ମୋଟାଅଙ୍କର ଦରମା ଥିବା ଚାକିରି ଛାଡ଼ି ଭିକ୍ଷୁକ ହେଲେ ଆଇଆଇଟି ଛାତ୍ର

ସ୍ବାମୀ ବିଦ୍ୟାନାଥାନନ୍ଦ ଆଇଆଇଟି କାନପୁରରୁ ଗଣିତରେ ମାଷ୍ଟର୍ସ  ଡିଗ୍ରି ହାସଲ କରିଥିଲେ। ଚେନ୍ନାଇର ଗଣିତ ବିଜ୍ଞାନ ସଂସ୍ଥାରେ କିଛିଦିନ କାମ କରିବା ପରେ ମୋଟା ଅଙ୍କର ଦରମା ମିଳୁଥିବା ସତ୍ତ୍ବେ  ସେ ଚାକିରିକୁ ଏଡାଇ ଦେଇ  ୧୯୯୮ରେ ରାମକୃଷ୍ଣ  ସମ୍ପ୍ରଦାୟରେ ଭିକ୍ଷୁକ ବନିଗଲେ।

୭୬୮୯୮


ନୂଆଦିଲ୍ଲୀ: ଆଇଆଇଟି ସ୍ନାତକ କରିବା ପରେ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଭାରତ ଓ ବିଦେଶରେ ଭଲ ପାରିଶ୍ରମିକରେ ଚାକିରି ମିଳି ଯାଇଥାଏ। ଏଥିସହିତ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ଅନେକ ଭଲ କମ୍ପାନିରୁ ଚାକିରି ସୁଯୋଗ ବି ଆସିଥାଏ। ଏହି କ୍ରମରେ ଏମିତି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ଭଲ ପାରିଶ୍ରମିକରେ କମ୍ପାନିରେ ଚାକିରି ପାଉଥିବା ସତ୍ତ୍ବେ ସେମାନେ ଅଲଗା ରାସ୍ତା ବାଛିଥାଆନ୍ତି। ଆଇଆଇଟିରୁ ପାସ ହେବାପରେ ଜଣେ ଛାତ୍ର ସାଧୁ ହୋଇଯାଇଥିବା ଖବର ମିଳିଛି। 

ଉକ୍ତ ଛାତ୍ର ଜଣକ ସ୍ବାମୀ ବିଦ୍ୟାନାଥାନନ୍ଦ ନାମରେ ଜଣାଶୁଣା। ଯାହାଙ୍କ ଜନ୍ମ ୧୯୬୮ ମସିହାରେ ହୋଇଥିଲା। ସ୍ବାମୀ ବିଦ୍ୟାନାଥାନନ୍ଦ ଜଣେ ଭାରତୀୟ ଗଣିତଜ୍ଞ ତଥା ରାମକୃଷ୍ଣ  ସମ୍ପ୍ରଦାୟର ଭିକ୍ଷୁକ। ଯିଏକି ବର୍ତ୍ତମାନ ମୁମ୍ବାଇରେ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚରେ ଗଣିତ ପ୍ରଫେସର ଭାବେ କାମ କରୁଛନ୍ତି।

ସ୍ବାମୀ ବିଦ୍ୟାନାଥାନନ୍ଦ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି କୋଲକାତାର ସେଣ୍ଟ ଜେଭିୟର୍ସ  କଲେଜିଏଟ ସ୍କୁଲରେ ପାଠପଢ଼ି ଜେଇଇରେ ୬୭ତମ ସ୍ଥାନ ହାସଲ କରିବା ପରେ ଆଇଆଇଟି କାନପୁର ଚାଲି ଯାଇଥିଲେ।
୧୯୯୨ ମସିହାରେ ସ୍ବାମୀ ବିଦ୍ୟାନାଥାନନ୍ଦ ଆଇଆଇଟି କାନପୁରରୁ ଗଣିତରେ ମାଷ୍ଟର୍ସ  ଡିଗ୍ରି ହାସଲ କରିଥିଲେ। ୧୯୯୮ରେ ଚେନ୍ନାଇର ଗଣିତ ବିଜ୍ଞାନ ସଂସ୍ଥାରେ କିଛିଦିନ କାମ କରିବା ପରେ ମୋଟା ଅଙ୍କର ଦରମା ମିଳୁଥିବା ସତ୍ତ୍ବେ  ସେ ଚାକିରିକୁ ଏଡାଇ ଦେଇ  ୧୯୯୮ରେ ରାମକୃଷ୍ଣ  ସମ୍ପ୍ରଦାୟରେ ଭିକ୍ଷୁକ ବନିଗଲେ।

ଭିକ୍ଷୁକ  ହେବାକୁ ନେଇ ସ୍ବାମୀ ବିଦ୍ୟାନାଥାନନ୍ଦ କହିଛନ୍ତି, ‘ମୁଁ ଭିକ୍ଷୁକ ହୋଇ ଖୁବ ଆନନ୍ଦିତ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe