ଜେଜେମା’ ଓ ନାତି ଦୁହେଁ ମିଶି ପାସ କଲେ ମାଟ୍ରିକ ପରୀକ୍ଷା

ପାଠପଢ଼ିବା ପାଇଁ କୌଣସି ବୟସ ସୀମା ନଥିବାର ଅନେକ ଉଦାହରଣ ଆମେ ଦେଖି ଆସିଛେ। ନିକଟରେ ଜଣେ ୬୫ବର୍ଷୀୟା ବୃଦ୍ଧା ପ୍ରଭାବତୀ ଜାଧବ ପୁଣି ଏହାକୁ ପ୍ରମାଣ କରି ଦେଖାଇଛନ୍ତି।

ଦସଦନସ

ନୂଆଦିଲ୍ଲୀ: ପାଠପଢ଼ିବା ପାଇଁ କୌଣସି ବୟସ ସୀମା ନଥିବାର ଅନେକ ଉଦାହରଣ ଆମେ ଦେଖି ଆସିଛେ। ନିକଟରେ ଜଣେ ୬୫ବର୍ଷୀୟା ବୃଦ୍ଧା ପୁଣି ଏହାକୁ ପ୍ରମାଣ କରି ଦେଖାଇଛନ୍ତି।  

ସୂଚନାଯୋଗ୍ୟ, ମୁମ୍ବାଇର ବାସିନ୍ଦା ପ୍ରଭାବତୀ ଜାଧବ ଦଶମ ପରୀକ୍ଷା ୫୨% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ନାତି ସୋହମ ଜାଧବ ୮୨ପ୍ରତିଶତ ନମ୍ବର ରଖିଛନ୍ତି। 

୬୫ବର୍ଷ ବୟସରେ ମ୍ୟାଟ୍ରିକ ପାସ ହୋଇଥିବା ପ୍ରଭାବତୀ କହିଛନ୍ତି, ମୋ ନାତି ଇଂରାଜୀ ମାଧ୍ୟମରେ ପଢ଼ୁଥିବା ବେଳେ ମୁଁ ମରାଠୀ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ଆମେ ଦୁହେଁ ଏକାଠି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲୁ। ଯେତେବେଳେ ମୁଁ ପରୀକ୍ଷା ହଲ ଭିତରେ ବସିଥିଲି ପରୀକ୍ଷାକେନ୍ଦ୍ରରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

ନାତି ସୋହମ ନିଜେ ପଢ଼ିବା ସହିତ ମୋତେ ପାଠପଢ଼ାରେ ଖୁବ ସାହାଯ୍ୟ କରିଛି। ସେ ମୋ ଗୁରୁ କହିଲେ କମ ହେବ ନାହିଁ। ସେହିପରି  ନାତିର ମରାଠୀ ଏବଂ ଇତିହାସ ଭଳି ବିଷୟରେ ଯେଉଁଠି ସନ୍ଦେହ ହେଉଥିଲା ମୁଁ ତାକୁ ବୁଝାଇ ଦେଉଥିଲୁ।

ପ୍ରଭାବତୀଙ୍କ ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରେରଣା, ଯେଉଁମାନେ ବିଶ୍ୱାସ କରନ୍ତି ଯେ ପାଠପଢ଼ାର ସମୟ ଶେଷ ହୋଇଯାଇଛି। କାରଣ ବୟସ କୌଣସି ମୂଲ୍ୟ ରଖେ ନାହିଁ। ବୟସ ଏକ ସଂଖ୍ୟା ବୋଲି ଆମକୁ ଧରି ନେଇ ଆଗକୁ ବଢ଼ିବାକୁ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe