ଡାକ୍ତରଙ୍କ ୪ ଗୁଣ ଦକ୍ଷ ଏମ୍‌ଏଆଇ-ଡିଏକ୍ସଓ

ମାଇକ୍ରୋସଫ୍ଟ ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି ‘ମାଇକ୍ରୋସଫ୍ଟ ଏଆଇ ଡାଇଗ୍ନୋଷ୍ଟିକ୍ ଅର୍କେଷ୍ଟ୍ରେଟର୍’ (ଏମ୍‌ଏଆଇ-ଡିଏକ୍ସଓ) ନାମକ ଏକ ନୂତନ ମେଡିକାଲ୍ ଉପକରଣ ବିକଶିତ କରିଛି।

fhgjgdjdgjcn

ମାଇକ୍ରୋସଫ୍ଟ ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି ‘ମାଇକ୍ରୋସଫ୍ଟ ଏଆଇ ଡାଇଗ୍ନୋଷ୍ଟିକ୍ ଅର୍କେଷ୍ଟ୍ରେଟର୍’ (ଏମ୍‌ଏଆଇ-ଡିଏକ୍ସଓ) ନାମକ ଏକ ନୂତନ ମେଡିକାଲ୍ ଉପକରଣ ବିକଶିତ କରିଛି। ଏହାକୁ ବ୍ୟବହାର କରି ବିଶେଷଜ୍ଞମାନେ ଜଟିଳ ନୈଦାନିକ ଆହ୍ବାନଗୁଡ଼ିକର ସମାଧାନ ସହଜରେ କରିପାରିବେ। ଏବେ ବିଶ୍ୱରେ ଚିକିତ୍ସା  ସମ୍ବନ୍ଧୀୟ ମାମଲାଗୁଡ଼ିକର ସଂଖ୍ୟା ବଢୁଥିବା ବେଳେ ଏହି ନୂତନ ଏଆଇ ଉପକରଣ ୮୫% ପର୍ଯ୍ୟନ୍ତ ମାମଲାର ଉଚିତ ସମାଧନ କରିପାରିବ।ଏହି ସଂଖ୍ୟା ଅଭିଜ୍ଞ ଡାକ୍ତରଙ୍କ ଅପେକ୍ଷା ଚାରିଗୁଣ ଅଧିକ ‌ହେବ ବୋଲି କମ୍ପାନି ଦାବି କରୁଛି।

‘ଏମ୍‌ଏଆଇ-ଡିଏକ୍ସଓ’ ୫ଟି  ଭିନ୍ନ ଭିନ୍ନ ଡାକ୍ତରଙ୍କର ଏଜେଣ୍ଟ ଭାବେ ଏକ ଆଭାସୀ ପ୍ୟାନେଲ୍ ତିଆରି କରି କାର୍ଯ୍ୟ କରେ। ଏଥିରେ ‘ଚେନ୍ ଅଫ୍ ଡିବେଟ୍’ ନାମକ ଏକ ନୂତନ କୌଶଳ ବ୍ୟବହାର କରାଯାଇଛି। ବିଶେ‌ଷଜ୍ଞ ଡାକ୍ତରଙ୍କ ଦ୍ୱାରା ସମାଧାନ କରାଯାଇଥିବା ୩୦୪ଟି ଜଟିଳ ମାମଲାର ଅଧ୍ୟୟନ ଓ ଅନୁଶୀଳନ ଏଥିରେ ସଂଯୋଜିତ ହୋଇଛି।  ଏଥିପାଇଁ କମ୍ପାନି ଓପନ୍‌ଏଆଇ, ମେଟା ଆଦିରୁ ବିଭିନ୍ନ ଲାଙ୍ଗୁଏଜ୍‌ ମଡେଲ୍ ବ୍ୟବହାର କରିଛି। ଏହି ନୂତନ ଉପକରଣ ପ୍ରତିଶ୍ରୁତିପୂର୍ଣ୍ଣ ଫଳାଫଳ ଦେଖାଉଛି। ତେବେ ରୋଗ ନିର୍ଣ୍ଣୟ ପାଇଁ ଜେନେରେଟିଭ୍ ଏଆଇକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଉପରେ କମ୍ପାନି ଗୁରୁତ୍ବାରୋପ କରିଛି। ବିଶେଷଜ୍ଞଙ୍କ ପାଇଁ ଉପକରଣ ଉପଲବ୍ଧ କରାଇବା ପୂର୍ବରୁ ଏହାର ଯାଞ୍ଚ ପଦ୍ଧତି ଉପରେ କମ୍ପାନି   ଅଧିକ ପରୀକ୍ଷାନିରୀକ୍ଷା ଚଳାଇଛି। ଏହାକୁ  ଆଇନସମ୍ମତ କରିବା ପାଇଁ କମ୍ପାନି ବିଭିନ୍ନ  ସ୍ୱାସ୍ଥ୍ୟ ସଂଗଠନ ସହିତ କାମ କରୁଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe