ଚର୍ଚ୍ଚାରେ ମହାକୁମ୍ଭ‌କୁ ଆସିଥିବା ୧୦ବର୍ଷର ନାଗା ସାଧୁ

ଚଳିତଥର କୁମ୍ଭମେଳାରେ ବୟସରେ ସବୁଠାରୁ ଛୋଟ ନାଗା ସାଧୁଙ୍କୁ ଦେଖିବାକୁ ମିଳିଛି। ଉକ୍ତ ନାଗା ସାଧୁଙ୍କ ବୟସ ମାତ୍ର ୧୦ବର୍ଷ ଥିବା କୁହାଯାଉଛି। ୮୦ବର୍ଷର ବୃଦ୍ଧା ବି କୁମ୍ଭମେଳାରେ ଏହି ବାଳକ ନାଗା ସାଧୁଙ୍କ ଆର୍ଶୀବାଦ ନେବା ପାଇଁ ପହଞ୍ଚୁଛନ୍ତି। 

ବପଦନବପ

ନୂଆଦିଲ୍ଲୀ: ୨୦୨୫ ଜାନୁୟାରି ୧୩ ତାରିଖ ପ୍ରତ୍ୟୁଷରୁ କୁମ୍ଭ ସ୍ନାନ ପାଇଁ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ସମାଗମ ହୋଇଛି। କୁମ୍ଭମେଳାରେ ନାଗା ସାଧୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥାଆନ୍ତି। କୁହାଯାଏ ସେମାନେ ହିମାଳୟରେ ରହନ୍ତି ଓ କେବଳ କୁମ୍ଭମେଳାରେ ହିଁ ସାଧାରଣ ଲୋକଙ୍କ ଗହଣକୁ ଆସିଥାଆନ୍ତି।

ଅଧିକପଢ଼ନ୍ତୁ: ଜୀବନ ବଞ୍ଚାଇଥିବା ଅଟୋ ଚାଳକଙ୍କୁ ଆଲିଙ୍ଗନ କଲେ ସୈଫ୍‌

ଚଳିତଥର କୁମ୍ଭମେଳାରେ ବୟସରେ ସବୁଠାରୁ ଛୋଟ ନାଗା ସାଧୁଙ୍କୁ ଦେଖିବାକୁ ମିଳିଛି। ଉକ୍ତ ନାଗା ସାଧୁଙ୍କ ବୟସ ମାତ୍ର ୧୦ବର୍ଷ ଥିବା କୁହାଯାଉଛି। ୮୦ବର୍ଷର ବୃଦ୍ଧା ବି କୁମ୍ଭମେଳାରେ ଏହି ବାଳକ ନାଗା ସାଧୁଙ୍କ ଆର୍ଶୀବାଦ ନେବା ପାଇଁ ପହଞ୍ଚୁଛନ୍ତି। 

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ୧୦ବର୍ଷ ବୟସର ନାଗା ସାଧୁ ଚ‌କଲେଟ ଖାଇବାକୁ ଖୁବ ପସନ୍ଦ କରନ୍ତି। ତେଣୁ ତାଙ୍କ ଭକ୍ତମାନେ ମିଠା, ଚକଲେଟ ନେଇ ଆସିଥାଆନ୍ତି। 

୧୦ବର୍ଷର ନାଗା  ସାଧୁ ସନାତନ ପରମ୍ପରାକୁ ଆଗକୁ ନେବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଉକ୍ତ ନାଗା ସାଧୁ ଜଣକ ବିଷ୍ଣୁ ଗିରି ମହାରାଜ ଶ୍ରେଣୀ ତୃତୀୟର ଛାତ୍ର। ଯିଏକି ସଂସ୍କୃତ ଶ୍ଳୋକକୁ ଅତି ସ୍ପଷ୍ଟ ଭାବେ ଗାନ କରିଥାଆନ୍ତି। ଏହି ବାଳକ ନାଗା ସାଧୁ ଯେ‌ତେବେ‌ଳେ ଭଜନ ଗାନ କରନ୍ତି ଶ୍ରୋତାଙ୍କ ପ୍ରବଳ ଭିଡ଼ ଲାଗି ଯାଇଥାଏ।

ଅଧିକପଢ଼ନ୍ତୁ:ବରଫ ପାଲଟିଲା ଆମେରିକା: ପ୍ରବଳ ତୁଷାରପାତ ଯୋଗୁ ୨୧୦୦ ବିମାନ ଉଡ଼ାଣ ବାତିଲ  

କୁମ୍ଭରେ ସବୁଠୁ ବଡ଼ ଦୁଇ ନାଗା ଆଖଡା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏଥିରେ ବାରଣାସୀର ମହାପରିନିର୍ବାଣ ଆଖଡା ଓ ପଞ୍ଚଦଶନାମ ଜୁନା ଆଖଡା ଅଛନ୍ତି। ଅଧିକାଂଶ ନାଗା ସାଧୁ ଏହି ଦୁଇ ଆଖଡ଼ାରୁ ଆସିଥାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe