ଘରେ ପ୍ରସ୍ତୁତ କରନ୍ତୁ ଚାରା ପାଇଁ ଔଷଧ

Advertisment

ଖରାଦିନିଆ ପନିପରିବା, ଫୁଲଗଛ ଏମିତିକି ତୁଳସୀ ଗଛରେ ମଧ୍ୟ ଜଉପୋକ, ପିମ୍ପୁଡ଼ି ଇତ୍ୟାଦି ବିଭିନ୍ନ ପ୍ରକାର କୀଟ ଲାଗନ୍ତି। ମନ୍ଦାର କଢ଼ି ଝରିପଡ଼େ, ଲତାର ଡଙ୍କଗୁଡ଼ିକ ପୋଡ଼ିଯାଆନ୍ତି, ତୁଳସୀ ପତ୍ର ଧୂସର ଦିଶେ।

ଖରାଦିନିଆ ପନିପରିବା, ଫୁଲଗଛ ଏମିତିକି ତୁଳସୀ ଗଛରେ ମଧ୍ୟ ଜଉପୋକ, ପିମ୍ପୁଡ଼ି ଇତ୍ୟାଦି ବିଭିନ୍ନ ପ୍ରକାର କୀଟ ଲାଗନ୍ତି। ମନ୍ଦାର କଢ଼ି ଝରିପଡ଼େ, ଲତାର ଡଙ୍କଗୁଡ଼ିକ ପୋଡ଼ିଯାଆନ୍ତି, ତୁଳସୀ ପତ୍ର ଧୂସର ଦିଶେ।

sfsfsfxc

ଖରାଦିନିଆ ପନିପରିବା, ଫୁଲଗଛ ଏମିତିକି ତୁଳସୀ ଗଛରେ ମଧ୍ୟ ଜଉପୋକ, ପିମ୍ପୁଡ଼ି ଇତ୍ୟାଦି ବିଭିନ୍ନ ପ୍ରକାର କୀଟ ଲାଗନ୍ତି। ମନ୍ଦାର କଢ଼ି ଝରିପଡ଼େ, ଲତାର ଡଙ୍କଗୁଡ଼ିକ ପୋଡ଼ିଯାଆନ୍ତି, ତୁଳସୀ ପତ୍ର ଧୂସର ଦିଶେ। କିଚେନ୍‌ ଗାର୍ଡେନ୍‌ କି ଟେରାସ୍‌ର ଗଛଗୁଡ଼ିକ ବି ଝାଉଁଳି ପଡ଼ନ୍ତି। ତେବେ ‌ଏହି ସମସ୍ୟାର ସମାଧାନ ଗୃହିଣୀମାନଙ୍କ ରୋଷେଇଘରେ ରହିଛି। ବିଭିନ୍ନ ପ୍ରକାର ଚୋପାରୁ ସହଜରେ ଗୋଟିଏ ପ୍ରଭାବଶାଳୀ କୀଟନାଶକ ପ୍ରସ୍ତୁତ ହୋଇପାରିବ।

ଏଥିପାଇଁ ଅଦା, ହଳଦୀ, କାକୁଡ଼ି, ପିଆଜ, ବିଟ୍‌ ଇତ୍ୟାଦିର ଚୋପା ନିଅନ୍ତୁ। ଏଥିରେ ଦୁଇ ଆଞ୍ଜୁଳା ନିମ୍ବପତ୍ର, କିଛି ବ୍ୟବହୃତ ଶୁଖିଲା ଚା’ ପତି ନିଅନ୍ତୁ। କଞ୍ଚା ହଳଦୀର ଚୋପା ନଥିଲେ ଦୁଇ ଚାମଚ ହଳଦୀଗୁଣ୍ଡ ନିଅନ୍ତୁ। ଏସବୁକୁ ଏକାଠି କରି ଗୋଟିଏ ବଡ଼ପାତ୍ରରେ ଦୁଇଲିଟର ପାଣିରେ ୧୦ ମିନିଟ୍‌ ଯାଏ ଫୁଟାନ୍ତୁ। ଥଣ୍ଡା ହେଲେ ଗୋଟିଏ ଲିଟର ଦ୍ରବଣରେ ଆଉ ଦୁଇଲିଟର ଅନ୍ଦାଜରେ ପାଣି ମିଶାନ୍ତୁ। ଏହାକୁ ପତ୍ର ଉପରେ ସ୍ପ୍ରେରେ ସିଞ୍ଚିବା ସହିତ ଗଛ ମୂଳରେ ଦେଲେ ସାରର ମଧ୍ୟ କାମ କରିବ। ଏହି ମିଶ୍ରଣକୁ ଚୁଲିରେ ତିଆରି ନକରିବାକୁ ଚାହିଲେ ସବୁ ପଦାର୍ଥ ମିଶାଇ ଟାଣ ଖରାରେ ୩/୪ ଦିନ ରଖିଦେଲେ ମଧ୍ୟ ଏହା ପ୍ରସ୍ତୁତ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe