ଆଜି ପବିତ୍ର ‘ମହାଷ୍ଟମୀ’: ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

Advertisment
ଆଜି ପବିତ୍ର ‘ମହାଷ୍ଟମୀ’: ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଙ୍କାରର ପ୍ରଣବ ଧ୍ୱନିରେ ମୁଖରିତ ପୂରପଲ୍ଲୀ। ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଆବାହନୀ ସଂଗୀତରେ ସମଗ୍ର ପରିବେଶ ଉତ୍ସବମୁଖର। ଜଡ଼କୁ ଚେତନାରେ ପରିବର୍ତ୍ତିତ କରିବାର ଆହ୍ଲାଦିନ ଶକ୍ତିର ଅଧିକାରିଣୀ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତମାନଙ୍କ ଗହଳି ଚହଳି ବଢ଼ି ଯାଇଛି। ପୂରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞ ତଥା ପରମ ବୈଷ୍ନବୀ ଦୁର୍ଗାଙ୍କ ପାରମ୍ପରିତକ ରୀତିନୀତିରେ ପୂଜାର୍ଚ୍ଚନା ସହ ଭକ୍ତ, ଶ୍ରଦ୍ଧାଳୁଙ୍କ ମାଆ ମାଆ ଡାକରେ କମ୍ପି ଉଠୁଛଇ ପୂଜା ମଣ୍ଡପ। ଭୁବନେଶ୍ୱରର ରସୁଲଗଡ଼, ସହିଦନଗର, ନୂଆପଲ୍ଲି, ବରମୁଣ୍ଡା, ଆଇଗିଣିଆ, ପୁରୁଣା ଷ୍ଟେସନ ବଜାର, ପୁରୁଣା ଭୁବନେଶ୍ୱର, ଝାରପଡ଼ା ଆଦି ପୂଜା ମଣ୍ଡପରେ ମାଆଙ୍କ ଆଶିଷ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ମହାଷ୍ଟମୀରେ ହୋଇଥାଏ ଏପରି ସ୍ୱତନ୍ତ୍ର କଥା

‘ଦୁର୍ଗା ଅଷ୍ଟମୀ’ ବା ‘ମହା ଅଷ୍ଟମୀ’ ହେଉଛି ଦଶ ଦିନ ବିଶିଷ୍ଟ ଦୁର୍ଗାପୂଜାର ଏକ ସ୍ୱତନ୍ତ୍ର ଦିନ। ଏହି ଦିନ ଶ୍ରଦ୍ଧାଳୁମାନେ ଜଗତ୍‌ ଜନନୀ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନକୁ ‘ଅସ୍ତ୍ର ପୂଜା’ ବୋଲି ମଧ୍ୟ କୁହାଯାଏ। ମାଆ ଦୁର୍ଗାଙ୍କର ଅସ୍ତ୍ର ସବୁ ଏହି ଦନରେ ପୂଜା କରାଯାଇ ଥାଏ। ମାଆ ଦୁର୍ଗାଙ୍କର ଏହି ଦିନକୁ ଏହି କେହି ‘ବୀର ଅଷ୍ଟମୀ’ ବୋଲି ମଧ୍ୟ କହିଥାନ୍ତି।

ହିନ୍ଦୁ କ୍ୟାଲେଣ୍ଡର୍‌ ଅନୁସାରେ ଚୈତ୍ର ମାସର ଅଷ୍ଟମୀ ତୀଥିକୁ ‘ଦୁର୍ଗାଷ୍ଟମୀ’ ବୋଲି ଗ୍ରହଣ କରାଯାଏ। ବିଶ୍ୱାସ ରହିଛି ଯେ ୬୪ ଗୋଗିନୀ ଓ ଅଷ୍ଟନାୟିକାଙ୍କୁ ଦେବୀକ ଭାବେ ଅରାଧନା କରାଯାଏ। ଏହି ଅଷ୍ଟନାୟିକାଙ୍କୁ ଅଷ୍ଟ ଶକ୍ତି ବୋଲି ମଧ୍ୟ କୁହାଯାଏ। ଏହି ଅଷ୍ଟ ଶକ୍ତି ହେଉଛନ୍ତି ବ୍ରାହ୍ମିଣୀ, ମହେଶ୍ୱରୀ, କୌମାରୀ, ବୈଷ୍ନବୀ, ବରାହୀ, ନରସିଂହି, ଇନ୍ଦ୍ରାଣୀ ଏବଂ ଚାମୁଣ୍ଡା।

ବିଶେଷ କରି ଉତ୍ତର ଭାରତର ଲୋକେ ଦୁର୍ଗାଷ୍ଟମୀକୁ ବେଶ୍‌ ଧୁମ୍‌ଧାମରେ ପାଳନ କରିଥାନ୍ତି। ଏହି ଦିନ ଲୋକେ ୫-୬ ଜଣ ବିଶିଷ୍ଟ ଯୁବତୀମାନଙ୍କର ଏକ ଦଳକୁ ଘରକୁ ନିମନ୍ତ୍ରଣ କରିଥାନ୍ତି। ସେମାନଙ୍କୁ ସ୍ୱାଗତ କରି ଘରକୁ ପାଛୋଟି ନିଅନ୍ତି। ସେମାନଙ୍କୁ ଆପାୟିତ କରାଇ ଛୋଟ ଛୋଟ ଉପହାର ଦେଇ ପ୍ରୀତ କରାନ୍ତି। ବିଶ୍ୱାସ କରାଯାଏ ଯେ ସେହି ସମସ୍ତ ଯୁବତୀଙ୍କ ଭିତରେ ମାଆ ଦୁର୍ଗା ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe