ମାନବିକତାର ବିରଳ ଉଦାହରଣ ସୃଷ୍ଟି କଲେ ଏହି ବ୍ୟକ୍ତି! ଡ୍ରାଇଭରର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କ ବଦଳରେ ରୋଜା ରଖିଲେ

ମାନବିକତାର ବିରଳ ଉଦାହରଣ ସୃଷ୍ଟି କଲେ ଏହି ବ୍ୟକ୍ତି! ଡ୍ରାଇଭରର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କ ବଦଳରେ ରୋଜା ରଖିଲେ

oneindia.com

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଢ଼ାଣାରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏଠାରେ ଜଣେ ବନ ବିଭାଗ ଅଧିକାରୀ ମାନବିକତାର ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ବନ ବିଭାଗ ଅଧିକାରୀ ସଞ୍ଜୟ ଏନ୍‌ ମାଲିଙ୍କ ଗାଡ଼ି ଚାଳକ ଜାଫରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସଞ୍ଜୟ ତାଙ୍କ ପାଇଁ ରମ୍‌ଜାନର ରୋଜା ରଖିଥିବା ଜଣା ପଡ଼ିଛି । ଜଣେ ମୁସ୍‌ଲିମ ନ ହୋଇ ମଧ୍ୟ ଜଣେ ମୁସ୍‌ଲିମ୍‌ ପାଇଁ ଏଭଳି କରି ସେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

publive-image oneindia.com

ସଞ୍ଜୟଙ୍କ କହିବା ଅନୁଯାୟୀ, ‘ମେ’ ୬ରେ ମୁଁ ଜାଫରକୁ ରୋଜା ରଖୁଛ କି ନାହିଁ ବୋଲି ପଚାରିଥିଲି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ସହ କାମର ଚାପ ରହୁଥିବାରୁ ମୁଁ ରଖୁ ନାହିଁ ବୋଲି କହିଥିଲେ ଜାଫର । ପରେ ଚଳିତ ବର୍ଷ ତାଙ୍କ ବଦଳରେ ମୁଁ ରୋଜା ରଖିବାକୁ ମନସ୍ଥ କରିଥିଲି । ଯାହା ପରେ ମେ’ ୬ଠାରୁ ମୁଁ ରୋଜା ରଖିବା ଆରମ୍ଭ କରିଛି । ଭୋର ୪ଟାରୁ ମୁଁ କିଛି ଖାଇ ରୋଜା ରଖିବା ସହ ସଂନ୍ଧ୍ୟା ୭ଟାରେ ନିଜର ରୋଜା ଖୋଲୁଛି ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe