାନେ ରାସ୍ତାରେ ଝାଡ଼ୁ ଲଗାଇବା ସହ ବସୁ ଉଠ ହେଉଛନ୍ତି। ତେବେ କେବଳ ମଧ୍ୟପ୍ରଦେଶ ନୁହେଁ ଦିଲ୍ଲୀର ଜାହାଙ୍ଗଗୀରପୁରୀ‌ରେ ବି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ହୋଇଥିଲା। ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ ୨୫ଜଣଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ସିବିଆଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe