ଗଲା ସହସ୍ରାବ୍ଦର ସର୍ବଶ୍ରେଷ୍ଠ ମାନବ

ଭଗବାନ ପ୍ରକାଶ

ଗଲା ସହସ୍ରାବ୍ଦର ସର୍ବଶ୍ରେଷ୍ଠ ମାନବ

ତାଙ୍କ ପାଖରେ ନା ଥିଲା ସଂପତ୍ତି ନା ଥିଲା ଧନ ନ; ନା ତାଙ୍କ ପାଖରେ ଥିଲା ବ୍ୟାଙ୍କ ଖାତା, ବା ଘର ବା ଉଚ୍ଚ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ବା ବିଦ୍ୟା; ନା ତାଙ୍କ ପାଖରେ ଥିଲା ପ୍ରଶାସକୀୟ ବା ପେସାଗତ ବା ଧର୍ମୀୟ କ୍ଷମତା; ନା ତାଙ୍କ ପାଖରେ ଥିଲା ପଦ ବା ଖାନଦାନୀ ବଳ। ତଥାପି, ବିବିସି ନ୍ୟୁଜ୍‌ ଦ୍ୱାରା ୨୦୦୦ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରେ ମହାତ୍ମା ଗାନ୍ଧୀଙ୍କୁ ଗଲା ଏକ ସହସ୍ର ବର୍ଷର ସର୍ବଶ୍ରେଷ୍ଠ ମାନବ ରୂପେ ଭୋଟ ଦେଇ ବଛାଯାଇଥିଲା। ନିମ୍ନରେ ପସନ୍ଦାନୁସାରେ ବଛା ଯାଇଥିବା ମହାନୁଭବମାନଙ୍କ ତାଲିକା ପ୍ରଦତ୍ତ -
୧. ମହାତ୍ମା ଗାନ୍ଧୀ
୨.ଲିଓନାର୍ଡୋ ଦା ଭିନ୍‌ସି
୩. ଯୀଶୁ ଖ୍ରିଷ୍ଟ
୪. ନେଲସନ ମାଣ୍ଡେଲା
୫. ସାର ଆଇଜାକ ନିଉଟନ
୬. ଆଲବର୍ଟ ଆଇନଷ୍ଟାଇନ
୭. ମାର୍ଟିନ୍‌ ଲୁଥର କିଙ୍ଗ
୮. ଓ୍ଵିପନଷ୍ଟନ ଚର୍ଚ୍ଚିଲ
୯. ଚାର୍ଲସ ଡାରଓ୍ଵିନ
୧୦. କାର୍ଲ ମାର୍କସ

ଅହିଂସା, ସତ୍ୟ ଏବଂ ସାହସକୁ ଭିତ୍ତି କରି ଅସହଯୋଗ ଭଳି ସ୍ୱତନ୍ତ୍ର ତଥା ଏକ ନୂଆ ପଦ୍ଧତିରେ ସାମାଜିକ ଆନ୍ଦୋଳନ କରି ସେ କୋଟିକୋଟି ନିଷ୍ପେଷିତ ଜନସାଧାରଣଙ୍କୁ ରାଜନୈତିକ ଦାସତ୍ୱରୁ ମୁକ୍ତ କରିଥିଲେ।

ବାପୁଙ୍କ ହତ୍ୟା ପରେ ଆଲବର୍ଟ ଆଇନଷ୍ଟାଇନ କହିଥିଲେ ଏମିତି ଜଣେ ରକ୍ତମାଂସଧାରୀ ବ୍ୟକ୍ତ ଯେ ଏ ଧରାପୃଷ୍ଠରେ କେବେ ବିଚରଣ କରୁଥିଲା, ତାହା ଆଗାମୀ ପିଢ଼ି ହୁଏତ ବିଶ୍ୱାସ କରିବେ ନାହିଁ। ତାଙ୍କର ବସାଉଠା କରୁଥିବା ପ୍ରକୋଷ୍ଠରେ ଆଇନଷ୍ଟାଇନ୍‌ କେବଳ ଜଣଙ୍କର ଫଟୋ ଟାଙ୍ଗିଥିଲେ। ତାହା ଥିଲା ଗାନ୍ଧୀଙ୍କର।

ବାପୁ,, ଆମେ ଆପଣଙ୍କୁ ଆଗ ଅପେକ୍ଷା ଏବେ ହିଁ ଅଧିକ ଝୁରି ହେଉଛୁ। ଆମକୁ ଆଶୀର୍ବାଦ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe