କରୋନା ଚାକିରି ଛଡ଼ାଇ ନେବାପରେ ଇଞ୍ଜିନିୟର ମହିଳା ପଶୁପାଳନ କରି ହୋଇଛନ୍ତି ମାଲାମାଲ

କରୋନା ଚାକିରି ଛଡ଼ାଇ ନେବାପରେ ଇଞ୍ଜିନିୟର ମହିଳା ପଶୁପାଳନ କରି ହୋଇଛନ୍ତି ମାଲାମାଲ

ନୂଆଦିଲ୍ଲୀ: ଇଞ୍ଜିନିୟର ମହିଳା ପୁଣି ପଶୁପାଳନ ଏହାକୁ ହୁଏତ କେହି କେବେ କଳ୍ପନା କରି ନଥିବେ।  ମଧ୍ୟପ୍ରଦେଶର ରାଜଗଢ଼ରେ ରହୁଥିବା ପାୟଲ ପାଟିଦାର ଏପରି କାମ କରି ଚର୍ଚ୍ଚାରେ ରହିଛନ୍ତି।

ପାୟଲ ପାଟିଦାର ପେସାରେ ଜଣେ ଇଞ୍ଜିନିୟର ଥିଲେ। କରୋନା ମହାମାରୀ ସମୟରେ ତାଙ୍କର ଚାକିରି ଚାଲି ଯାଇଥିଲା। ଏଥିସହିତ ସେ ପାର୍ଶ୍ବ ବ୍ୟବସାୟ ଭାବେ କପଡ଼ା ବ୍ୟବସାୟ ବି କରୁଥିଲେ। ଏହା ବି କରୋନା ସମୟରେ ବିଶେଷ କିଛି ଚାଲି ନଥିଲା। ଆର୍ଥିକ ସଙ୍କଟ ମଧ୍ୟରେ ଇଞ୍ଜିନିୟର ମହିଳା ପଶୁପାଳନ କରିବେ ବୋଲି ସ୍ଥିର କରିଥିଲେ। ଆଉ ଆଜି ଏହି ପଶୁପାଳନ କରି ମାଲାମାଲ ହୋଇ ପାରିଛନ୍ତି ପାୟଲ। ଏକ ଗୋଶାଳା କରି ୫୦ରୁ ଅଧିକ ଗାଈ ରଖିଛନ୍ତି ଇଞ୍ଜିନିୟର ମହିଳା ପାୟଲ ପାଟିଦାର।

ପାୟଲଙ୍କ ବାପା ଚାଷ କାମ କରି ବହୁକଷ୍ଟରେ ଝିଅକୁ ପାଠପଢ଼ାଇ ଇଞ୍ଜିନିୟର କରିଥିଲେ। ଏହାପରେ ପାୟଳଙ୍କ ବିବାହ ହୋଇଯାଇଥିଲା। ବିବାହ ପରେ ପାୟଲ ଇନ୍ଦୋରରେ ଚାକିରି କରିବା ସହିତ ପାର୍ଶ୍ବ ବ୍ୟବସାୟ ଭାବେ କପଡ଼ା ବ୍ୟବସାୟ ବି କରୁଥିଲେ। କରୋନା ସମୟରେ ଚାକିରି ଯିବା ସହିତ ଏହି କପଡ଼ା ବ୍ୟବସାୟ ବି ବନ୍ଦ ହୋଇଯାଇଥିଲା।

କିଛିଦିନ ଖାଲି ବସିବା ପ‌ରେ ଗୋପାଳନ କରିବେ ବୋଲି ସ୍ଥିର କରିଥିଲେ ପାୟଲ। ଆଉ ଏହାକୁ ଆରମ୍ଭ କରିବା ପାଇଁ ପ୍ରଥମେ ସେ ୧୦ଟି ଗାଈ କିଣିଥିଲେ। ଏବେ ତାଙ୍କ ପାଖରେ ୫୦ଗାଈ ରହିଛନ୍ତି। ଏମାନଙ୍କ ଜରିଆରେ ସେ ବିଭିନ୍ନ ଅଞ୍ଚଳକୁ କ୍ଷୀର ଓ ଘିଅ ବିତରଣ କରି ମାସକୁ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe