ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ଚାହାନ୍ତି କି? ଜାଣନ୍ତୁ କେମିତି କରିବେ ଯୋଗାଯୋଗ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ଚାହାନ୍ତି କି? ଜାଣନ୍ତୁ କେମିତି କରିବେ ଯୋଗାଯୋଗ

୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଗାଦି ଅଳଙ୍କୃତ କରିବା ସହିତ ହିଁ ନରେନ୍ଦ୍ର ମୋଦି ଏବେ ସେଲିବ୍ରେଟି ପାଲଟିଯାଇଛନ୍ତି। ସୋସିଆଲ ମିଡିଆରେ ମୋଦିଙ୍କର ରହିଛନ୍ତି ଲକ୍ଷାଧିକ ଫଲୋଅର୍ସ। ସେହି ଫଲୋଅର୍ସ ଏବଂ ପ୍ରଂଶସକଙ୍କ ମଧ୍ୟରୁ ଅନେକ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିଜର ଦୁଃଖ ଏବଂ ବେଦନାକୁ ପହଂଚାଇବାକୁ ଚାହୁଁଛନ୍ତି କିମ୍ବା ତାଙ୍କୁ ଭେଟିବାକୁ ଚାହୁଁଛନ୍ତି। ହେଲେ ଅନେକ ଲୋକଙ୍କୁ ଏକଥା ଜଣା ନଥାଏ କି ବାସ୍ତବରେ ସେମାନେ କିପରି ମୋଦିଙ୍କ ସହିତ ସଂପର୍କ ତଥା ଯୋଗାଯୋଗ କରିପାରିବ। ତେବେ ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାର ୫ଟି ତରକା ଜଣାଇବୁ, ଯାହାଦ୍ୱାରା ଆପଣ ସିଧାସଖଳ ମୋଦିଙ୍କ ସହିତ କଥାବାର୍ତ୍ତା ହୋଇପାରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିଜର ଭାବନାକୁ ପହଂଚାଇବାର ସବୁଠାରୁ ସହଜ ଉପାୟ ହେଉଁଛି ସୋସିଆଲ ମିଡିଆ। ଏଭଳି ପରିସ୍ଥିତିରେ ମୋଦିଙ୍କର ଭେରିଫାଇଡ ଆକାଉଂଟ ଜରିଆରେ ଆପଣ ଆପଣଙ୍କର ଅଭିଯୋଗ ପହଂଚାଇପାରିବେ। ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଂଟ ରହିଛ ିfacebook.com/narendramodi, twitter.com/narendramodi, https://plus.google.com/+NarendraModi,

ସେହିପରି ସୋସିଆଲ ମିଡିଆ ବ୍ୟତୀତ ଇ-ଗଭର୍ଣ୍ଣର ଜରିଆରେ ମଧ୍ୟ ଆପଣ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିପାରିବେ। ଏଥିପାଇଁ ଆପଣଙ୍କୁ https://pgportal.gov.in/pmocitizen/Grievancepmo.aspx.କୁ ଯିବାକୁ ହେବ। ଏଠାରେ ଆପଣ ଆପଣଙ୍କ ସମସ୍ତ ଅଭିଯୋଗ ଜଣାଇପାରିବେ , ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇପାରିବେ ଏବଂ ପରାମର୍ଶ ମଧ୍ୟ ଦେଇପାରିବେ। ଏହାଛଡା ଆପଣ ନରେନ୍ଦ୍ର ମୋଦି ଆପ୍‌ (ନମୋ ଆପ) ଜରିଆରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସଂପର୍କ କରିପାରିବେ।

ଆପଣ ଇ-ମେଲ ଜରିଆରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚିପାରିବେ। ଏଥିପାଇଁ ଆପଣ connect@mygov.nic.in କୁ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ କରିପାରିବେ କିମ୍ବା ଆପଣ narendramodi1234@gmail.com ଇ-ମେଲ ମଧ୍ୟ ପଠାଇ ନିଜର ଦାବି ଉପସ୍ଥାପନା କରିପାରବେ।

publive-image

ଯଦି ଆପଣ ଉପରୋକ୍ତ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗ କରିବାରେ ଅସମର୍ଥ ଅଟନ୍ତି ତେବେ ଆପଣ ନିମ୍ନରେ ଦିଆଯାଇଥିବା ଠିକଣାରେ ମଧ୍ୟ ମୋଦିଙ୍କ ନିକଟକୁ ଚିଠି ପଠାଇପାରିବେ। ୱେବ୍‌ ଇନଫର୍ମେସନ ମ୍ୟାନେଜର, ସାଉଥ ବ୍ଲକ୍‌, ରାୟସିନା ହିଲ୍‌ସ, ନୂଆ ଦିଲ୍ଲୀ , ପିନ ୧୧୦୦୧୧।

ସେହିପରି ଯଦି ଆପଣ ପ୍ରଧାନମନ୍ତ୍ରୀ ଙ୍କ ସହ ଫୋନ କିମ୍ବା ଫ୍ଲାକ୍ସ ଜରିଆରେ ଯୋଗାଯୋଗ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ୦୧୧-୨୩୦୧୫୬୦୩, ୧୧-୨୩୦୧୮୯୩୯, ୦୧୧-୨୩୦୧୮୬୬୮ ନମ୍ବରରେ ଫୋନ କରି ପାରିବେ କିମ୍ବା +୯୧-୧୧-୨୩୦୧-୯୫୪୫ କିମ୍ବା ୨୩୦୧୬୮୫୭ ନମ୍ବରରେ ଫ୍ଲାକ୍ସ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe