ନୂଆଦିଲ୍ଲୀ: ପ୍ରୟାଗରାଜରେ ୧୪୪ ବର୍ଷ ପରେ ଆୟୋଜିତ ମହାକୁମ୍ଭ ମେଳାରେ ଦିନକୁ ଦିନ ସାଧୁ, ସନ୍ଥ ଓ ଲୋକଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଏହି ଭିଡ଼ ଭିତରୁ ଏକ ହୃଦୟସ୍ପର୍ଶୀ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ତାଙ୍କ ବୃଦ୍ଧ ଶାଶୁଙ୍କୁ ପିଠିରେ ବୋହି ସଙ୍ଗମ ସ୍ନାନକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି।
ଅଧିକପଢ଼ନ୍ତୁ:ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କଲେ ମୋଦୀ
ଭିଡିଓରେ ଦେଖିବାକୁ ମିଳୁଥିବା ମହିଳାଙ୍କ କହିବା ଅନୁଯାୟୀ, ମୋର ଶାଶୁ ମହାକୁମ୍ଭରେ ସ୍ନାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏତେ ଭିଡ଼ରେ ସେ କେମିତି ୧୦କିମି ଚାଲିଚାଲି ଯିବେ ସେଥିପାଇଁ ସାହାସ ଜୁଟାଇ ପାରି ନଥିଲେ। ଯେଉଁ କାରଣରୁ ଶାଶୁ ନିରାଶ ହୋଇଯାଇଥିଲେ। ସଙ୍ଗମ ସ୍ନାନ ପାଇଁ ପାଦରେ ଚାଲିଚାଲି ଯିବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା। ତେଣୁ ମୁଁ ଶାଶୁଙ୍କ ଇଚ୍ଛା ପୁରଣ କରିବା ପାଇଁ ତାଙ୍କୁ ପିଠିରେ ବସାଇ ମହାକୁମ୍ଭରେ ସଙ୍ଗମ ସ୍ନାନରେ ପହଞ୍ଚାଇଥିଲି।ଶାଶୁଙ୍କୁ ପିଠିରେ ବୋହିବାର ସୌଭାଗ୍ୟ ଦେଇଥିବାରୁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’
एक बहू अपनी बुजुर्ग सास को महाकुंभ में स्नान कराने ले जा रही है ❤️
— Akhilesh Tiwari (अखिलेश तिवारी) (@Akhilesh_tiwa) January 28, 2025
वाह...
इस जमाने में ऐसी बहुएं भी हैं... pic.twitter.com/pW8EAE6bYE
ଅଧିକପଢ଼ନ୍ତୁ:କଳିଯୁଗର ଶ୍ରବଣ କୁମାର: ବଦଳଗାଡିରେ ୭୦୦ କି.ମି ଟାଣିଟାଣି ମାଆକୁ ପ୍ରୟାଗରାଜ ନେଉଛି ପୁଅ ।