ମହୁମାଛିଙ୍କଦ୍ୱାରା ହାତୀଙ୍କ କବଳରୁ ଫସଲ ରକ୍ଷା କରିବାରେ ସଫଳ ହେଲେ ମହାରାଷ୍ଟ୍ରର କାଜୁଚାଷୀ

Advertisment
ମହୁମାଛିଙ୍କଦ୍ୱାରା ହାତୀଙ୍କ କବଳରୁ ଫସଲ ରକ୍ଷା କରିବାରେ ସଫଳ ହେଲେ ମହାରାଷ୍ଟ୍ରର କାଜୁଚାଷୀ

Image Courtesy of The Times of India

ମୁମ୍ବାଇ: କେତେକ ଅସଫଳ ପ୍ରୟାସ ପରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲା ଅନ୍ତର୍ଗତ ଦୋଦାମାର୍ଗର ୩୬ ବର୍ଷିୟ କାଜୁଚାଷୀ ଧନେଶ ପରାଶର ମହୁମାଛିଙ୍କଦ୍ୱାରା ବଣୁଆ ହାତୀଙ୍କ ଦାଉରୁ ଫସଲ ରକ୍ଷା କରିବାର ଉପାୟ ପାଇଛନ୍ତି।

ସ୍ଥଳଭାଗର ବୃହତ୍ତମ ଜନ୍ତୁ ହାତୀ ମହୁମାଛି ଭଳି ନଗଣ୍ୟ କୀଟକୁ ଖୁବ୍‌ ଭୟ କରେ। ତେଣୁ, ଗୋଟିଏ ରାତିରେ ବର୍ଷକର ଫସଲ ଉଜାଡ଼ି ଦେଉଥିବା ହାତୀମାନଙ୍କୁ ଘଉଡ଼ାଇ କୃଷକମାନଙ୍କୁ ଏହି ଟିକି ପତଙ୍ଗଟି ସାହାଯ୍ୟ କରୁଛି।

ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ପଡ଼ୋଶୀ କର୍ଣ୍ଣାଟକରୁ ପଲେ ହାତୀ ଦୋତାମାର୍ଗ-ସାଓ୍ଵନ୍ତବାଡ଼ି ସଂରକ୍ଷିତ ବନ ରେଞ୍ଜ୍‌ ଚାଲି ଆସି ବ୍ୟାପକ କ୍ଷତି କରିଥିଲେ। ସ୍ଥାନୀୟ ଲୋକେ ବାଜା ବଜାଇ, ଚିତ୍କାର କରି, ବାଣ ଫୁଟାଇ ଲଙ୍କା ଦଉଡ଼ି ବାନ୍ଧି, ନିଆଁ ମଶାଲ ବୁଲାଇ ନୟାନ୍ତ ହେଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। କିନ୍ତୁ, ଏବେ ତିଲ୍ଲାରି ବନଭୂମି ଅଞ୍ଚଳରେ ଥିବା ୨୦୦ ହେକ୍ଟର୍‌ ଜମିର ଫସଲକୁ ସୁରକ୍ଷା ଦେଉଛି ମହୁଫେଣାର ବାଡ଼।

publive-image Image Courtesy of The Times of India

ବାଡ଼ରେ ମହୁଫେଣା ବିକଶିତ କରିବା କୌଶଳ ଆରମ୍ଭ ହୋଇଥିଲା ଆଫ୍ରିକାରେ। ସେଠାରେ ଫଲସ ଜମି ଚାରିପଟେ ମହୁଫେଣା ବାକ୍ସମାନ ବସାଇ କୃଷକମାନେ ହାତୀଙ୍କ ଦାଉରୁ ଫସଲ ରକ୍ଷା କରୁଥିଲେ। ଏହା ବ୍ୟତିରେକେ, ମହୁମାଛି ଯୋଗୁଁ ପରାଗଯୋଗ ଘଟି ସେମାନଙ୍କ ଫସଲ ମଧ୍ୟ ସ୍ୱାଭାବିକ ଠାରୁ ୩୦% ଅଧିକ ହୋଇଥିଲା। ତା’ସହ ମିଳିଥିଲା ଖାଣ୍ଟିମହୁ ଓ ମହୁଫେଣାର ମହମ।

ଥରେ କାଜୁ ବଗିଚାରେ ବଉଳ ଧରିଥିବା ବେଳେ ହାତୀମାନେ ଆସି ପରାଶରଙ୍କ କାଜୁ ଗଛ ସବୁକୁ ଭାଙ୍ଗିରୁଜି ଛାରଖାର କରି ଦେଇଥିଲେ। ସେ ହତାଶ ହୋଇଯାଇଥିଲେ। ପରେ ପରେ ସେ ମହୁମାଛି କୌଶଳ ବିଷୟରେ ଜାଣି ୨୦୧୯ ଅକ୍ଟୋବରରେ ୨୦ଟି ମହୁମାଛି ବାକ୍ସ ଆଣି ଫସଲ ଜମି ଚାରିପଟେ ବସାଇଥିଲେ। ସେବେଠାରୁ ହାତୀମାନେ ଫସଲ ଜମି ପାଖ ଦେଇ ଯାଉଥିଲେ ମଧ୍ୟ କେବେ ବାଡ଼ ଟପୁ ନାହାନ୍ତି। ପରାଗଯୋଗ ଯୋଗୁଁ ପରାଶର ଅଧିକ ଅମଳ ପାଇବା ସହ ମହୁ ମଧ୍ୟ ପାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe